ଏହି ଦିନ ବିବାହ କରିବେ ସୁପରଷ୍ଟାର ପ୍ରଭାସ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କର ଚଳଚ୍ଚିତ୍ର ସାଲାର ଖୁବ୍‌ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି। ପ୍ରଭାସ ତାଙ୍କ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ର୍ଚ୍ଚାରେ ରହିଛନ୍ତି। ପ୍ରଭାସଙ୍କ ନାମ ଅନୁଷ୍କା ଶେଟ୍ଟୀଙ୍କ ସହ ଯୋଡି ହୋଇଥିଲା। ଆଦିପୁରୁଷ ସମୟରେ ପ୍ରଭାସଙ୍କ ନାମ କ୍ରିତି ସାନନ ସହିତ ମଧ୍ୟ ସଂଯୁକ୍ତ ଥିଲା। ପ୍ରଶଂସକମାନେ ପ୍ରଭାସଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ତାଙ୍କ ବିବାହକୁ ନେଇ ଏକ ବଡ ଅପ୍‌ଡେଟ୍‌ ଆସିଛି।

ପ୍ରଭାସଙ୍କ ମାଉସୀ ଶ୍ୟାମଳା ଦେବୀ ତାଙ୍କ ବିବାହ ବିଷୟରେ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ଶ୍ୟାମଳା ଦେବୀ କହିଛନ୍ତି- ଆମ ସହିତ ମା’ ଦୁର୍ଗାଙ୍କର ଆଶୀର୍ବାଦ ଅଛ। ଭଗବାନ ଆମ ସମସ୍ତଙ୍କର ଭଲ ଯତ୍ନ ନେବେ। ପ୍ରଭାସ ନିଶ୍ଚିତ ଭାବରେ ବିବାହ କରିବେ ଏବଂ ଏହା ଶୀଘ୍ର ହେବ। ଆମେ ତୁମ ସମସ୍ତଙ୍କୁ (ମିଡିଆ) ବିବାହକୁ ନିମନ୍ତ୍ରଣ କରିବୁ।

ପ୍ରଭାସ ତାଙ୍କ ବିବାହ ପାଇଁ ସ୍ଥାନ ସ୍ଥିର କରିସାରିଛନ୍ତି। ଆଦିପୁରୁଷର ପ୍ରମୋଶନ ସମୟରେ ପ୍ରଭାସ ତାଙ୍କ ବିବାହ ଯୋଜନା ବିଷୟରେ କହିଥିଲେ। ଯେତେବେଳେ ପ୍ରଭାସଙ୍କୁ ବିବାହ ବିଷୟରେ ପଚରାଗଲା, ସେ କହିଥିଲେ- ମୁଁ ତିରୁପତିରେ ବିବାହ କରିବି। ଏହି ଘୋଷଣା ଶୁଣିବା ପରେ ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଥିଲେ। ତେବେ ପ୍ରଭାସ କେବେ ବିବାହ କରିବାକୁ ଯାଉଛନ୍ତି ତାଙ୍କ ଉତ୍ତରରେ କହି ନାହାଁନ୍ତି।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପ୍ରଭାସଙ୍କ ସାଲାର ୨୨ ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ସହ ଶ୍ରୁତି ହାସନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ସହିତ ସଂଘର୍ଷ କରିବାକୁ ଯାଉଛି। ଖ୍ରୀଷ୍ଟମାସ ଅବସରରେ ଉଭୟ ଫିଲ୍ମ ମୁକ୍ତିଲାଭ କରିବାପୁ ପ୍ରସ୍ତୁତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ...

ତିରୁପତି ମନ୍ଦିରରେ ବିବାହକୁ ନେଇ ଏମିତି କହିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି। ସେ ଗତ କିଛି ଦିନ ଧରି...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri