କାଚରେ ଲେଖିଲେ ରାମଚରିତମାନସ, ପ୍ରଫେସରଙ୍କ ନାମରେ ରେକର୍ଡ ପଞ୍ଜିକୃତ…

ଲକ୍ଷ୍ନୌ,୮।୧ : ରାମ ମନ୍ଦିର ଅଯୋଧ୍ୟା ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସମଗ୍ର ଦେଶରେ ରାମ ଭକ୍ତ ତଥା ଲୋକେ ବେଶ ଉତ୍ସାହ ଅଛନ୍ତି। ରାମ ଭକ୍ତ ଏବଂ କଳାକାରମାନେ ବିଭିନ୍ନ ଉପାୟରେ ନିଜର ବିଶ୍ୱାସ ପ୍ରକାଶ କରୁଛନ୍ତି। ଉତ୍ତରପ୍ରଦେଶର ହାପୁର ନିବାସୀ ପ୍ରଫେସର ଅଜୟ କୁମାର ମିତ୍ତଲଙ୍କ ରାମ ମନ୍ଦିର ଏବଂ ରାମଲାଲା ଉପରେ ଏପରି ଅଦମ୍ୟ ବିଶ୍ୱାସ ରହିଛି, ଯାହାକୁ ସେ ତାଙ୍କ କଳାକୃତିରେ ଦର୍ଶାଇଛନ୍ତି। ପ୍ରଫେସର ଅଜୟ ଏପରି ଏକ ପେଣ୍ଟିଂ କରିଛନ୍ତି ଯାହା ଦେଖିବା ପରେ ଲୋକମାନେ ଚକିତ ହୋଇଯାଇଛନ୍ତି। ଏହି ନିଆରା କଳା ପାଇଁ ପ୍ରଫେସରଙ୍କ ନାମରେ ଏକ ରେକର୍ଡ ମଧ୍ୟ ପଞ୍ଜିକୃତ ହୋଇଛି ।

ବାସ୍ତବରେ, ହାପୁରର ଶାନ୍ତି ସ୍ବରୂପ କୃଷି ଇଣ୍ଟର କଲେଜରେ କାର୍ଯ୍ୟ କରୁଥିବା ପ୍ରଫେସର ଅଜୟ କୁମାର ମିତ୍ତଲ ଏକ ଇତିହାସ ସୃଷ୍ଟି କରିଛନ୍ତି। ସେ ଶ୍ରୀ ରାମଚରିତମାନସକୁ ଏକ ଗ୍ଲାସ ପ୍ଲେଟରେ ଖୋଦିତ କରଛନ୍ତି। ସେ ଏକ ଗ୍ଲାସ ପ୍ଲେଟର ଗୋଟିଏ ପାର୍ଶ୍ୱକୁ ଅକ୍ସାଇଡରେ ଆବୃତ କରିଥିଲେ ଏବଂ ଏହା ଉପରେ ୩୦୦ ଟି ଧାଡି ଖୋଦନ କରି ଚମତ୍କାର କୌଶଳ ପ୍ରଦର୍ଶନ କରିଛନ୍ତି। ଏହା ଦେଶର ସବୁଠାରୁ ଛୋଟ ଶ୍ରୀ ରାମଚରିତମାନ ବୋଲି କୁହାଯାଉଛି। ଏହି କଳା ପାଇଁ ପ୍ରଫେସର ଅଜୟଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡରେ ମଧ୍ୟ ପଞ୍ଜୀକୃତ ହୋଇଛି, ଯେଉଁଥିପାଇଁ ସେ ଏକ ପ୍ରମାଣପତ୍ର ମଧ୍ୟ ପାଇଛନ୍ତି। ପ୍ରଫେସର ଅଜୟଙ୍କ ସ୍ବପ୍ନ ହେଉଛି ଏହି ରାମଚରିତମାନସକୁ ଅଯୋଧ୍ୟା ରାମ ମନ୍ଦିରରେ ଉତ୍ସର୍ଗ କରିବା।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri