ଦସ୍ତଖତ, ଆଇସ୍କାନର ୧୫ଦିନ ପରେ ବି ମିଳିଲାନି ଚାଉଳ

ତିହିଡ଼ି,୨୨ା୧୦(ସଞ୍ଜିତ ବଳ)ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ପଞ୍ଚାୟତ ଓରଡ଼ା ଗ୍ରାମର ୩ଟି ୱାର୍ଡର ହିତାଧିକାରୀମାନଙ୍କୁ ୩ ମାସର ପିଡିଏସ୍‌ ଚାଉଳ ମିଳିନାହିଁ। ହିତାଧିକାରୀମାନେ ଦସ୍ତଖତ ଦେବା ଓ ଆଇସ୍କାନ କରାଯିବାର ୧୫ ଦିନ ପରେ ବି ଚାଉଳ ମିଳି ନ ଥିବାରୁ ଶନିବାର ସକାଳେ ସେମାନେ ବଣ୍ଟନ କେନ୍ଦ୍ର ସାମ୍ନାରେ ହୋହଲ୍ଲା କରିଛନ୍ତି। ପ୍ରକାଶ ଯେ, ରିଟେଲର ଓରଡ଼ା ଗ୍ରାମର ୧୩ଟି ୱାର୍ଡ ମଧ୍ୟରୁ ୧୦ ୱାର୍ଡରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ବଣ୍ଟନ କରିଥିବା ବେଳେ ୯, ୧୦ ଓ ୧୧ନମ୍ବର ୱାର୍ଡର ୨ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ଦସ୍ତଖତ ଓ ଆଇସ୍କାନ ପରେ ଚାଉଳ ପାଇବାରୁ ବଞ୍ଚତ୍ତ ହୋଇଥିଲେ। ଶନିବାର ଚାଉଳ ମିଳୁଥିବା ଖବର ପାଇବା ପରେ ଶତାଧିକ ହିତାଧିକାରୀ ବଣ୍ଟନ କେନ୍ଦ୍ର ନିକଟରେ ପହଞ୍ଚତ୍ଥିଲେ। ତେବେ ଅଳ୍ପ କେତେକ ହିତାଧିକାରୀଙ୍କୁ ବଣ୍ଟନ ପରେ ଚାଉଳ ସରିଯିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ହିତାଧିକାରୀମାନେ ହୋହଲ୍ଲା କରିଥିଲେ। ବିଡିଓ ଜ୍ୟୋତିର୍ମୟ କର ପୂଜା ଛୁଟି ପରେ ଚାଉଳ ବଣ୍ଟନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଟେଲିଫୋନ ଯୋଗେ ହିତାଧିକାରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଥାଉ କି, ପ୍ରକାଶ ଚନ୍ଦ୍ର ଜେନା, ଦୁର୍ଯ୍ୟୋଧନ ବାରିକ, ରାଜେନ୍ଦ୍ର ମହାଳିକ, ଗୌତମ ମୁଦୁଲି, ନରସିଂହ ବାରିକ, ରଶ୍ମିତା ବାରିକ, କୁମୁଦ ପରିଡ଼ା, ହନୁମାନ ସାମଲ, ନିତ୍ୟାନନ୍ଦ ଦାସ ପ୍ରମୁଖ ହିତାଧିକାରୀ ଚାଉଳ ନ ପାଇବାରୁ ଗତ ୧୬ ତାରିଖରେ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri