ମୁଣ୍ଡଳମୁଣି ପାହାଡ଼ରେ ବେଆଇନ ଖନନ

ନୟାଗଡ଼,୩୦।୧୧(ଲୋକନାଥ ମିଶ୍ର)ନୟାଗଡ଼ ବ୍ଲକ୍‌ ନୋତ୍ତରସ୍ଥିତ ଆଦର୍ଶ ବିଦ୍ୟାଳୟଠାରୁ ୨୦୦ ମିଟର ଦୂର ମୁଣ୍ଡଳମୁଣି ପାହାଡ଼ରେ ଚାଲିଛି ବେଆଇନ ବ୍ଲାଷ୍ଟିଂ। ଜଣେ ଜିଲା ପରିଷଦ ସଭ୍ୟ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ସହାୟତାରେ ଏହି ବ୍ଲାଷ୍ଟିଂ ଚାଲିଛି। ନୟାଗଡ଼ ତହସିଲ ଏ ସଂକ୍ରାନ୍ତରେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି ।
ପାହାଡ଼ରେ ବ୍ଲାଷ୍ଟିଂ, ଜେସିବି ଲଗାଇ ପଥର ଭାଙ୍ଗିବା ସମୟରେ ଜୋରରେ ଶଦ୍ଦ ହେଉଛି । ଏହାଦ୍ୱାରା ଉପରୋକ୍ତ ସ୍କୁଲରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ସେହିପରି ପଥର ଖଣ୍ଡ ମଧ୍ୟ ସ୍କୁଲ ଓ ଆଖପାଖ ଅଞ୍ଚଳରେ ଛିଟିକି ପଡୁଛି। ଅବଶ୍ୟ ଛାତ୍ରୀଛାତ୍ରଙ୍କ ଉପରେ ପଡିନାହିଁ, ତେବେ କୌଣସି ସମୟରେ ବି ଏହି ପଥରଖଣ୍ଡ ପଡି ଛାତ୍ରୀଛାତ୍ରମାନେ ଆହତ ହୋଇପାରନ୍ତି ବୋଲି ଅଭିଭାବକମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଦିନବେଳା ପଥର ଭଙ୍ଗା ଯାଉଥିବାରୁ ସେହି ଅଞ୍ଚଳ ପ୍ରଦୂଷିତ ହେଉଛିା ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ା
ପରିବେଶବିତ୍‌ ଶ୍ରୀଧର ସାହୁ କୁହନ୍ତି, ମୁଣ୍ଡଳମୁଣି ପାହାଡ଼ କାହାକୁ ଲିଜ୍‌ ଦିଆଯାଇନି । ତେବେ ଜଣେ ଜିଲା ପରିଷଦ ସଭ୍ୟ କିପରି ବେଆଇନ ଭାବେ ପଥରଖନନ କରୁଛନ୍ତି ତାହା ଅନେକଙ୍କୁ ବିସ୍ମିତ କରୁଛି। ପ୍ରଶାସନ ଅବଗତ ଥିଲେ ବି ଜିଲା ପରିଷଦ ସଭ୍ୟଙ୍କ ବେଆଇନ ପଥରଖନନ ଉପରେ ରୋକ୍‌ ଲଗାଇବାକୁ ସାହସ କରିପାରୁନି। ଏଣୁ ମୁଣ୍ଡିଆ ନଷ୍ଟ ହେବା ସହ ସ୍କୁଲ ଆଖପାଖ ପରିବେଶ ନଷ୍ଟ ହେବା ଆରମ୍ଭ କରିଛି। ଜିଲା ପ୍ରଶାସନ ହସ୍ତକ୍ଷେପ କରି ବେଆଇନ ପଥରଖନନକୁ ବନ୍ଦ କରିବା ଦରକାର। ପରିବେଶବିତ୍‌ ବିଭୂତି ଦାଶ କୁହନ୍ତି, ସ୍କୁଲ ପାଖରେ ପାହାଡ଼ ଅଛି ମାନେ ତାକୁ ନଷ୍ଟ ନ କରି ବରଂ ତାର ପୁନରୁଦ୍ଧାର କରିବାର ଆବଶ୍ୟକା ରହିଛି । ଜଣେ ଜିଲା ପରିଷଦ ସଭ୍ୟ ଜଙ୍ଗଲର ସୁରକ୍ଷା ଦିଗରେ କାମ କରିବା ଉଚିତ । ଲୋକ ପ୍ରତିନିଧି ହୋଇ ଜଙ୍ଗଲ ଉଜାଡୁଥିବାରୁ ସାଧାରଣରେ ଅସନ୍ତୋଷ ଓ ଉଦ୍‌ବେଗ ସୃଷ୍ଟି ହେଉଛି । ସ୍କୁଲର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ମୁଣ୍ଡିଆର ବେଆଇନ ଖନନ ବନ୍ଦ ହେବା ଦରକାର। ସାମାଜିକ କର୍ମୀ ଶାନ୍ତନୁ ବିଶୋଇ କୁହନ୍ତି, କ୍ଷମତାର ଅପବ୍ୟବହାର ଠିକ୍‌ ନୁହେଁ। ଜିଲା ପରିଷଦ ସଭ୍ୟ ଛାତ୍ରୀଛାତ୍ର, ସ୍କୁଲକୁ ଦେଖି ବେଆଇନ ଖନନ ବନ୍ଦ କରିବା ଉଚିତ। ନଚେତ୍‌ ସମୟ ଆସିବ ଜିଲା ପରିଷଦ ସଭ୍ୟ ନିଜର ଭୁଲ ସମାଧାନ କରିବାକୁ ସମୟ ପାଇବେନି। ଅନ୍ୟପକ୍ଷେ ଜିଲାପାଳ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri