ବେଆଇନ ଚେମିନି ଇଟାଭାଟିକୁ ଲଗାମ ନାହିଁ

କୋରେଇ,୧୫। ୧୧(ଚନ୍ଦ୍ରକାନ୍ତ ପତି): ବ୍ୟାସନଗର ତହସିଲ ଅଧୀନ କୋରେଇ ଅଞ୍ଚଳରେ ଅନେକ ବେଆଇନ ଚେମିନି ଇଟାଭାଟି ଗଢ଼ି ଉଠିଛି। ହେଲେ ଏଗୁଡ଼ିକ ଉପରେ ଯାଜପୁର ଜିଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଖବର ଅନୁଯାୟୀ, ବ୍ଲକର ମୂଳାପାଳ, ପଥରପଦା, ବନ୍ଦାଳ, ରଣପୁର ଓ ମକୁନ୍ଦୁପୁର ଆଦି ପଞ୍ଚାୟତରେ ଚେମିନି ଇଟାଭାଟି ରହିଛି। ସେହିପରି ଅନେକ ଗ୍ରାମ ଓ ରାସ୍ତା କଡ଼ରେ ଫ୍ଲାଏ ଆସ ଇଟା ଭାଟି ଚାଲିଛି। ଫଳରେ ପରିବେଶ ପ୍ରଦୂଷିତ ହେଉଛି। ଏଥିରୁ ନିର୍ଗତ ଧୂଆଁ ଓ ଧୂଳି ଦ୍ୱାରା ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡୁଛି। ଅଧିକାଂଶ ଇଟାଭାଟି ସରକାରୀ, ଅନାବାଦୀ, ଗୋଚର ଓ ସର୍ବସାଧାରଣ ଜମିରେ ହୋଇଥିବା ଅଭିଯୋଗ ହେଉଛି। ହେଲେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଇଟା ଭାଟି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଇଟା ନିର୍ମାଣ ପାଇଁ କଞ୍ଚା ମାଲ ସ୍ବରୂପ ମାଟି ଓ ବାଲି ବୈତରଣୀ ନଦୀ ପଠାରୁ ସଂଗ୍ରହ କରାଯାଉଥିବା ସୂଚନା ମିଳିଛି। ନଦୀ ପଠାରେ ଥିବା ମାଟି ଓ ବାଲି ଉଠାଇ ଅଣାଯାଉଥିବାରୁ ସେଠାରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହେଉଛି। ନଦୀଶଯ୍ୟା ମଧ୍ୟ ବଢ଼ି ଚାଲିଛି। ଫଳରେ ନଦୀ କୂଳରେ ଅବସ୍ଥିତ ଗ୍ରାମଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଚେମିନି ଇଟାଗୁଡ଼ିକୁ ନିଆଁରେ ପୋଡ଼ିବାକୁ କାଠର ଆବଶ୍ୟକତା ହେତୁ ଜଙ୍ଗଲ କ୍ଷୟ ହେଉଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତପ୍ତ ବଳୟ ମଧ୍ୟ ସୃଷ୍ଟି ହେଉଛି।
ମୃତ୍ତିକା କ୍ଷୟ ଓ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ମାଟି ତିଆରି ଇଟା ନିର୍ମାଣରେ ରୋକ ଲଗାଇଛନ୍ତି। ହେଲେ ଏଠାରେ ଆଇନ ଉଲ୍ଲଂଘନ କରାଯାଇ ଜାତୀୟ ରାଜପଥ ୧୬ ନମ୍ବରର ମୂଳପାଳ ପଞ୍ଚାୟତଠାରୁ ରଣପୁର ପଞ୍ଚାୟତ ପର୍ଯ୍ୟନ୍ତ ବୈତରଣୀ ନଦୀ ପାର୍ଶ୍ୱରେ ଯାଇଥିବା ୨୦ କିମିରୁ ଊଦ୍ଧର୍‌ବ ନଦୀବନ୍ଧ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକଗୁଡ଼ିଏ ବେଆଇନ ଇଟାଭାଟି ଗଢ଼ି ଉଠିଛି। ଇଟାଭାଟି ମାଲିକମାନେ ନିଜ ଇଚ୍ଛା ମୁତାବକ ଇଟା ତିଆରି କରୁଛନ୍ତି। ବିଶେଷ କରି ନଦୀପଠା ଓ ପୋଖରୀ ନିକଟବର୍ତ୍ତୀ ଇଟାଭାଟି ମାଲିକଙ୍କ ପାଇଁ ସୁରକ୍ଷିତ ହୋଇଛି। ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବାକୁ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାମ କରୁଛି। ହେଲେ ଏହି ଇଟାଭାଟି ମାଲିକଙ୍କ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଖି ବୁଜିଦେଇଛି।
ବ୍ୟାସନଗର ତହସିଲ ଓ କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କେତେଜଣ ତଳିଆ କର୍ମଚାରୀଙ୍କୁ ମାସିକ ହାତଗୁଞ୍ଜା ଦେଇ ବ୍ୟବସାୟୀ ନିଜର କାୟା ବିସ୍ତାର କରୁଥିବା ଅଭିଯୋଗ ହେଉଛି। ହେଲେ ପ୍ରଶାସନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଅବାଧରେ ଏହି ଇଟାଭାଟି ଚାଲୁଥିବା ସ୍ପଷ୍ଟ ଜଣାପଡୁଛି। ଅଭିଯୋଗ ହେଲେ କାଁଭାଁ ଚଢ଼ାଉ କରି କିଛି ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତଙ୍କୁ ଫୋନ୍‌ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri