ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଥିବା ଜଗବନ୍ଧୁ ଏବେ ଶଯ୍ୟାଶାୟୀ

ପରଜଙ୍ଗ,୧୧।୧୦: (ନିଗମାନନ୍ଦ ଦଳବେହେରା): ଇଚ୍ଛା ଥିଲା ଅଧ୍ୟାପକ ହେବେ। ରାଜମିସ୍ତ୍ରି କାମ କରୁଥିବା ବାପାଙ୍କ ଅଭାବୀ ସଂସାରର ବୋଝକୁ ସହଜ କରିଦେବେ। ସେଥିପାଇଁ ନାନା ଅଭାବ ଅସୁବିଧା ମଧ୍ୟରେ ବି ଅଧ୍ୟୟନ କ୍ଷେତ୍ରକୁ ସର୍ବଦା ଅଗ୍ରାଧିକାର ଦେଉଥିଲେ। ଏପରି କି ତାଳଚେର ସ୍ବୟଂଶାସିତ କଲେଜରୁ ଯୁକ୍ତ ୩ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ଉଚ୍ଚତର ଶିକ୍ଷା ପାଇଁ ଅର୍ଥ ଯୋଗାଡ଼ ଉଦ୍ଦେଶ୍ୟରେ ଜଣେ ଠିକାଦାରଙ୍କ ନିକଟରେ ପାର୍ଟଟାଇମ୍‌ କାମ କରୁଥିଲେ। ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପଥରେ ବାଧକ ସାଜିଲା କିଡ୍‌ନୀ ରୋଗ। ୨ଟି ଯାକ କିଡ୍‌ନୀର ୯୦ ଭାଗ ନଷ୍ଟ ହୋଇଯାଇଥିବାରୁ ଏବେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ଗାଁର ମେଧାବୀ ଛାତ୍ର ଜଗବନ୍ଧୁ ରାଉତ (୨୪)। ପୁଅକୁ ଗୋଟିଏ କିଡ୍‌ନୀ ଦେବାକୁ ବାପା ଦୁଃଖବନ୍ଧୁ ପ୍ରସ୍ତୁତ ଥିଲେ ହେଁ ଏଥିପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହୁଛନ୍ତି। ଫଳରେ ସରକାରୀ ଓ ବେସରକାରୀ ସହାୟତା ପାଇଁ ହାତ ପାତିଛନ୍ତି ଅସହାୟ ଛାତ୍ର ଜଗବନ୍ଧୁ ଓ ବାପା ଦୁଃଖବନ୍ଧୁ।
ଦୁଃଖବନ୍ଧୁ କହିଛନ୍ତି, ତାଙ୍କର ୩ ଝିଅ ଓ ଗୋଟିଏ ପୁଅ। ରାଜମିସ୍ତ୍ରି କାମ କରି ଯାହା ରୋଜଗାର କରନ୍ତି ତାହା ପରିବାର ଚଳାଇବାକୁ ନିଅଣ୍ଟ। ତଥାପି ପୁଅ ଜଗବନ୍ଧୁ ପିଲାବେଳୁ ଭଲ ପାଠ ପଢ଼ନ୍ତି। ଅଧ୍ୟାପକ ହେବାର ସ୍ବପ୍ନ ଥିବାରୁ ସେ ଦିଗରେ ଉଦ୍ୟମ କରିଆସିଛନ୍ତି। ହେଲେ ହଠାତ୍‌ ପୁଅର ଦେହ ଅସୁସ୍ଥ ହେଲା। ତୁରନ୍ତ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଜଗବନ୍ଧୁଙ୍କ ୨ଟି ଯାକ କିଡ୍‌ନୀ ୯୦ ଭାଗ ନଷ୍ଟ ହୋଇଯାଇଥିବା କହିଥିଲେ। ଏହା ଜାଣିବା ପରେ ତାଙ୍କ ପାଦ ତଳୁ ଯେପରି ମାଟି ଖସିଯାଇଥିଲା। ପରିବାରର ସମସ୍ତ ସଦସ୍ୟ ଭାଙ୍ଗି ପଡ଼ିଥିଲେ। ଜୀବନର ଲକ୍ଷ୍ୟ ପୂରଣ ସମୟ ପାଖେଇ ଆସୁଥିବା ବେଳେ ଭାଗ୍ୟର ଏମିତି ବିଡ଼ମ୍ବନା ପୂରା ପରିବାରକୁ ଅସହାୟ କରିଦେଇଥିଲା। ପାଖରେ ଅର୍ଥ ନ ଥିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସେ ପୁଅର ଚିକିତ୍ସା କରିଥିଲେ। ହେଲେ କିଡ୍‌ନୀ ପ୍ରତିରୋପଣ ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିବା ଡାକ୍ତର କହିଥିଲେ। ପୁଅକୁ ଗୋଟିଏ କିଡ୍‌ନୀ ଦେବାକୁ ସେ ପ୍ରସ୍ତୁତ ଥିବା ଜଣାଇବା ପରେ ଡାକ୍ତର ଏଥିପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ପୁଅର ଚିକିତ୍ସା ପାଇଁ ହାତଉଧାରି ବହୁ ଟଙ୍କା ଆଣିଥିବା ବେଳେ ଜାଗାବାଡ଼ି ବୋଲି କିଛି ନାହିଁ। ତେଣୁ ସରକାର ଓ ସହୃଦୟ ବ୍ୟକ୍ତିଙ୍କ ସହାୟତା ହିଁ ତାଙ୍କ ପୁଅକୁ ଭଲ କରିପାରିବ ବୋଲି ଦୁଃଖବନ୍ଧୁ କହିଛନ୍ତି। ତେଣୁ ସହାୟତା କରିବାକୁ ଚାହଁୁଥିବା ଲୋକେ ଫୋନ ନମ୍ବର ୯୬୯୨୫୩୫୫୯୮ରେ ତାଙ୍କୁ ସାହାଯ୍ୟ କରିପାରିବେ ବୋଲି ଦୁଃଖବନ୍ଧୁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପରଜଙ୍ଗ ବିଡିଓ ମନ୍ମଥ ନାୟକ କହିଛନ୍ତି, ଘଟଣା ବିଷୟରେ ସେ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇବା ସହିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ମଧ୍ୟ ଚିଠି କରିଛନ୍ତି। ଖୁବ୍‌ଶୀଘ୍ର ଜଗବନ୍ଧୁଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri