Posted inଜାତୀୟ

ମହାକାଶକୁ ମହିଳା ରୋବଟ୍‌ ପଠାଇବ ଇସ୍ରୋ

ନୂଆଦିଲ୍ଲୀ,୧୪ା୧୨: ଭାରତ ମହାକାଶକୁ ମହିଳା ରୋବଟ୍‌ ‘ବ୍ୟୋମମିତ୍ର’ ପଠାଇବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ପରୀକ୍ଷାମୂଳକ ଭାବେ ମହାକାଶକୁ ‘ବ୍ୟାମମିତ୍ର’ ପଠାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।

ଏତଦ୍‌ବ୍ୟତୀତ ଡକ୍ଟର ସିଂହ କହିଛନ୍ତି, ଡିପ୍‌ ସି ମିଶନ ପ୍ରକଳ୍ପ ଆଗାମୀ ୩ ବର୍ଷ ମଧ୍ୟରେ ଫଳପ୍ରଦ ହେବ। ଫଳରେ ମହାଜାଗତିକ ସନ୍ଧାନ ଏବଂ ଗଭୀର ସମୁଦ୍ର ରିସର୍ଚ୍ଚ କ୍ଷେତ୍ରରେ ଭାରତର ଶକ୍ତି ଏବଂ ସାମର୍ଥ୍ୟ ବୃଦ୍ଧି ପାଇବ।

ସେ କହିଛନ୍ତି, ମହାକାଶ ଗବେଷଣା ପ୍ରତିଷ୍ଠାନ ବା ‘ଇସ୍ରୋ’ର ଅବଦାନ ବେଶ୍‌ ପ୍ରଶଂସନୀୟ। ନିକଟରେ ‘ଆଦିତ୍ୟ ଏଲ୍‌-୧’ ଏବଂ ‘ଚନ୍ଦ୍ରୟାନ-୩’ରେ ଇସ୍ରୋ ବୈଜ୍ଞାନିକମାନଙ୍କର କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଯିବା ସ୍ବପ୍ନ ହୋଇଯିବ ଚୁର୍‌ମାର୍‌! ଭାରତକୁ ଚେତାବନୀ ଦେଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧: ଭାରତରେ ଥିବା ଆମେରିକୀୟ ଦୂତାବାସ ଆମେରିକା ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ବଡ଼ ଚେତାବନୀ ଜାରି କରିଛି। ଏହି ଚେତାବନୀ ବିଶେଷ ଭାବରେ B1/B2...

ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ: ଆସିବ ‘ଭେଇକିଲ୍-ଟୁ-ଭେଇକିଲ୍ ଟେକ୍ନୋଲୋଜି

ନୂଆଦିଲ୍ଲୀ,୯।୧: ସମଗ୍ର ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସୁରକ୍ଷା ବଢ଼ାଇବା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ୨୦୨୬...

ସମୟ ଅଭାବରୁ ନୀତି ବାତିଲ, ରାତି ଉଜାଗର ରହିଲେ ମହାପ୍ରଭୁ

ପୁରୀ,୯।୧(ଅଜିତ୍‌ କୁମାର ମହାନ୍ତି): ସମ୍ପ୍ରତି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପହିିଲି ଭୋଗ ନୀତି ଚାଲିଛି । ନିଷ୍ପତ୍ତି ଅନୁଯାୟୀ ରାତି ୨ଟା ପରଠାରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ...

ଚାଷୀଙ୍କ ମୁଣ୍ଡରେ ଚଡ଼କ, ନାମକୁ ମାତ୍ର ଉଠିଲା ଧାନ: ମିଲରଙ୍କ ଧର୍ମଘଟ ପ୍ରତ୍ୟାହାର ପରେ ବି ମିଳୁନି ନ୍ୟାୟ

ବଲାଙ୍ଗୀର,୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି। ମିଲରମାନଙ୍କ ଧର୍ମଘଟ ଯୋଗୁ...

ହଜିଗଲା ମାନବିକତା: ଫସଲ ନଷ୍ଟ କରିବାରୁ ମାଙ୍କଡ଼କୁ ମାରି ଝୁଲାଇଦେଲେ

କବିସୂର୍ଯ୍ୟନଗର,୯।୧(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଓ ପୋଲସରା ରେଞ୍ଜ୍ ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଫସଲ ନଷ୍ଟ...

ଧର୍ମାନ୍ତର ବିବାଦକୁ ନେଇ ହୋଇପାରୁନି ସତ୍କାର, ୨୫ ଘଣ୍ଟା ଧରି ପଡି ରହିଛି ଶବ

ଜଳେଶ୍ୱର, ୯।୧(ନବୀନ ସାହୁ) : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତ ୪ନମ୍ବର ୱାର୍ଡ ରଙ୍ଗମାଟିଆ ଗାଁରେ ଏକ ଅଭାବନୀୟ ଘଟଣା...

ଟେନ୍‌ସନ୍‌ରେ ଚାଷୀ: ଟୋକନ ଅବଧି ସରିଯିବାର ଆଶଙ୍କା

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ ଶୁକ୍ରବାରରୁ ପୁଣି ଧାନ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଛି।...

ଶୀତ ଲହରୀ ମଧ୍ୟରେ ସକାଳୁ ରାଜଧାନୀରେ ଅଚାନକ ବର୍ଷା, ଆହୁରି ହ୍ରାସ ପାଇବ ତାପମାତ୍ରା

ନୂଆଦିଲ୍ଲୀ,୯।୧: ପ୍ରବଳ ଶୀତ ଲହରୀ ଜାରି ରହିଥିବାବେଳେ ଶୁକ୍ରବାର ସକାଳୁ ଦିଲ୍ଲୀ ଏବଂ ଏନସିଆର’ର କିଛି ଅଞ୍ଚଳରେ ହଠାତ୍ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri