Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ
ଚନ୍ଦ୍ର କେନ୍ଦ୍ରସ୍ଥ ଗୁରୁ ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଆଜିର ପ୍ରତ୍ୟୁଷ ଯାତ୍ରା, ମାଙ୍ଗଳିକ କାମ, ସୁନ୍ଦର ପାରିବାରିକ ଜୀବନ ଅତିବାହିତ କରିବେ। ସାମାଜିକ ସ୍ତରରେ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ ଏବଂ ଆତ୍ମୀୟ ସ୍ବଜନଙ୍କୁ ପାଇ ଖୁସି ହୋଇଯିବେ।
ବୃଷ
ବୃଷ
ବୁଧଯୁକ୍ତ ଶୁକ୍ରଜନିତ ଅଟକିଥିବା କାମ ସମ୍ପନ୍ନରେ ସମର୍ଥ ହେବେ। ସବୁଥିରେ ଆଗୁଆ ରହି କାମ କରିବା ହେତୁ କ୍ଳାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କଠାରୁ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡ଼ିପାରେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟାରୁ ମନ ଭାରାକ୍ରାନ୍ତ ରହିବ। ସାଧାରଣ କଥାକୁ କେନ୍ଦ୍ରକରି କୌଣସି ବନ୍ଧୁ କ୍ଷୁବ୍ଧ ହୋଇ ପାରନ୍ତି।
ମିଥୁନ
ମିଥୁନ
ଆଜି ଯେତିକି ପାଇବେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ସାମାଜିକ ସ୍ତରରେ କୌଣସି କାର୍ଯ୍ୟ ସମ୍ପନ୍ନ କାରଣରୁ ସମ୍ପର୍କୀୟଙ୍କ ପ୍ରଶଂସାରେ ମସ୍‌ଗୁଲ ହୋଇ ଉଠିବେ। ବୃହସ୍ପତିଙ୍କ ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆରଦ୍ରା ପରିଶ୍ରମ ମୁତାବକ ଫଳ ନ ପାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ।
କର୍କଟ
କର୍କଟ
ସ୍ବଗୃହୀ ଚନ୍ଦ୍ର ହେତୁ ଆରୋଗ୍ୟ ଲାଭରୁ ଆଶ୍ୱସ୍ତି ଲଭିବେ। ବନ୍ଧୁଙ୍କ କଥାକୁ ଭାଙ୍ଗି ନ ପାରି ସକାଳୁ କୌଣସି କାମରେ ନିଜକୁ ହଜାଇ ଦେଇପାରନ୍ତି। କର୍ମକ୍ଷେତ୍ରରେ ନିଃସ୍ବାର୍ଥପର କାମ କଲେ ମଧ୍ୟ ପ୍ରଶଂସା ଶୁଣିବାକୁ ମିଳିବ ନାହିଁ। ପରିବହନରେ ଅଭିଯୋଗ ଆସିପାରେ କିମ୍ବା ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ରବି ସହ ମଙ୍ଗଳଙ୍କ ସଂଯୋଗ ହେତୁ ଅସଫଳତାର ଚିନ୍ତାଧାରା ମନକୁ ବିବ୍ରତ କରିପାରିବ ନାହିଁ। ପରିସ୍ଥିତି ବଶତଃ ବାଧ୍ୟବାଧକତାରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ପୃଷ୍ଠପୋଷକତା ଅଭାବରୁ କାମଗୁଡ଼ିକ ସୁବିଧାରେ ହେବା କଷ୍ଟକର ହୋଇ ପଡ଼ିବ। କାର୍ଯ୍ୟ ହାସଲ ସକାଶେ ଅର୍ଥାଭାବ ପ୍ରତ୍ୟେକ କାମକୁ ବିଳମ୍ବିତ କରିବ।
କନ୍ୟା
ଅଷ୍ଟମସ୍ଥ ବୃହସ୍ପତିଙ୍କ ଯୋଗୁ ଫେରିବା ବେଳକୁ ଯିବା ସମୟର ଆନନ୍ଦ ଆଉ ରହିବ ନାହିଁ। ରୋଗଣା ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବାରୁ ଚିନ୍ତିତ ରହିପାରନ୍ତି। ସତର୍କତା ଅବଲମ୍ବନ ନ କଲେ ବ୍ୟବସାୟରେ ଠକାମିରେ ପଡ଼ିପାରନ୍ତି। ପ୍ରକାଶନ, ପ୍ରଶାସନ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତ ସୁଫଳ ଲାଭ କରି ଖୁସି ହେବେ।
ତୁଳା
ତୁଳା
ଆଜି ବନ୍ଧୁଙ୍କ ନିକଟରୁ ବାଧିଲା ଭଳି କଥା ଶୁଣି ସବୁ ଆନନ୍ଦ ପାଣି ଫୋଟକା ପରି କୁଆଡ଼େ ମିଳାଇ ଯିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଦ୍ୱାଦଶରେ କେତୁ ଥିବାରୁ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିବେ। କଳା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ମସ୍‌ଗୁଲ୍‌ ରହିପାରନ୍ତି।
ବିଛା
ବିଛା
ବିବାଦୀୟ ପରିସ୍ଥିତିରେ ଯେତେଟା ଓ ଯେପରି ଆଶଙ୍କା, ସେମିତି କିଛି ହେବନି। ଚନ୍ଦ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ କ୍ଷେତ୍ରରେ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। କିଛି କାମ ହାସଲ କରିବା ସକାଶେ ଅନେକ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହେବେ।
ଧନୁ
ଧନୁ
ବୁଧଙ୍କ ପ୍ରଭାବରୁ ଅପ୍ରିୟ ସତ୍ୟ ଭାଷଣଜନିତ ମତାନ୍ତରର ସମ୍ଭାବନା ରହିଛି। ଭାଙ୍ଗି ପଡିଥିବା ସମ୍ପର୍କକୁ ପୁଣି ଯୋଡ଼ିବା ସକାଶେ ଚେଷ୍ଟା କରି କିଛି ଲାଭ ପାଇବେ ନାହିଁ। ଦୀର୍ଘ ଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସମାଧାନ କରିବେ। କୌଣସି ନୂତନ କାମ ଆରମ୍ଭ କରିବା ପାଇଁ ମନ ବଳାଇପାରନ୍ତି।
ମକର
ମକର
ଦିନଟି ସବୁ ଦିଗରୁ ଭଲରେ ଯିବ। କଅଁଳ କଥା କହି ପରକୁ ଆପଣାର କରିବେ। ପ୍ରଶଂସା ଓ ପ୍ରୋତ୍ସାହନ ଲାଭ କରି ନିଜର ଭାବାବେଗକୁ ରୋକି ପାରିବେ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, କିନ୍ତୁ ମନଟା ଅଜଣା ଆଶଙ୍କାରେ ଉଦ୍‌ବେଳିତ ହୋଇପାରେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
କୁମ୍ଭ
କୁମ୍ଭ
କୌଣସି ନୂତନ ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ ହେବାର ଉଜ୍ଜ୍ୱଳ ଆଶା ରହିଛି। ପୂର୍ବଭାଦ୍ରବ ନକ୍ଷତ୍ର ଯେତିକି ପାଇବେ, ତାହାଠାରୁ ଅଧିକ ଖର୍ଚ୍ଚ କରିବେ। ପ୍ରତ୍ୟେକ କ୍ଷେତ୍ରରେ କିଛି ନ ବୁଝି ନ ଶୁଝି କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରେସ୍‌, ପବ୍ଲିକେଶନ, ଆଇନ ଅଦାଲତ, ଗବେଷଣା, ଅନୁସନ୍ଧାନ, ନିର୍ମାଣ କାମରୁ ସୁଫଳ ମିଳିବ।
ମୀନମୀନ

ଆଜି ଯେତେ ପ୍ରକାରର ପ୍ରତିବନ୍ଧକ ଆସୁନା କାହିଁକି ଆପଣ କେବେ ପଛକୁ ହଟିବେ ନାହିଁ। ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଉପସ୍ଥିତ ପରିସ୍ଥିତି ପ୍ରତି ସତର୍କ ରହି କାମ କଲେ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri