Posted inଖେଳ

ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିପାରେ ବର୍ଷା, ପାଣିପାଗ ବିଭାଗର ସୂଚନା

ଅହମ୍ମଦାବାଦ,୧୩।୧୦: ଶନିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ମ୍ୟାଚ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଦିନିକିଆ ବିଶ୍ୱକପ୍‌ରେ ବର୍ତ୍ତମାନର ସଂସ୍କରଣରେ ଉଭୟ ଦଳର ଫର୍ମ ଉତ୍କୃଷ୍ଟ ରହିଛି। ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ ଭାରତ ବିଜୟ ହାସଲ କରିଛି। ଏଥି ସହିତ ପାକିସ୍ତାନ ନେଦରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିଛି। ବର୍ତ୍ତମାନ ରୋହିତ ଶର୍ମା ଏବଂ ବାବର ଆଜମ ନଜର ବିଜୟ ଉପରେ ରହିବ। ମ୍ୟାଚକୁ ନେଇ ପ୍ରଶଂସକମାନେ ଉତ୍ସାହ ଅଛନ୍ତି। ଏହି ସମୟରେ ପାଗକୁ ନେଇ ବଡ ଖବର ଆସିଛି।

ସୂଚନାଯୋଗ୍ୟ, ମ୍ୟାଚ ସମୟରେ ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଦର୍ଶକ ଉପସ୍ଥିତ ରହିପାରନ୍ତି। ହେଲେ ସମସ୍ତଙ୍କ ଉତ୍ସାହକୁ ବର୍ଷା ନଷ୍ଟ କରିପାରେ। ଏହି ମ୍ୟାଚ ସମୟରେ ଅହମ୍ମଦାବାଦ ସହର ଏବଂ ଉତ୍ତର ଗୁଜରାଟରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (ଆଇଏମଡି)।

ଆଇଏମଡି ସୂଚନା ଅନୁଯାୟୀ, ଅକ୍ଟୋବର ୧୪ଏବଂ ୧୪ରେ ଉତ୍ତର ଗୁଜରାଟ ଏବଂ ଅହମ୍ମଦାବାଦର କିଛି ଅଂଶରେ ହାଲୁକା ବର୍ଷା ହୋଇପାରେ। ପାଣିପାଗ ବିଭାଗ କହିଛି, ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଗୁଜରାଟରେ ପାଗ ଶୁଖିଲା ରହିବ ବୋଲି ଆଶା କରାଯାଉଛି। ଅହମ୍ମଦାବାଦର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରାମା ମହାନ୍ତି କହିଛନ୍ତି, ଆକାଶ ମେଘୁଆ ରହିବ। ପରଦିନ ଅହମ୍ମଦାବାଦ ଏବଂ ଅନ୍ୟ ଉତ୍ତର ଜିଲାରେ ହାଲୁକା ବର୍ଷା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri