ଡିଜେ ସାଉଣ୍ଡ, ଲାଇଟ୍‌ ଚିନ୍ତାର କାରଣ

ନୟାଗଡ଼,୧୧।୧୨(ଲୋକନାଥ ମିଶ୍ର): ଡିଜେ ସାଉଣ୍ଡ ଓ ଲାଇଟ୍‌ ଚିନ୍ତାର କାରଣ ପାଲଟିଛି। ଡିଜେ ସାଉଣ୍ଡରେ ଛାତି ଓ ଘରଦ୍ୱାର ଥରୁଥିବାବେଳେ ଏହା ଉପରେ ପ୍ରଶାସନ ଲଗାମ ଲଗାଇ ପାରୁନି। ଡିଜେ ବଜାଇବା ବାରଣ ରହିଥିବାବେଳେ ଚଢ଼ାଉ ଓ ଧରପଗଡ଼ ନ ଥିବାରୁ ଏହା ଅବାଧରେ ଚାଲୁଥିବା ଅଭିଯୋଗ ହୋଇଆସୁଛି। ପୁଣି ଏହାର ଲାଇଟ୍‌ ମଧ୍ୟ ଶରୀର ପାଇଁ କ୍ଷତିକାରକ। ସମସ୍ତେ ଏ ନେଇ ଅବଗତ ଥିଲେ ବି ପ୍ରତିବାଦର ସ୍ବର ନରମି ଯାଉଛି। ଏପରିକି ଥାନା ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ, ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଡିଜେ ବାଜୁଥିଲେ ମଧ୍ୟ ଏହାକୁ ବିରୋଧ ନାହିଁ। ଡିଜେ ବାଜିବାକୁ ନେଇ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବାରଣ ରହିଥିବାବେଳେ ପ୍ରଶାସନର ଅଣଦେଖା ସାଧାରଣ ଲୋକଙ୍କର ନିଦ ହଜାଇ ଦେଇଛି।
ଏ ସମ୍ପର୍କରେ ନୟାଗଡ଼ର ଆଇନଜୀବୀ ଅମୀୟ ପଟ୍ଟନାୟକ କହିଛନ୍ତି, ଡିଜେ ସାଉଣ୍ଡ ଓ ଲାଇଟ୍‌କୁ ବିରୋଧ କରାଯିବା ଦରକାର। ଲୋକମାନେ ଏହା ବାଜିବା ସମୟରେ ପ୍ରତିବାଦ କରିବେ ବୋଲି ମନସ୍ଥ କରୁଛନ୍ତି। ତେବେ ପରବର୍ତ୍ତୀ ସମୟରେ ଭୁଲି ଯାଉଛନ୍ତି। ପୋଲିସ ଏହାକୁ ବିରୋଧ କରୁନାହିଁ। ଏଣୁ ମାନସିକ ସ୍ତରରେ ସମସ୍ତେ କଷ୍ଟ ପାଉଛନ୍ତି। ରୋଗୀ ବେଶୀ ହଇରାଣ ହେଉଛନ୍ତି। ଏଣୁ ଏହାର ପ୍ରତିକାର ମାସେ ଭିତରେ ପୋଲିସ ଓ ପ୍ରଶାସନ ନ କଲେ ବାଧ୍ୟ ହୋଇ ହାଇକୋର୍ଟରେ ରିଟ୍‌ କରିବି ବୋଲି କହିଛନ୍ତି। ନୟାଗଡ଼ ଏନ୍‌ଏସିର ପୂର୍ବତନ ଚେୟାରମ୍ୟାନ ଭବାନୀ ଶଙ୍କର ଦାଶ କହିଛନ୍ତି ମନ୍ଦିର, ସ୍କୁଲ, ସ୍ବାସ୍ଥ୍ୟକେନ୍ଦ୍ର, ଥାନା, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଡିଜେ ବାଜୁଛି। ଡିଜେର ସାଉଣ୍ଡରେ ଘରେ ବସି ହେଉନି। ଏହା ଉପରେ ଲଗାମ ଲଗାଇବା ଦରକାର। ରୋଗୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା ଏହାର ସାଉଣ୍ଡରେ ବେଶୀ କଷ୍ଟ ପାଉଛନ୍ତି। କୃଷକ ନେତା ରଣଜିତ ଦଳବେହେରା କହିଛନ୍ତି, ଡିଜେ ବଜାଇବା ଫେସନ ହୋଇଗଲାଣି। ଏହାର ସାଉଣ୍ଡ ଓ ଲାଇଟ୍‌ କ୍ଷତିକାରକ ହୋଇଥିବା ସମସ୍ତେ ଅବଗତ ଥିଲେ ବି ଏହାକୁ ବଜାଇବାର ସୁଯୋଗ ହାତଚଡ଼ା କରୁନାହାନ୍ତି। ଏବେ ବିବାହ ଋତୁ ଚାଲିଥିବାବେଳେ ଗାଁ ଗହଳିରେ ଓ ସହରରେ ଡିଜେ ସାଉଣ୍ଡ ନିଦ ହଜାଇ ସାରିଲାଣି। ଏହାକୁ ବ୍ୟାନ କରିବା ଦରକାର। ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ କହିଛନ୍ତି, ଆଧୁନିକ ଯୁଗରେ ଡିଜେର ଚାହିଦା ବଢ଼ିଛି। ଏହା ବଜାଇବାରେ କଟକଣା ରହିଛି। ତେବେ କଟକଣାକୁ ଅଣଦେଖା କରି ଅତ୍ୟଧିକ ସାଉଣ୍ଡ ଦେଇ ବଜାଉଥିବାରୁ ସବୁଆଡେ ଏବେ ପ୍ରତିବାଦରସ୍ବର ଉଠିଲାଣି। ଜିଲା ଓ ପୋଲିସ ପ୍ରଶାସନ ଏ ଉପରେ ଲଗାମ ଲଗାଇବା ଦରକାର। ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ କହିଛନ୍ତି, ଡିଜେ ଶବ୍ଦ ପ୍ରଦୂଷଣ କରୁଛି। ଏହା ମନୁଷ୍ୟ ସମେତ ପଶୁପକ୍ଷୀଙ୍କୁ କ୍ଷତି ପହଞ୍ଚାଉଛନ୍ତି। ଗର୍ଭବତୀ ମହିଳା, ହାର୍ଟ ରୋଗୀ, ରୋଗୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡୁଛି। ଡିଜେକୁ ପ୍ରତିବାଦ କଲେ ଗାଁ ଗହଳିରେ ଓ ସହରରେ ସମାଲୋଚନା ହେବାକୁ ପଡ଼େ। ଆଧୁନିକତାରେ ତାଳ ଦେଇ ଚାଲିବାକୁ ଆମକୁ ପରାମର୍ଶ ମିଳେ। କୋର୍ଟଙ୍କ ଅର୍ଡରକୁ ମଧ୍ୟ ଲୋକ ନମାନି ଡିଜେ ବଜାଉଛନ୍ତି। ଓଡଗାଁର ସାମାଜିକ କର୍ମୀ ଦିଲୀପ କୁମାର ବିଶୋଇ କହିଛନ୍ତି, ପ୍ରଶାସନ ଓ ପୋଲିସଠାରୁ ଅନୁମତି ନ ନେଇ ଡିଜେ ବଜାଯାଉଛି। ଡିଜେ ନ ବାଜିଲେ ବାହାଘର ମଜା ବାହାରୁନି। ଆବାସିକ ଅଞ୍ଚଳରେ ଦିନବେଳା ୫୫ ଡେସିବିଲ୍‌ ଓ ରାତିରେ ୪୫ ଡେସିବିଲରେ ଡିଜେ ବାଜିବାକୁ ନିୟମ ରହିଛି। ହେଲେ ନିୟମକୁ ଫୁ କରି ମନଇଚ୍ଛା ସାଉଣ୍ଡ ଦେଇ ଯୁବ ପିଢ଼ି ମଜା ନେଉଛନ୍ତି। ଯୁବ ପିଢ଼ିଙ୍କ ସହ ମା’ ବାପା, ବନ୍ଧୁବାନ୍ଧବ, ପଡୋଶୀ, ସ୍ଥାନୀୟ ଲୋକ ସମର୍ଥନ କରୁଛନ୍ତି। ଯାହାର କୁପ୍ରଭାବରେ ସମସ୍ତେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ଉପରେ ଲଗାମ ଲଗାଇବା ଦରକାର।
ଡିଜେ ବଜାଇଲେ କାର୍ଯ୍ୟାନୁଷ୍ଠାନ
ଡିଜେ ବଜାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୟାଗଡ଼ ଏସ୍‌ପି ରାହୁଲ ଜୈନ କହିଛନ୍ତି। ଏସ୍‌ପିଙ୍କ ସୂଚନା ଅନୁସାରେ, ପୂଜା ପାର୍ବଣରେ ଡିଜେ ବଜାଇବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏଥିରେ ସଫଳତା ମିଳିଛି। ଏବେ ବିବାହ ଋତୁ ଯୋଗୁ ପୁଣି ଡିଜେ ବଜାଇବା କାର୍ଯ୍ୟ ଆରମ୍ଭ ହୋଇଛି। ନଜରକୁ ଆସିବା ପରେ ଡିଜେକୁ ବାରଣ ନେଇ ସବୁ ଥାନାକୁ ଅବଗତ କରାଯିବ। ଏପରି କି ଡିଜେ ବଜାଇବାର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ଖବର ମିଳିଲେ ପୋଲିସ ପକ୍ଷରୁ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri