୨୨ କୋଟିର କାମରେ ଅନିୟମିତତା

ବାରିପଦା,୧।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ରୂପ୍‌ସା ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟରେ ଅନିୟମିତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଠିକାଦାରଙ୍କ ମନମୁଖି କାର୍ଯ୍ୟକଳାପ ଓ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଅଞ୍ଚଳବାସୀ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ଏହାର ଏକକିତା ନକଲ ବାରିପଦା ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦେବା ସହ କାର୍ଯ୍ୟର ମାନ ଯାଞ୍ଚ କରିବାକୁ ଦାବି କରିଛନ୍ତି। ୨୪ଘଣ୍ଟା ମଧ୍ୟରେ ଏକ ଉଚ୍ଚସ୍ତରୀୟ ଟେକ୍ନିକାଲ ଟିମ୍‌ ଗଠନ କରାଯାଇ ତଦନ୍ତ କରା ନ ଗଲେ କାର୍ଯ୍ୟ ବନ୍ଦ କରିବା ସହ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି।
ବିଭାଗ ଅଧୀନରେ ଠାକୁରମୁଣ୍ଡା-ଦଙ୍ଗଡିହା-ପୋଡାଡିହା-ଉଦଳା-ମାଣତ୍ରୀ-ବୈଶିଙ୍ଗା-ରୂପ୍‌ସା ରୋଡ୍‌ର ପ୍ରଶସ୍ତୀକରଣ କାର୍ଯ୍ୟ ଜାରି ରହିଛି। ୭୦କି.ମି. ବ୍ୟାପି ଏହି ରାସ୍ତା ପାଇଁ ୨୨କୋଟି ୫୯ଲକ୍ଷ ୭୦ହଜାର ୧୪୪ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଉକ୍ତ କାର୍ଯ୍ୟରେ ବ୍ୟାପକ ଅନିୟମିତା କରାଯାଇ ଅଦ୍ୟାବଧି ଏକ କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୁରୁଣା ରାସ୍ତାର ପିଚୁକୁ ସ୍କ୍ରେପିଂ କରି ୬ଇଞ୍ଚ ଉଚ୍ଚରେ ସିଲେକଟେଡ ଆର୍ଥ କିମ୍ବା ଦେଢଫୁଟ ଉଚ୍ଚତାରେ ମୋରମ ପକାଇ ସବଗ୍ରେଡ୍‌ କରିବାର ଅନୁମୋଦିତ ବ୍ୟୟ ଅଟକଳ ମୂଲ୍ୟ ଓ ଚୁକ୍ତିପତ୍ରରେ ରହିଛି। ମାତ୍ର ତାହା କରା ନ ଯାଇ ଜେସିବି ଦ୍ୱାରା ପିଚୁ ରାସ୍ତାକୁ ସ୍ବଳ୍ପ ସ୍କ୍ରେପିଂ କରି ତା ଉପରେ ଅଳ୍ପ ମାଟି ପକାଇ ରୁଲିଂ କରାଯାଉଛି। ଫଳରେ ରାସ୍ତାଟି ଦୀର୍ଘସ୍ଥାୟୀ ହେବା ନେଇ ଆଶଙ୍କା ଉପୁଜିଥିବା ସହ ବିଭାଗ ପକ୍ଷରୁ ବିଲ୍‌ ପୈଠ କରାଯାଇଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି ବୋଲି ଭୀମଦା ଗ୍ରାମର ଜନାର୍ଦ୍ଦନ ମଣ୍ଡଳ, ଦାମୋଦର ମାସନ୍ତ, ସରୋଜ କୁମାର ବେହେରା କହିଛନ୍ତି। ସେହିପରି ୬ଇଞ୍ଚର ସବଗ୍ରେଡ୍‌ ହେବା ପରେ ଗ୍ରାଭେଲ୍ସ ପକାଇ ଏକ ଷ୍ଟ୍ରଙ୍ଗ ବେସ ପକାଇବାର ଅଟକଳ ରହିଥିବା ବେଳେ ତାହା କରାଯାଇ ନାହିଁ। ଅନ୍ୟ ପକ୍ଷରେ ୪.୫ଫୁଟ ଉଚ୍ଚତାରେ ୩.୭୫ମିଟର ଥିବା ରାସ୍ତାକୁ ଓସାରିଆ କରି ୬.୫ମିଟର କରିବାର ଅଟକଳ ପ୍ରଦାନ କରାଯାଇଛି। ମାତ୍ର ସ୍ଥାନେସ୍ଥାନେ ଓସାରିଆ ଥିବା ରାସ୍ତାକୁ ଆବଶ୍ୟକ ଗଭୀରତାରେ ଖୋଳା ନ ଯାଇ ଜେସିବି ମାଧ୍ୟମରେ ରାମ୍ପିଦେଇ ୬.୫ଇଞ୍ଚ ଥିକନେସରେ କାର୍ଯ୍ୟ କରାଯାଉଛି। ଏପରିକି ସାଢେ ଚାରିଫୁଟ ଉଚ୍ଚତା ପ୍ରତିବଦଳରେ ୨ଫୁଟ ଉଚ୍ଚତାରେ ଏହି କାର୍ଯ୍ୟ କରାଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିମ୍ନମାନର ନିର୍ମାଣ କାର୍ଯ୍ୟ କରି ସାଢେ ୩ କୋଟି ଟଙ୍କା ବିଲ୍‌ ପୈଠ କରାଯାଇଥିବା ବେଳେ ପ୍ରକୃତରେ ଦେଢ କୋଟି ଟଙ୍କାର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗକାରୀ ପ୍ରକାଶ କରମହାପାତ୍ର, ରାଜେଶ ଶତପଥୀ ଓ କଳ୍ପତରୁ ଜେନା କହିଛନ୍ତି। ଠିକାଦାର ଓ ସହକାରୀଯନ୍ତ୍ରୀଙ୍କ ସଲାସୁତୁରାରେ ଏହି କାର୍ଯ୍ୟ ହେଉଥିବା ବେଳେ କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନରେ ଯାଇ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାରିପଦା ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ରୋହନ ଗୌରବ ରାୟଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ସହକାରୀଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ କାର୍ଯ୍ୟର ତଦନ୍ତ କରାଯିବ। ନିମ୍ନମାନର କାର୍ଯ୍ୟ ହୋଇଥିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri