ଏଇ ଭାରତରେ

ହଜିଯାଇଥିବା ପିଲାମାନଙ୍କୁୁ ଖୋଜିଆଣି ସେମାନଙ୍କ ପରିବାରକୁ ଦେଉଛନ୍ତି ଆଇଏଏସ୍‌ ଅଧିକାରୀ ହିମାଂଶୁ ନାଗପାଲ। ବାରାଣସୀରେ ହଜିଯାଇଥିବା ୭୩୦ ପିଲାଙ୍କୁ ଖୋଜିପାଇବାରେ ସେ ସକ୍ଷମ ହୋଇଛନ୍ତି। ହିମାଂଶୁଙ୍କ ଜନ୍ମ ହରିୟାଣାର ହିସାର ଜିଲାରେ। ୨୦୧୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ହିମାଂଶୁଙ୍କୁ ଗତବର୍ଷ ବାରାଣସୀରେ ଚିଫ୍‌ ଡେଭଲପ୍‌ମେଣ୍ଟ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା। ସେ ବିଭିନ୍ନ ସ୍ଥାନକୁ ଯିବା ସମୟରେ ପିଲାମାନେ ଭିକ ମାଗୁଥିବା ଦେଖିବାକୁ ପାଇଥିଲେ। ପିଲାମାନଙ୍କ ସହ କଥା ହେବା ପରେ ସେମାନେ ଏକ ପ୍ଲାଏ ଓଭର ତଳେ ରହୁଥିବା ଜାଣିବାକୁ ପାଇଥିଲେ। ସେମାନଙ୍କ ବୟସ ୫ରୁ ୧୮ ବର୍ଷ ମଧ୍ୟରେ। ମା’ବାପଙ୍କ ସହ ବାରାଣସୀ ଆସି ହଜିଯିବା ପରେ ସେମାନେ ଏହି ବୃତ୍ତିରେ ବଞ୍ଚୁଥିବା କହିଥିେଲେ। ଏହା ଜାଣିବା ପରେ ହିମାଂଶୁ ପିଲାମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରି ସେମାନଙ୍କ ପରିବାର ନିକଟରେ ପହଞ୍ଚାଇ ଦେଉଛନ୍ତି। ଏହି କାର୍ଯ୍ୟ ଲାଗି ସେ ୧୨ଟି ଟିମ୍‌ ଗଠନ କରିଛନ୍ତି, ଯେଉଁଥିରେ ରହିଛନ୍ତି ୬୦ ଜଣ ଅଧିକାରୀ। ଯେଉଁ ପିଲାମାନଙ୍କ ଠିକଣା ମିଳୁନାହିଁ ସେମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍କୁଲରେ ନାମ ଲେଖାଇ ବଢ଼ିବାର ସୁଯୋଗ ଦେଉଛନ୍ତି ଓ ସେମାନଙ୍କ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri