Odisha Elections 2024

କୁକୁର-ବିଲେଇଙ୍କ କରାଯାଉଛି ପାଷ୍ଟିକ ସର୍ଜରୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବେଜିଂ,୨୮।୧୨: ଚାଇନା ନିଜର ଅଦ୍ଭୁତ ଖାଦ୍ୟ ଏବଂ ପାନୀୟ ପାଇଁ ସମଗ୍ର ବିଶ୍ୱରେ କୁଖ୍ୟାତି ଅର୍ଜନ କରିଛି। ଏବେ ଅନ୍ୟ ଏକ ଘଟଣାକୁ ନେଇ ଚାଇନାକୁ ନିନ୍ଦା କରାଯାଇଛି। ଚାଇନାବାସୀଙ୍କୁ ଏବେ ନିଜର ଗୃହପାଳିତ ପଶୁଙ୍କୁ ପାଷ୍ଟିକ ସର୍ଜରୀ କରିବାର ନିଶା ଘାରିଛି। ଯାହାକୁ ନେଇ ବିଶେଷଜ୍ଞଙ୍କ ସହ ସବୁ ମହଲରୁ ନିନ୍ଦା କରାଯାଉଛି। ଏହା ଅତି ନିଷ୍ଠୁରତା ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ ବୋଲି ସମସ୍ତେ ମତ ପୋଷଣ କରିଛନ୍ତି।

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଚାଇନାର ଲୋକମାନେ ପ୍ରସିଦ୍ଧ କାର୍ଟୁନ ଚରିତ୍ର ‘ମିକି ମାଉସ’ ପରି ଦେଖାଯିବା ପାଇଁ ସେମାନଙ୍କ ଗୃହପାଳିତ ପଶୁଙ୍କ ପ୍ଲାଷ୍ଟିକ ସର୍ଜରୀ କରୁଛନ୍ତି। ତେବେ ପ୍ରାଣୀ ଚିକିତ୍ସକମାନେ ଏହାକୁ ବିପଜ୍ଜନକ ବୋଲି କହିବା ସହ ଏପରି ହାସ୍ୟାସ୍ପଦ ଧାରଣାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ପ୍ରାଣୀ ଚିକିତ୍ସକମାନେ କହିଛନ୍ତି ଯେ, ଏପରି କରିବା ଦ୍ୱାରା ପଶୁମାନେ କେବଳ ଶାରୀରିକ ନୁହେଁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ଗତି କରୁଛନ୍ତି। ଚାଇନାରେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଚୋଙ୍ଗକିଙ୍ଗର ବେବି ଜିଲାସ୍ଥିତ ଏକ ପଶୁ ଚିକିତ୍ସାଳୟ ବାହାରେ କିଛି ପଶୁପ୍ରେମୀମାନେ ଏକ ବିଜ୍ଞାପନ ଦେଖିବାକୁ ପାଇଥିଲେ। ଯେଉଁଠି ଗୃହପାଳିତ ପଶୁଙ୍କୁ କସମେଟିକ ସର୍ଜରୀ ପାଇଁ ଏକ ନିଆରା ଅଫର ଦିଆଯାଇଥିଲା। ମାତ୍ର ୪୦ ଡଲାର ଅର୍ଥାତ ୩୩୦୦ଟଙ୍କାରେ ସର୍ଜରୀ କରିବା ନେଇ ଆକର୍ଷଣୀୟ ଅଫର ଦିଆଯାଇଥିଲା। ସୂଚନାଥାଉ କି, ଦେଶରେ ଏହି ପ୍ରକାର ଅସ୍ତ୍ରୋପଚାର ନିଷେଧ, କିନ୍ତୁ ପଶୁ ଚିକିତ୍ସାଳୟ ଓ ପ୍ରଜନନ ସୁବିଧା ଥିବା ହସ୍ପିଟାଲରେ ଲୁଚାଛପା ଏପରି କରାଯାଉଛି।

ଏହି ସର୍ଜରୀରେ ପୋଷା ବିଲେଇ ଏବଂ କୁକୁରଙ୍କ କାନକୁ ମିକି ମାଉସ ଭଳି କରାଯାଉଛି। ସେହିପରି କୁକୁରମାନଙ୍କର ଲାଞ୍ଜକୁ ଆଂଶିକ କିମ୍ବା ସଂପୂର୍ଣ୍ଣ ଭାବରେ ହଟାଯାଉଛି। ଏହାସହ ଗୃହପାଳିତ ପଶୁମାନଙ୍କର ପ୍ରାକୃତିକ ରଙ୍ଗକୁ ଟାମ୍ପରିଂ କରାଯାଉଛ। ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାରରେ, ପଶୁଙ୍କୁ ଆନାସ୍ଥେସିଆ ଦେଇ ଚେତାଶୂନ୍ୟ କରାଯାଏ। ଯାହାଫଳରେ ମିକି ମାଉସ ପରି କାନର ଆକାର ଦେବାରେ କୌଣସି ଅସୁବିଧା ହୁଏ ନାହିଁ। ଏହି ପ୍ରକ୍ରିୟା ୨୦ରୁ ୬୦ଦିନ ଯାଏଁ ଚାଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ଚାଇନାକୁ ନାଲିଆଖି ଦେଖାଇଲେ ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି

ତାଇପେଇ ,୨୧ା୫: ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍‌-ଟେ ଶପଥ ଗ୍ରହଣ କରିଛନ୍ତି। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ...

ଆସ୍ଥାଭୋଟ ଜିତିଲେ ପ୍ରଚଣ୍ଡ

କାଠମାଣ୍ଡୁ ,୨୧ା୫:ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସୋମବାର ପାର୍ଲାମେଣ୍ଟରେ ଆସ୍ଥାଭୋଟ ଜିତିଛନ୍ତି। ଦେଶରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ପ୍ରଚଣ୍ଡଙ୍କ ପାଇଁ ରାଜନୈତିକ ସ୍ଥିରତା...

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ...

ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି

ହେଗ୍‌,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି...

ମହମ୍ମଦ ମୋଖବେର ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି

ଦୁବାଇ,୨୦ା୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିବା ପରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ସୋମବାର ପ୍ରଥମ ଉପରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri