ପରିଚୟ ହଜାଇଛି ବୃନ୍ଦାବନ ପ୍ୟାଲେସ

ପାରଳାଖେମୁଣ୍ଡି, ୨୮ା୧୨ (ଗିରିଧାରୀ ପରିଛା)ଗଜପତି ଜିଲାରେ ରାଜବଂଶର କୀର୍ତ୍ତି ବହନ କରୁଥିବା ବୃନ୍ଦାବନ ପ୍ୟାଲେସ ବା ବସନ୍ତ ନିବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ରହିଛି ମହାରାଜା ଗୌରଚନ୍ଦ୍ର ଗଜପତି ଓ ତାଙ୍କ ପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମ୍ଳାନକାରୀ ‘ବୃନ୍ଦାବନ ପ୍ୟାଲେସ’। ମହେନ୍ଦ୍ରତନୟା ନଦୀ କୂଳରେ ୧୭ ଏକର ପରିମିତ ଜମିରେ ଏହି ରାଜ ପ୍ରାସାଦ ନିର୍ମାଣ ହୋଇଥିଲା ।
ଗବେଷକଙ୍କ ମତରେ, ୧୮୯୦ରୁ ୧୯୦୫ ମଧ୍ୟରେ ଏହି ସୌଧ ନିର୍ମାଣ ହୋଇଥିଲା। ଏହାର ନକ୍ସା ପ୍ରସ୍ତୁତ କରିଥିଲେ ଇଟାଲୀୟମାନେ। ଏହି ପ୍ୟାଲେସ ନିକଟ ଦେଇ ଯାଇଥିବା ମହେନ୍ଦ୍ରତନୟା ନଦୀ ସାଙ୍ଗକୁ ସବୁଜିମା ଘେରା ସୁନ୍ଦର ମନଲୋଭା ସ୍ଥଳ ଅଟେ। ଏହି ପ୍ରାସାଦ ଗଜପତି ଜିଲାର ଐତିହାସିକ ସ୍ଥାନ ଭାବେ ବେଶ ଖ୍ୟାତି ଅର୍ଜନ କରିଛି। ପାରଳାଖେମୁଣ୍ଡି ସହରର ମାତ୍ର ୩ କି.ମି. ଦୂରରେ ଥିବା ଏହି ପ୍ୟାଲେସ୍‌ରେ ମହାରାଜା ନିଜ ପରିବାର ସହ ଗ୍ରୀଷ୍ମ ଅବକାଶ କଟାଉଥିଲେ । ତେଣୁ ଏହାକୁ ବସନ୍ତ ନିବାସ ମଧ୍ୟ କୁହାଯାଏ। ଉକ୍ତ ଐତିହାସିକ ସ୍ମାରକୀ ଏବଂ ଗଠନ ଶୈଳୀ ପ୍ରାକୃତିକ ପରିବେଶକୁ ଉପଲବ୍ଧି କରିବା ପାଇଁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ବିଶେଷ କରି ପିକନିକ ଋତୁରେ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏହା ଅସ୍ତିତ୍ୱ ହରାଇବାକୁ ବସିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ପୁନରୁଉଦ୍ଧାର କରାଯାଉ ନଥିବା ବେଳେ ଆବଶ୍ୟକ ମରାମତି ଅଭାବରୁ ନଷ୍ଟ ହୋଇଯାଇଛି। କିଛି ବର୍ଷ ପୂର୍ବେ ଏହାର ବିକାଶ ପାଇଁ ବ୍ୟୟବରାଦ କରାଯାଇଥିଲା। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏ ସବୁ ଏବେ ନଷ୍ଟ ହୋଇଯାଇଛି । କାମ ନାମରେ ବୃନ୍ଦାବନ ପ୍ୟାଲେସର ପୁରାତନ କଳାକୃତି ମୂର୍ତ୍ତିଗୁଡିକୁ କେହି ଦୁର୍ବୃତ୍ତ ନେଇଯାଇଥିବା ବେଳେ ରାଣୀକୁଣ୍ଡ ସମ୍ପୂଣ୍ଣ ଭାଙ୍ଗି ଦିଆଯାଇ ମାଟିରେ ମିଶାଇଦେଇଥିଲେ। ପର୍ଯ୍ୟଟକଙ୍କ ଲାଗି ଫେବର ବ୍ଲକରେ ନିର୍ମିତ ଚଲାପଥ, ବସିବାସ୍ଥଳ, ପିକନିକ ପାଇଁ ସ୍ଥଳ ଆଦି ନିର୍ମାଣ ହୋଇଥିଲା । ତେବେ ଏଗୁଡିକ ଏବେ ନଷ୍ଟ ହେବାରେ ଲାଗିଛି । ଜିଲ୍ଲା ପର୍ଯ୍ୟଟନ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ନିକ୍ଷେପ କରୁନଥିବାରୁ ଅବ୍ୟବସ୍ଥା ମଧ୍ୟରେ ରହିଅଛି । ସୌଧଟିର ବିଭିନ୍ନ ସ୍ଥାନରେ ଫାଟ ଦେଇଥିବା ବେଳେ ଅନାବନା ବୃକ୍ଷଲତା ଉଠିଯାଇଛି । ଏହି ପ୍ରାସାଦଟିର ବହୁ ଅଂଶ ଭଗ୍ନ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳୁଛି । ସେହିପରି ତୃତୀୟ ମହଲାର ଗୋଟିଏ ପାଶର୍‌ବରେ ଛାତ ଦବିବାରେ ଲାଗିଛି । ଏହାର ବିରାଟକାୟ ପାଚେରିଗୁଡିକରେ ଫାଟ ଦେଖାଦେଉଛି। ରାଜ୍ୟ ଓ ରାଜ୍ୟ ବାହାରର ବିଶେଷ କରି ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ବହୁ ପର୍ଯ୍ୟଟକ ଆସୁଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି । ବର୍ତ୍ତମାନ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ବୃନ୍ଦାବନ ପ୍ୟାଲେସ। ବର୍ତ୍ତମାନ ଏଠାରେ ଜଣେ ଅସ୍ଥାୟୀ ଭାବେ ଜଗୁଆଳୀ ରହିଥିଲେ ହେଁ ତାଙ୍କୁ କୌଣସି ବିଦ୍ଧିବଦ୍ଧ ଭାବେ ଅବସ୍ଥାପିତ କରାଯାଇନାହିଁ। ତାଙ୍କୁ ବିଭାଗ ପକ୍ଷରୁ କୌଣସି ମାସିକ ଭତ୍ତା କିମ୍ବା ଦୈନିକ ମଜୁରି ମଧ୍ୟ ଦିଆଯାଉ ନାହିଁ। ପର୍ଯ୍ୟଟକମାନେ ଯାହା ଅର୍ଥ ଦେଉଛନ୍ତି ତାକୁ ନେଇ ସେ ରହିଥିବାର ଜଣାପଡିଛି। ଏପରି ଏକ ଗୁରୁତ୍ୱ ବହନ କରୁଥିବା ଜିଲ୍ଲାର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଜିଲ୍ଲା ସଦର ମହକୁମାରେ ରହିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନିକ କିମ୍ବା ବିଭାଗୀୟ ଦୃଷ୍ଟି ନିକ୍ଷେପ ନଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri