ଓଏସଏସସି ସିଜିଏଲ ୨୦୨୩: ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାନୁୟାରୀ ୩ ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର,୨୭।୧୨: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ୮୩ଟି ଗ୍ରୁପ ‘ବି’ ଓ ଗ୍ରୁପ ‘ସି’ ସ୍ପେସିଆଲିଷ୍ଟ ପଦବୀ ପୂରଣ ହେବ।

ଏହି ପରୀକ୍ଷା ପାଇଁ ୨୦୨୪ ଜାନୁୟାରୀ ୩ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ୨୦୨୪ ଫେବୃୟାରୀ ୫ ରହିଛି।

ପଦବୀ ସଂଖ୍ୟା:

ଇନ୍ସପେକ୍ଟର ଅଫ ଲିଗାଲ ମେଟ୍ରୋଲୋଜି – ୧୭
ଜୁନିୟର କେମିଷ୍ଟ – ୧୪
ସିନିୟର ଲାବୋରଟାରି ଆସିଷ୍ଟାଣ୍ଟ – ୩୩
ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ – ୧୧
ମାର୍କେଟିଂ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର – ୭
କମ୍ପ୍ୟୁଟର ପ୍ରୋଗ୍ରାମ– ୧

ଯୋଗ୍ୟତା: ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ସେମାନେ ଅତିକମରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ବିଭିନ୍ନ ପଦବୀ ପାଇଁ ଥିବା ଅତିରିକ୍ତ ଯୋଗ୍ୟତା ସେମାନଙ୍କ ପାଖେ ଥିବା ଦରକାର।

ଏହି ସବୁ ପଦବୀ ପାଇଁ ଏସଏସସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ନାମକୁ ୨ୟ ପର୍ଯ୍ୟାୟ ମେନ ପରୀକ୍ଷା ପାଇଁ ମେରିଟ ଲିଷ୍ଟ ବାହାର କରାଯିବ। ୨ୟ ପର୍ଯ୍ୟାୟ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ଇଣ୍ଟରଭ୍ୟୁ ଓ ସାର୍ଟିଫିକେଟ ଯାଞ୍ଚ କରାଯାଇ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦରମାରୁ PF କଟୁଥିଲେ ପାଇବେ ୭ ଲକ୍ଷ ଟଙ୍କାର ବୀମା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୧୧ା୧: ଭାରତରେ ଲକ୍ଷଲକ୍ଷ ଲୋକ ଚାକିରି କରୁଛନ୍ତି, ପ୍ରତି ମାସରେ ସେମାନଙ୍କ ଦରମାରୁ PF କଟାଯାଉଛି। ଅଧିକାଂଶ କର୍ମଚାରୀଙ୍କ ଦରମା ଜମା ହେବା ମାତ୍ରେ ସ୍ବୟଂଚାଳିତ...

Railway Jobs: ରେଲଓ୍ବେରେ ବମ୍ଫର ନିଯୁକ୍ତି, ୪୪ ହଜାର ପର୍ଯ୍ୟନ୍ତ ଦରମା, ଏମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୯।୧: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ରେଳବାଇ ଏକ ମହାନ ସୁଯୋଗ ପ୍ରଦାନ କରିଛି। ରେଳବାଇ ନିଯୁକ୍ତି ବୋର୍ଡ ପୃଥକ ବର୍ଗ...

IIT ହାଇଦ୍ରାବାଦରେ ଇତିହାସ: ଛାତ୍ରଙ୍କୁ ମିଳିଲା ୨.୫ କୋଟି ଟଙ୍କାର ଚାକିରି ଅଫର୍

ନୂଆଦିଲ୍ଲୀ,୨।୧: ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (IIT), ହାଇଦ୍ରାବାଦର ଜଣେ ଛାତ୍ର ଏକ ବିରାଟ ସଫଳତା ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର ଅନ୍ତିମ ବର୍ଷର...

ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…

ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ...

ସରକାରୀ ଚାକିରି: ୨୨,୦୦୦ ପଦବୀ ପାଇଁ ଏହି ଦିନରୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୨୯ା୧୨: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ‘ଲେଭଲ-୧’ର ପ୍ରାୟ ୨୨,୦୦୦ ପଦବୀ ପାଇଁ ଏକ ସଂକ୍ଷିପ୍ତି...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri