ପ୍ରଶାସନର ଉଦାସୀନତା: ଶହୀଦଙ୍କ ମୂକସାକ୍ଷୀ କୁଦୋପାଲି ଅବହେଳିତ

ସମ୍ବଲପୁର,୯ା୧୧(ଭବାନୀ ଶଙ୍କର ଭୋଇ): ମହାନ୍‌ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ଉଲଗୁଲାନର ମୂକସାକ୍ଷୀ ହେଉଛି ସମ୍ବଲପୁରର କୁଦୋପାଲି ଘାଟି। ଇଂରେଜମାନଙ୍କ ଗୁଳିରେ ଗୋଟିଏ ଦିନରେ ପ୍ରାଣ ହରାଇଥିବା ୫୩ ଜଣ ସଂଗ୍ରାମୀଙ୍କ ସହ ଇଂରେଜ ହାତରେ ଧରାପଡ଼ି ଫାଶୀଖୁଣ୍ଟରେ ଝୁଲିଥିବା ଅନ୍ୟ ୪ଜଣ ଶହୀଦଙ୍କ ସ୍ମାରକୀ ବହନ କରୁଥିବା ଏହି ଘାଟି ଏବେ ଅବହେଳିତ ହୋଇରହିଛି। ୧୯୫୭ ସ୍ବାଧୀନତା ସଂଗ୍ରାମର କଥା ଉଠିଲେ ବୀର ସୁରେନ୍ଦ୍ର ସାଏଙ୍କ ଉଲଗୁଲାନ ଓ କୁଦୋପାଲି ଘାଟିରେ ଇଂରେଜମାନଙ୍କ ଆକ୍ରମଣ ପ୍ରସଙ୍ଗ ସ୍ବତଃ ମନକୁ ଆସିଥାଏ। ହେଲେ କୁଦୋପାଲିକୁ ଗଲେ ସେହି ଘଟଣାକୁ ମନେପକାଇବା ଭଳି କୌଣସି ଚିହ୍ନ ଦେଖିବାକୁ ମିଳେ ନାହିଁ।

ସମ୍ବଲପୁର ମହାନଗର ନିଗମର ଓ୍ବାର୍ଡ ନମ୍ବର ୩୯ରେ ରହିଛି ସଂଗ୍ରାମୀଙ୍କ ପୀଠ କୁଦୋପାଲି। ମୁଖ୍ୟ ସହରଠାରୁ ମାତ୍ର ୮କି.ମି. ଦୂରରେ ଏହା ଅବସ୍ଥିତ। ଗବେଷକ ଦାଶରଥି ସାହୁଙ୍କ କହିବା ଅନୁସାରେ, ସମ୍ବଲପୁର-ରାଞ୍ଚତ୍ ରୋଡ୍‌ର ସିନ୍ଦୂରପଙ୍କ ନିକଟରେ ଥିବା କୁଦୋପାଲି ଘାଟିର ସୁରକ୍ଷା ଦାୟିତ୍ୱରେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ପଞ୍ଚମ ଭାଇ ଛବିଳ ସାଏ। ଇଂରେଜମାନେ ବାହାରୁ ସୈନ୍ୟ ଆଣି ନ ପାରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଯୁଯୁମୁରା ନିକଟରେ ଇଂରେଜ ଡାକ୍ତର ଜୁଜୋସ୍‌ ମୁର୍‌ଙ୍କୁ ସୁରେନ୍ଦ୍ର ସାଏଙ୍କ ସହଯୋଗୀ ମଧୁ ଗଡତିଆ ହତ୍ୟା କରିବା ପରେ ଇଂରେଜମାନେ ଭୟଭୀତ ହୋଇପଡିଥିଲେ। କ୍ୟାପ୍‌ଟେନ ଇ.ଜି. ଉଡ୍‌ କୁଦୋପାଲି ଘାଟିରେ ବୀର ସୁରେନ୍ଦ୍ର ସାଏ ଲୁଚି ରହିଥିବା ଖବର ପାଇ ୧୮୫୭ ଡିସେମ୍ବର ୩୦ ଭୋର ସମୟରେ ୨୭୫ ଜଣ ସୈନ୍ୟଙ୍କୁ ନେଇ ଅତର୍କିତ ଆକ୍ରମଣ କରିଥିଲେ। କୁଦୋପାଲି ଘାଟିରେ ଇଂରେଜ ସୈନ୍ୟ ରଣନୀତିରେ ପଛଘୁଞ୍ଚା ଦେଇଥିଲେ। ସୁରେନ୍ଦ୍ର ସାଏଙ୍କ ସହଯୋଗୀ ସଂଗ୍ରାମୀମାନେ ପାହାଡ଼ ତଳକୁ ଆସିବା ପରେ ପୁଣି ପାଲଟା ଆକ୍ରମଣ ପରେ ସୁରେନ୍ଦ୍ର ସେନା ବନ୍ଧୁକ ଗୁଳିର ସାମ୍‌ନା କରିପାରି ନ ଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ଜୀବନ ରକ୍ଷା ପାଇଁ କୁଦୋପାଲି ଗାଁ ଦେଇ ଘୋଡ଼ାରେ ଯାଉଥିବା ସମୟରେ ପଛପଟୁ ଗୁଳି ବାଜିବାରୁ ଗାଁଦାଣ୍ଡରେ ତାଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣାରେ ଅନ୍ୟ ୫୩ ଜଣ ସଂଗ୍ରାମୀଙ୍କ ମଧ୍ୟ ପ୍ରାଣହାନି ଘଟିଥିଲା। ଇଂରେଜ ହାତରେ ଧରାପଡ଼ିଥିବା ଅନ୍ୟ ୧୨ଜଣ ସଂଗ୍ରାମୀଙ୍କ ମଧ୍ୟରୁ ୪ଜଣଙ୍କୁ ଫାଶୀଦଣ୍ଡ ମିଳିଥିଲା। ଘଟଣାରେ ମୋଟ ୫୭ଜଣ ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗୀ ଶହୀଦ ହୋଇଥିଲେ। ଏହାସହ ଜଣେ ଇଂରେଜ ସୈନ୍ୟ ବିଦ୍ରୋହ କରିଥିବା ଅପରାଧରେ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହି ଘଟଣାରେ ମୋଟ ୫୮ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ। ହେଲେ ଶହୀଦ ସଂଗ୍ରାମୀମାନଙ୍କ ସ୍ମୃତିରକ୍ଷା ପାଇଁ କୁଦୋପାଲିରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ୨୦୧୪ରୁ ସାମାଜିକ ସଙ୍ଗଠନ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆହ୍ବାନକ୍ରମେ କୁଦୋପାଲି ଘାଟିରେ ନିରାଡମ୍ବର କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି। ଏହାପୂର୍ବରୁ ବୀର ସୁରେନ୍ଦ୍ର ସାଏ ସ୍ମୃତି କମିଟି ଆହ୍ବାନରେ କିଛିବର୍ଷ ବୀର ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ସେ ସମୟରେ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସମେତ ବହୁ ମନ୍ତ୍ରୀ ସାମିଲ ହେଉଥିଲେ। ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ନ ଥିବାରୁ ଏହି ଏତିହାସିକ ପୀଠ ଅବହେଳିତ ହୋଇପଡିଛି। ପ୍ରଶାସନର ଉଦାସୀନତା କାରଣରୁ କୁଦୋପାଲିରେ ସ୍ମୃତିରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରୁନାହିଁ ବୋଲି ସ୍ଥାନୀୟ ଅଧିବାସୀ ରାମସାଗର ସାହୁ କ୍ଷୋଭ ପ୍ରକାଶ କରନ୍ତି। ୧୯୮୭ରେ କୁଦୋପାଲି ଗାଁରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ର ଅଭାବରୁ ବନ୍ଦ ହୋଇଯାଇଛି। ସେହି ସ୍କୁଲରେ ଗାଁର ଇତିହାସକୁ ସଂରକ୍ଷିତ ରଖିବା ପାଇଁ ଏକ ସଂଗ୍ରହାଳୟ ସ୍ଥାପନ ଲାଗି ସ୍ଥାନୀୟ ଯୁବକ ସଂଘର କର୍ମକର୍ତ୍ତା ପ୍ରଫୁଲ୍ଲ ଭୋଇ କହିଛନ୍ତି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ କୁମାର ପ୍ରଧାନ କହନ୍ତି, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାକୁ ଛାଡ଼ି ତାଙ୍କ ସଂଗ୍ରାମ ସହ ଜଡ଼ିତ ଜିଲାର ଅନ୍ୟ କୌଣସି ସ୍ଥାନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇନାହିଁ। ତେଣୁ ପର୍ଯ୍ୟଟନ ବିଭାଗ କୁଦୋପାଲି ଘାଟିର ବିକାଶ ପାଇଁ କୌଣସି ଯୋଜନା କରିନାହିଁ। ଆଗକୁ ପ୍ରସ୍ତାବ ଆସିଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri