ନୂଆ ଜିଲା ସଭାପତି ନିଯୁକ୍ତି ପରେ ଭାଜପାରେ ଫାଟ

ନୟାଗଡ,୧୧।୧୧(ଲୋକନାଥ ମିଶ୍ର): ଭାଜପାର ନବନିଯୁକ୍ତ ନୟାଗଡ ଜିଲା ସଭାପତିଙ୍କୁ ସ୍ବାଗତ ପାଇଁ ଶୁକ୍ରବାର ସ୍ବାଗତ ସମ୍ବର୍ଦ୍ଧନା ସଭା ଓ ଶୋଭାଯାତ୍ରା ନୟାଗଡ଼ ନିର୍ବାଚନମଣ୍ଡଳୀ ସମେତ ଜିଲା ରାଜନୀତିର ଦୃଶ୍ୟପଟକୁ ବଦଳାଇବା ଆରମ୍ଭ କରିଛି। ପୁରୁଣା ଜିଲା ସଭାପତି ଲାଲା ମନୋଜ ରାୟ ହଟିବା ପରେ ନବନିଯୁକ୍ତ ଜିଲା ସଭାପତି ତାପସ ରଞ୍ଜନ ମାର୍ଥାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବାର ଦୃଶ୍ୟକୁ ଅନୁଧ୍ୟାନ କଲେ ଭାଜପାରେ ଫାଟ ଓ କନ୍ଦଳ ସ୍ପଷ୍ଟ ହୋଇଯାଉଛି।

ସ୍ବାଗତ ସମ୍ବର୍ଦ୍ଧନା ସଭା ଓ ଶୋଭାଯାତ୍ରାରେ ପୂର୍ବତନ ଜିଲା ସଭାପତି ଲାଲା ମନୋଜ ରାୟ, ନୟାଗଡ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଲଢ଼ିଥିବା ଓ ସଙ୍ଗଠନକୁ ମଜଭୁତ କରିଥିବା ନାରୀନେତ୍ରୀ ଇରାନୀ ରାୟ, ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂଙ୍କ ଅନୁପସ୍ଥିତ ରହିବାକୁ ନେଇ ଭାଜପାରେ ଅନେକ କଥା ଚର୍ଚ୍ଚା ହେଉଛି। ଯଦିଓ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଅନୁପସ୍ଥିତ ଥିଲେ ତେବେ ତାଙ୍କ ନାଁ ଚର୍ଚ୍ଚାକୁ ଆସୁନାହିଁ। କେତେଜଣ ଦଳୀୟ କର୍ମୀଙ୍କ ସୂଚନା ଅନୁସାରେ ନୟାଗଡ଼ରେ ଇରାନୀ ରାୟ ଓ କନ୍ଧମାଳ ପୂର୍ବତନ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ମଧ୍ୟରେ ଦଳୀୟ ଟିକେଟ ହାତେଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। କିଛି ଦିନର ନୀରବତା ପରେ ପ୍ରତ୍ୟୁଷା ବାଜିମାରି ନେଲେ। ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପଟ ପରିବର୍ତ୍ତନ କରିବା ପରେ ସବୁ କିଛି ଓଲଟପାଲଟ ହୋଇ ଚାଲିଛି। ପ୍ରଥମେ ଲାଲା ମନୋଜ ରାୟଙ୍କୁ ଜିଲା ସଭାପତି ପଦରୁ ହଟାଇ ସମ୍ବିତ୍‌ ନିଜର ଅନୁଗତକୁ ଥଇଥାନ କଲେ। ଏହାସହ ନୟାଗଡ଼ରେ ପ୍ରତ୍ୟଷାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଲେ ବୋଲି କର୍ମୀମାନେ କହୁଛନ୍ତି।

ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଲାଲା ମନୋଜ ରାୟ ଓ ସ୍ତ୍ରୀ ଇରାନୀ ରାୟଙ୍କ ଗୋଷ୍ଠୀର ଅଣ୍ଡାମାଡ଼ ମହଙ୍ଗା ପଡ଼ିଥିବା ଚର୍ଚ୍ଚା ହେଉଛି। ଗତ ସେପ୍ଟେମ୍ବର ୫ରେ ପୂର୍ବତନ ଏମ୍‌ପି ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ୯ମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମ୍ବିତଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। କାରଣ ସମ୍ବିତ୍‌ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦିଅନ୍ତୁ ବୋଲି ଇରାନୀଙ୍କ ଗୋଷ୍ଠୀ ଚାହୁଁ ନ ଥିଲେ। ସେହି ଅଣ୍ଡାମାଡ଼ ଘଟଣା ପରେ ଲାଲା ମନୋଜ ଏବଂ ଇରାନୀଙ୍କୁ ଅଣଦେଖା କରାଯାଉଥିବା କୁହାଯାଉଛି। ଏଥିପାଇଁ ସେମାନେ ଭାଜପା ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନୟାଗଡ଼ ନିର୍ବାଚନମଣ୍ଡଳୀରେ ଇରାନୀ ଭାଜପା ସଙ୍ଗଠନକୁ ସୁଦୃଢ଼ କରି ଚାଲିଥିଲେ। ତେବେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପାରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗଦେବା ପରେ ସମୀକରଣ ବଦଳିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଇରାନୀ ବିଜେଡି ନେତା ଅରୁଣ ସାହୁଙ୍କଠାରୁ ପରାସ୍ତ ହୋଇଥିଲେ। ଏହାପରେ ମଧ୍ୟ ସଙ୍ଗଠନକୁ ମଜଭୁତ୍‌ କରିବା ପାଇଁ ଲାଗି ପଡ଼ିିଥିଲେ। ସ୍ବାମୀ ଲାଲା ମନୋଜ ରାୟ ଭାଜପାର ଜିଲା ସଭାପତି ଥିବାରୁ ଇରାନୀଙ୍କର ଅସୁବିଧା ନ ଥିଲା। ତେବେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟୁଷା ସମାନ୍ତରାଳ ଭାବେ ସଙ୍ଗଠନ ଆରମ୍ଭ କରିବା ପରେ ଦଳରେ ଦୁଇନେତ୍ରୀ ଇରାନୀ ଓ ପ୍ରତ୍ୟୁଷାଙ୍କ ମଧ୍ୟରେ ପତିଆରା ଲଢ଼େଇ ଚାଲିଥିବା କୁହାଯାଉଛି।

ଲାଲା ମନୋଜ ରାୟ କୁହନ୍ତି, ମୋ ସ୍ତ୍ରୀ ଇରାନୀ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଭାଜପାର ସଙ୍ଗଠନକୁ ମଜଭୁତ କରିଥିଲେ। ମୁଁ ମଧ୍ୟ ସଙ୍ଗଠନ ପାଇଁ କାମ କରି ଦଳକୁ ଜିଲାରେ ଭଲ ସ୍ଥିତିରେ ରଖିଥିଲି । ହେଲେ ଜିଲା ସଭାପତି ପରିବର୍ତ୍ତନ ହେଲା। ନୂଆ ଜିଲା ସଭାପତିଙ୍କୁ ସମ୍ବର୍ଦ୍ଧନା ସମ୍ପର୍କରେ ଆମକୁ କିଛି କୁହାଗଲା ନାହିଁ। ଆମଙ୍କୁ ଅଣଦେଖା କରାଯାଇ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ସଭା କରାଗଲା। ଦଳ ପକ୍ଷରୁ ଆମକୁ ଉପେକ୍ଷା କରାଯିବା ଠିକ୍‌ ନୁହେଁ। ଏହାଦ୍ୱାରା ଦଳରେ କ୍ଷତି ହେବ। ବହୁ କର୍ମକର୍ତ୍ତା, କର୍ମୀ ସମ୍ବର୍ଦ୍ଧନା ସଭାକୁ ଯାଇନାହାନ୍ତି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri