ଅତାବିରା,୩୦।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ମୁଖ୍ୟ ବଜାର ସମ୍ମୁଖ ଏକ ପାନ ଦେକାନ ଫ୍ରିଜରେ ଲାଗିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାଲିଆ ସିଂଙ୍କ ବଡ଼ ପୁଅ ନନ୍ଦନ କିଶନ ସିଂ(୧୪)। ନନ୍ଦନ ଅଷ୍ଟମ ଶ୍ରେଣୀରେ ପଢୁଥିଲେ।
ମିଳିଥିବା ସୂଚନା ମୁତାବକ, ସନ୍ଧ୍ୟାରେ ପୁଅ ନନ୍ଦନଙ୍କୁ ଦୋକାନରେ ବସାଇ ବାପା ଜଳଖିଆ ଖାଇବାକୁ ଯାଇଥିଲେ। ସେତିକିବେଳେ ଝଡ଼ତୋଫାନ ଯୋଗୁ କରେଣ୍ଟ ଚାଳିଯାଇଥିଲା। ହେଲେ ହଠାତ୍ କରେଣ୍ଟ ଆସିଲା ବେଳକୁ ନନ୍ଦନ ଫ୍ରିଜରେ ଲାଗିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେ ଗୁରୁତର ହୋଇପଡିଥିଲେ। ତୁରନ୍ତ ତାଙ୍କୁ ଅତାବିରା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆଖପାଖ ଅଞ୍ଚଳର ବହୁ ଲୋକ ହସ୍ପିଟାଲରେ ପହଞ୍ଚି ଶୋକ ବ୍ୟକ୍ତ କରିଥିଲେ।

