ଓଡ଼ିଶାର ୭ଉତ୍ପାଦକୁ ଜିଆଇ ମାନ୍ୟତା

ଭୁବନେଶ୍ୱର,୩।୧(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶାର ୭ଉତ୍ପାଦକୁ ବୁଧବାର ଜିଆଇ ମାନ୍ୟତା ମିଳିଛି। ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକ ରେଜିଷ୍ଟ୍ରି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଓଡ଼ିଶା ଖଜୁରୀ ଗୁଡ଼(ଗଜପତି), ଢେଙ୍କାନାଳ ମଗଜି,ଶିମିଳିପାଳ କାଇ ଚଟୁଣୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, କପଡ଼ାଗଣ୍ଡାର ଡଙ୍ଗରିଆ କନ୍ଧ ଏମ୍ରୋଡରୀ ସାଲ୍‌, କୋରାପୁଟ କଳାଜିରା ଚାଉଳ ଓ ଲାଞ୍ଜିଆ ସଉରା ଚିତ୍ରକଳା(ଇଡିଟାଲ)କୁ ଜିଆଇ ଟ୍ୟାଗ ମିଳିଥିବା ଜଣାପଡ଼ିଛି। ପୂର୍ବରୁ ଗତ ଅକ୍ଟୋବର ୩ରେ କେନ୍ଦ୍ରାପଡ଼ାର ରସାବଳୀକୁ ଜିଆଇ ଟ୍ୟାଗ ମିଳି ସାରଛି। ଏସବୁକୁ ମିଶାଇ ଓଡ଼ିଶାର ୨୫ଟି ଉତ୍ପାଦକୁ ଏଯାବତ ଜିଆଇ ଟ୍ୟାଗ ମିଳିସାରିଛି।
ଉଲ୍ଲେଖଯୋଗ୍ୟ, କଳାଜିରା ଚାଉଳ କୋରାପୁଟ ଜିଲାରେ ଟୋଲା ପାତ୍ରପୁଟ, ପୁଜାରିପୁଟ, ବାଲିଗୁଡ଼ା ଏବଂ ମୋହୁଲି ସ୍ଥାନରେ ଏହି ଚାଷ କରାଯାଏ। ଏହା ମଧୁମେହ ନିୟନ୍ତ୍ରଣ କରିବା ସହ ହିମୋଗ୍ଲୋବିନ ଏବଂ ଶରୀର ମେଟାବୋଲିଜିମ ବୃଦ୍ଧି କରେ ବୋଲି ବିଶ୍ୱାସ କରାଯାଏ। ଡଙ୍ଗରିଆ କନ୍ଧ ଏମ୍ରୋଡରୀ ସାଲ ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ।ସେମାନେ ଓଡ଼ିଶାର ଦକ୍ଷିଣ ଭାଗରେ ଥିବା ରାୟାଗଡା ଏବଂ କାଲାହାଣ୍ଡି ଜିଲାର ନିୟାମଗିରି ପାହାଡରେ ବାସ କରନ୍ତି। କପଡାଗଣ୍ଡା ପାଇଁ କଞ୍ଚାମାଲ ଭାବରେ ବ୍ୟବହୃତ ହେଉଥିବା ଧଳା କପଡା ଅମଳ ହୋଇଥିବା ଫସଲକୁ ବଦଳାଇ ସ୍ଥାନୀୟ ଅନୁସୂଚିତ ଜାତି ସମ୍ପ୍ରଦାୟଠୁ କିଣା ଯାଇଥାଏ। ତିନୋଟି ଭିନ୍ନ ରଙ୍ଗର ସୂତା ଦ୍ୱାରା ଏମ୍ରୋଡରୀ ସଜାଯାଇଥାଏ। ସବୁଜ, ହଳଦିଆ ଓ ଲାଲ ରଙ୍ଗ ରହିଥାଏ। ରାୟଗଡ଼ା ଜିଲାର ଲାଞ୍ଜିଆ ସଉରାଙ୍କ ଇଡିଟାଲ ଚିତ୍ରକଳା ପ୍ରାୟତଃ ଆଦିବାସୀ ଘରଗୁଡ଼ିକର କାନ୍ଥରେ ଦେଖିବାକୁ ମିଳିଥାଏ। ଆଜିକାଲି ଏହି ଚିତ୍ରକଳାକୁ ଯୁବପିଢ଼ୀ କାନଭାସରେ ଆକ୍ରାଲିକ ରଙ୍ଗରେ କରୁଛନ୍ତି। ଓଡ଼ିଶାର ମୟୂରଭଞ୍ଜ ଜିଲାର କାଇ ଚଟୁଣୀ ଏକ ସୁସ୍ବାଦୁ ଖାଦ୍ୟ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ। କାଇକୁ ମାରି ଏହାକୁ ଚଟଣୀ ପ୍ରସ୍ତୁତ କରାଯାଏ। ଏହି ଚଟଣୀର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ପ୍ରୋଟିନ, କ୍ୟାଲସିୟମ, ଜିଙ୍କ, ଭିଟାମିନ ବି-୧୨, ଆଇରନ, ମାଗ୍ନେସିୟମ, ପୋଟାସିୟମ, ସୋଡିୟମ, ତମ୍ବା, ଫାଇବର ପ୍ରମୁଖ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଜଣ୍ଡିସ, ସାଧାରଣ ଥଣ୍ଡା, ଗଣ୍ଠି ଯନ୍ତ୍ରଣା, କାଶ ଏବଂ ଆଖି ଦୃଷ୍ଟିଶକ୍ତିରେ ପୀଡିତ ଲୋକଙ୍କୁ ଏହି କାଇ ଚଟଣୀ ଦିଆଯାଇଥାଏ। ନୟାଗଡ଼ର କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣ କଣ୍ଟା ଭର୍ତ୍ତି ହଇଥାଏ। ଏହି ବାଇଗଣ ବାଲୁକା ମୃତ୍ତିକାରେ ହାବ ସହ ଏକ ଭିନ୍ନ ସ୍ବାଦ ରହିଥାଏ। ଗଜପତି ଜିଲାର ଓଡିଶା ଖଜୁରୀ ଗୁଡ଼ ଖଜୁରୀ ଗଛର ମିଠା ରସରୁ ମିଳିଥିବା ଏକ ପ୍ରକାର ପ୍ରାକୃତିକ ମିଠା। ପାରମ୍ପରିକ ଭାବେ ଏହାକୁ ପାତାଳି ଗୁଡ଼ ଭାବେ ମଧ୍ୟ କୁହାଯାଏ। ଢେଙ୍କାନାଳ ମଗଜି ଏକ ପ୍ରକାର ମିଠା ଲଡ଼ୁ। ଭୁବନ, ମନ୍ଦାର, କାଶିପୁର, ଗୋନ୍ଦିଆ, ଦେଓଗାଁ, ଢେଙ୍କାନାଳ ସହରରେ ଏହା ପ୍ରାୟତଃ ଦେଖିବାକୁ ମିଳେ। ୧୦୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହା ସେଠାରେ ପ୍ରସ୍ତୁତ କରାଯାଉଛି।
ଜିଆଇ ଏକ୍ସପର୍ଟ ଡ. ଅନିତା ସାବତ କହିଛନ୍ତି, ଓଡ଼ିଶାର ଆହୁରି ଅନେକ ଉତ୍ପାଦ ପାଇଁ କ୍ଷମତା ରହିଛି। ସଠିକ୍‌ ତଥ୍ୟ ଦେଇ ଜିଆ ଆବେଦନ କରିବା ଆବଶ୍ୟକ। ଜିଆଣ ମାନ୍ୟତା ପ୍ରାପ୍ତ ଦ୍ରବ୍ୟଗୁଡ଼ିକ ଦୋକାନଗୁଡ଼ିକେ ଯେତେ ମାତ୍ରାରେ ଉପଲବ୍ଧ ହେବ ସେତେ ଭଲ। ଜିଆ ଆମ ଗର୍ବ ଓ ପରିଚୟ।

 


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri