Odisha Elections 2024

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାମିତ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

ଭବାନୀପାଟଣା,୨୯।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ପ୍ରକାଶ ଯେ, ସମୁଦାୟ ୫୦ଟି କଲେଜକୁ ନେଇ ୨୦୨୦ ସେପ୍ଟେମ୍ବର ୧ ତାରିଖରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନଭେମ୍ବର ପହିଲାରେ କଳାହାଣ୍ଡି ଗସ୍ତ ସମୟରେ ବିଶ୍ୱବିଦ୍ୟାଳୟର ନାମକୁ ମା’ ମାଣିକେଶ୍ୱରୀଙ୍କ ନାମରେ ନାମିତ କରବା ପାଇଁ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ୯ଟା ସୁଦ୍ଧା ବରଗଡ଼ ଜିଲାରେ ମତଦାନ ହାର:ଭଟଲିରେ ସର୍ବାଧିକ, ବିଜେପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଚାଲିଛି ଗଣତନ୍ତ୍ରର ମହାପର୍ବ: ଭୋଟ ଦେବାକୁ ପ୍ରବଳ ଭିଡ଼

ଫୁଲବାଣୀ, ୨୦।୫(ରାକେଶ କୁମାର ରାଉତ):ସାଧାରଣ ନିର୍ବାଚନର ଦିତୀୟ ପର୍ଯ୍ୟାୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଦାନ...

ମହାନଦୀ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ୱର,୨୦।୫: ପୁଣି ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ମହାନଦୀକୁ ପ୍ରସଙ୍ଗ କରି...

ସସ୍ତ୍ରୀକ ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାଶ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ

ପୁରୁଷୋତ୍ତମପୁର,୨୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ଲାଗି ସୋମବାର ସକାଳୁ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଛି। ଏଥିରେ କଂଗ୍ରେସ ପକ୍ଷରୁ ଖଲ୍ଲିକୋଟ...

ପଙ୍କାଳସାହିରେ ଭୋଟ୍‌ ବର୍ଜନ

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

ଧାଡ଼ିରେ ଠିଆ ହୋଇ ମତଦାନ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବାଧାଡ଼ି ଲାଗିଛି।...

ନୟାଗଡ଼ର ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ, ବୁଥ୍‌ରେ ଚାପା ଉତ୍ତେଜନା

ନୟାଗଡ଼,୨୦ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଭୋଟ ଚାଲୁ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଇଭିଏମ୍‌ ଅଚଳ ଥିବା ଦେଖିବାକୁ ମିଳୁଛି। ନୂଆଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri