Posted inଖେଳ

ମା’ ହେବାକୁ ଯାଉଛନ୍ତି ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭ

ପ୍ରେଗ୍‌, ୨ା୧: ଦୁଇଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭା ପ୍ରଥମ ସନ୍ତାନର ମା’ ହେବାକୁ ଯାଉଛନ୍ତି ବୋଲି ବର୍ଷ ଆରମ୍ଭରେ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଚେକ୍‌ ରିପବ୍ଲିକର ଏହି ଖେଳାଳି ଓ ତାଙ୍କ ସ୍ବାମୀ ନୂଆ ବର୍ଷ ଅଭିନନ୍ଦନ ଜଣାଇବା ସହ ଏହି ଖବରକୁ ଶେୟାର କରିଛନ୍ତି। ତାଙ୍କ ପରିବାର ଗ୍ରୀଷ୍ମଋତୁରେ ନୂଆ ସନ୍ତାନକୁ ସ୍ବାଗତ କରିବେ ବୋଲି କହିଛନ୍ତି। କ୍ୱିଟୋଭା ୨୦୨୩ ଜୁଲାଇରେ ତାଙ୍କ ଦୀର୍ଘଦିନର କୋଚ୍‌ ଜିରି ଭାନେକଙ୍କୁ ବିବାହ କରିଥିଲେ। ୩୩ ବର୍ଷୀୟା ଟେନିସ ଷ୍ଟାର ୨୦୧୧ ଓ ୨୦୧୪ରେ ଓ୍ବିମ୍ବେଲଡନ ଜିତିଛନ୍ତି। ବର୍ତ୍ତମାନ ର଼୍ୟାଙ୍କିଙ୍ଗ ତାଲିକାରେ ସେ ୧୭ତମ ସ୍ଥାନରେ ଅଛନ୍ତି। ଡିସେମ୍ବର ପ୍ରଥମ ଭାଗରେ ଅଷ୍ଟ୍ରେଲିଆନ ଓପନ ଏଣ୍ଟ୍ରି ଲିଷ୍ଟରେ କ୍ୱିଟୋଭାଙ୍କ ନାମ ସ୍ଥାନ ପାଇଥିଲା। ତେବେ ଜାନୁୟାରୀ ୧୪ରୁ ଆରମ୍ଭ ହେବାକୁଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ସେ ଭାଗ ନେବେ କି ନା ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ ଏହି ଖେଳାଳି, ବଡ଼ ଭବିଷ୍ୟବାଣୀ କଲେ ସୋଏବ ଅଖତର

ନୂଆଦିଲ୍ଲୀ,୧୦।୧: ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜିତ କରିବାକୁ ଯାଉଛନ୍ତି T20 ବିଶ୍ୱକପ। ଟିମ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ପଡ଼ିଆରେ...

ରୌପ୍ୟ ପଦକ ହାତେଇ ଜିଲା ପାଇଁ ଗୌରବ ଆଣିଲେ ହରପ୍ରିୟା

କୋରାପୁଟ,୧୦।୧(ଅମିତାଭ ବେହେରା): ଭୁବନେଶ୍ୱର ସରକାରୀ ଦକ୍ଷତା ବିକାଶ ମହାବିଦ୍ୟାଳୟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେଇଥିବା କୋରାପୁଟ ଜିଲା ଦାମନଯୋଡ଼ିର ଛାତ୍ରୀ ହରପ୍ରିୟା ସାମଲ...

ଜଳିଗଲା ଲକ୍ଷାଧିକ ଟଙ୍କାର ମକା, ସରକାରଙ୍କ ପାଖରେ କ୍ଷତିପୂରଣ ଦାବି କରି…

ମୋହନା,୧୦ା୧(ମନ୍ମଥ ମିଶ୍ର): ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶୁଖିଲା ମକା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲା ରା.ଉଦୟଗିରି ଥାନା ଅନ୍ତର୍ଗତ...

ଗୋଟିଏ ମଞ୍ଚରେ ଦେଖାଦେଲା ପାଓ୍ବାର ପରିବାରର ‘ପାଓ୍ବାର’

ମୁମ୍ବାଇ,୧୦।୧: ୨୦୨୩ ମସିହାରେ ଏନସିପିରେ ବିଭାଜନ ହେବା ପରେ ପ୍ରଥମ ଥର ପାଇଁ, ଅଜିତ ପାୱାର ଏବଂ ସୁପ୍ରିୟା ସୁଲେ ମହାରାଷ୍ଟ୍ରର ପୌର ନିର୍ବାଚନରେ ଏକ...

ଶୋ’ ରୁମ୍‌ରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଗାଡ଼ି

ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ଦାରୋଗାଡ଼ାହି ଛକ ନିକଟରେ ଥିବା କାଇନେଟିକ୍‌ ଶୋ’ ରୁମ୍‌ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗାଡ଼ି...

ଶେଷ ୪ ବଲ୍‌ରେ ଆବଶ୍ୟକ ଥିଲା ୧୮ ରନ: ଏମିତି କାରନାମା କରିଦେଲେ ନାଦିନେ ଡି କ୍ଲାର୍କ, ପାଲଟିଗଲା ଇତିହାସ

ନଭି ମୁମ୍ବାଇ, ୯।୧: ନାଦିନେ ଡି କ୍ଲାର୍କଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶୁକ୍ରବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର...

Budget 2026: ଟ୍ୟାକ୍ସପେୟରଙ୍କ ପାଇଁ ବଡ଼ ଘୋଷଣା! ଦେବାକୁ ପଡିବନି…

ନୂଆଦିଲ୍ଲୀ,୧୦।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧, ୨୦୨୬ (ରବିବାର) ରେ ତାଙ୍କର କ୍ରମାଗତ ନବମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ମଧ୍ୟବିତ୍ତ ଏବଂ...

ଯୋଡ଼ା ଖଣି ଅଞ୍ଚଳରେ ପ୍ରବଳ ଶୀତ: ୩ ଦଶନ୍ଧି ପରେ ତୁଷାରପାତ

ଯୋଡ଼ା,୧୦ା୧(ମାନସ ମହାନ୍ତି): କେନ୍ଦୁଝର ଜିଲାର ଯୋଡ଼ା ବ୍ଲକ, ଖଣି ଅଞ୍ଚଳ ଭାବେ ପରିଚିତ ଏହି ଉପତ୍ୟକାର ଆଭ୍ୟନ୍ତରୀଣ ଅଞ୍ଚଳରେ ହୋଇଛି ତୁଷାରପାତ। ଏକ ସପ୍ତାହ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri