କପାମଣ୍ଡିରେ ଅବ୍ୟବସ୍ଥା: ୨୧ ଦିନରେ ୪ଚାଷୀଙ୍କଠୁ କିଣାଯାଇଛି କପା

ରାୟଗଡ଼ା,୨୮।୧୨(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କପାର ରାଜ୍ୟ ତଥା ବାହାରେ ଅନେକ ଚାହିଦା ରହିଛି l ଜିଲାରେ ଉତ୍ପାଦିତ କପାର ଅଭାବୀ ବିକ୍ରି ରୋକିବା ଏବଂ ଚାଷୀ ଯେପରି ଦଲାଲଙ୍କ ଶିକାର ନ ହେବେ ସେଥିପାଇଁ ସରକାର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି ) ବିଭାଗକୁ ସମସ୍ତ ଦାୟିତ୍ୱ ଦେଇଛନ୍ତି। ସେହିପରି ଆର୍‌ଏମ୍‌ସି ଉପସ୍ଥିତିରେ ଭାରତୀୟ କପା ନିଗମ ଲିମିଟେଡ୍‌ (ସିସିଆଇ) ଚାଷୀଙ୍କଠାରୁ କପା କିଣିବ ବୋଲି ସରକାର ଧାର୍ଯ୍ୟ କରିଛନ୍ତି l ରାୟଗଡ଼ା ଆର୍‌ଏମ୍‌ସି ପ୍ରାଙ୍ଗଣରେ ଗତ ୬ ତାରିଖରୁ କପା ମଣ୍ଡିର ଶୁଭାରମ୍ଭ କରାଯାଇଛି । ହେଲେ ଚାଷୀ କପା ବିକିବା ପାଇଁ ମଣ୍ଡିକୁ ନେଲେ ସେଠାରୁ ଫେରସ୍ତ କରାଯାଉଥିବା ଅଭିଯୋଗ ହୋଇଛି। ୨୭ ତାରିଖ ସୁଦ୍ଧା ରାୟଗଡ଼ାରେ କେବଳ ୪ ଜଣ ଚାଷୀ ନିଜର କପା ବିକ୍ରି କରିପାରିଛନ୍ତି l ସିସିଆଇ ୩ ଜଣ ଚାଷୀଙ୍କଠାରୁ ୮୫ କୁଇଣ୍ଟାଲ କପା କିଣିଥିବାବେଳେ ହନୁମାନ କଟନ ଏଜେନ୍ସି ମିଲର ପ୍ରାଇଭେଟ୍‌ ଟ୍ରେଡର ଜଣେ ଚାଷୀଙ୍କଠାରୁ ୧୧ କୁଇଣ୍ଟାଲ କପା କିଣିଛନ୍ତି। ମଣ୍ଡିରେ ମାତ୍ର ୪ ଜଣ ଚାଷୀ ୯୬ କୁଇଣ୍ଟାଲ କପା ବିକ୍ରି କରିପାରିଛନ୍ତି l

ଚଳିତ ବର୍ଷ ୪୯ହଜାର ହେକ୍ଟର ଚାଷଜମିରେ କପା ଚାଷ କରାଯାଇଛି। କେନ୍ଦ୍ର ସରକାରଙ୍କ ସିସିଆଇରେ ରଖାଯାଇଥିବା ସର୍ତ୍ତ ପାଇଁ ଚାଷୀ ନିଜର କପା ବିକ୍ରି କରି ନ ପାରି ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ହାଲୁଆ ଗ୍ରାମର ଜଣେ ଚାଷୀ ଗୋବର୍ଦ୍ଧନ ଯାକକା ଅଭିଯୋଗ କରିଛନ୍ତି, ଭାଗଚାଷ କରୁଥିବା ଚାଷୀ ଜୁଲାଇ ୨୦୨୩ ପୂର୍ବରୁ ଜମି ମାଲିକଙ୍କ ସହ ଲିଜ୍‌ ଏଗ୍ରିମେଣ୍ଟ କରିବା ଦରକାର ବୋଲି ଡିସେମ୍ବର ଶେଷରେ ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କୁ ସଚେତନ କରାଯାଇଥିଲା। ଏତେ ବିଳମ୍ବରେ ଚାଷୀଙ୍କୁ କୁହାଗଲେ ସେମାନେ କିଭଳି ଏଗ୍ରିମେଣ୍ଟ କରିବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଏଗ୍ରିମେଣ୍ଟ ବିଷୟରେ ଆର୍‌ଏମ୍‌ସି ସମ୍ପାଦକ ବିପିନ ବିହାରୀ ସ୍ବାଇଁଙ୍କୁ ପଚାରିବାରୁ ସିସିଆଇ ଆମକୁ ଏହି ନିୟମ ବିଷୟରେ ପୂର୍ବରୁ କୌଣସି ଲିଖିତ ଆକାରରେ ଜଣାଇ ନ ଥିଲେ। ବର୍ତ୍ତମାନ ଜଣାଇବା ପରେ ଆମେ କ’ଣ କରିବୁ, ସେ ଆଗରୁ ଜଣାଇବା ଦରକାର ବୋଲି କହିଛନ୍ତି । ସେହିପରି ସିସିଆଇର ଡେପୁଟି ଜେନେରାଲ ମ୍ୟାନେଜର ଟି.କେ. ଦାସଙ୍କୁ ଯୋଗାଯୋଗ କରିବାରୁ ରାୟଗଡ଼ା ଜିଲାରେ ଧାନମଣ୍ଡିକୁ ଯେପରି ଗୁରୁତ୍ୱ ଦିଆଯାଉଛି, କପାକୁ ମଧ୍ୟ ସେତିକି ଗୁରୁତ୍ୱ ଦେବାକୁ ଆମେ ଆର୍‌ଏମ୍‌ସି ବିଭାଗକୁ ଜଣାଇଥିଲୁ । ଜିଲାସ୍ତରରେ ସମସ୍ତେ ଦାୟିତ୍ୱ ନେଲେ ନିୟମ ବିଷୟରେ ଚାଷୀ ପୂର୍ବରୁ ଜାଣିପାରନ୍ତେ ବୋଲି ସେ କହିଛନ୍ତି l ଏପରିକି ଆର୍‌ଏମ୍‌ସି ବିଭାଗ ଦ୍ୱାରା ସଚେତନ ପତ୍ରରେ ଆର୍‌ଆଇ ଆପ୍ରୁଭାଲ ପାଇଁ ମଧ୍ୟ କିଛି ଲେଖାଯାଇ ନ ଥିବାରୁ ଅନେକ ଚାଷୀ ଜାଣିପାରୁ ନ ଥିବା ଅଭିଯୋଗ କରିଛନ୍ତି l କପା ବିକ୍ରି ପାଇଁ ଆର୍‌ଆଇଙ୍କ ଅନୁମତି ନ ହେଲେ ଚାଷୀ କପା ବିକ୍ରି କରିପାରିବେ ନାହିଁ । ଫଳରେ ବାଧ୍ୟହୋଇ କପାମଣ୍ଡିକୁ ନ ଆଣି ଆନ୍ଧ୍ର ଦଲାଲକୁ ବିକ୍ରି କରିଥିବା ଜଣେ ଚାଷୀ କହିଛନ୍ତି। ସିସିଆଇ କୁଇଣ୍ଟାଲ ପିଛା କପା ଦର ୮ ପ୍ରତିଶତ ଆର୍ଦ୍ରତାରେ ୭୦୨୦ ଟଙ୍କା ରଖିଥିବା ବେଳେ ଚାଷୀ ଦଲାଲଙ୍କୁ ୫୦୦୦ ରେ ବିକ୍ରି କରୁଥିବା କହିଛନ୍ତି l ଚାଷୀ ଉଚିତ ଦର ନ ପାଇ ଆନ୍ଧ୍ର ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା ରାୟଗଡା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସଙ୍କୁ ମଧ୍ୟ ଚାଷୀମାନେ ଅଭିଯୋଗ କରିଥିଲେ। ସାହୁକାରଠାରୁ ଧାରକରି ୨ ଏକର ଜମିରେ କପା ଚାଷ କରିଛି, ହେଲେ କପାର ଉଚିତ ଦର ପାଉନାହୁଁ। ମଣ୍ଡିକୁ ନେଲେ ଆର୍‌ଏମ୍‌ସି ନିୟମ ପୂରଣ କରି ନ ପାରିବାରୁ ମଣ୍ଡିରୁ ଫେରାଇ ଦଲାଲଙ୍କୁ ୫୦୦୦ ଟଙ୍କା ଦରରେ ଦେଉଛୁ ବୋଲି କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସମର୍ପିତ ହୋଇ କାମ କରିବାକୁ ଆହ୍ବାନ

ନୂଆପଡ଼ା,୨୧ା୧ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ...

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri