ଫିଜିକ୍ସରେ ଫେଲ୍‌ ହୋଇଥିଲେ ଅମିତାଭ୍‌

ବମ୍ବେ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ରେ ଛାତ୍ରଜୀବନକୁ ମନେ ପକାଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେ ଗ୍ରାଜୁଏଶନ ଲାଗି ଫିଜିକ୍ସ(ପଦାର୍ଥ ବିଜ୍ଞାନ)କୁ ବାଛିଥିଲେ। ହେଲେ ଏହି ବିଷୟ ସେତେଟା ସହଜ ନ ଥିଲା। ଏହାକୁ ନେଇ ସେ ଚିନ୍ତାରେ ରହୁଥିଲେ। ସର୍ବଦା ଭୁଲ ବିଷୟ ବାଛିଥିବା ନେଇ ମନ ଦୁଃଖ କରୁଥଲେ। ତିନି ବର୍ଷ ଧରି ସେହି ପାଠ୍ୟକ୍ରମକୁ ପଢ଼ିବାକୁ ପଡ଼ିଥିଲା। ପରେ ଦୁଇ ମାସ କେବଳ ଉପରଠାଉରିଆ ଭାବେ ତାକୁ ମନେ ରଖିଥିଲେ। ହେଲେ ପରୀକ୍ଷାରେ ସେ ପାସ୍‌ ହେବା ପରିବର୍ତ୍ତେ ଉକ୍ତ ବିଷୟରେ ବ୍ୟାକ୍‌ ଲାଗିଥିଲା। ପରେ ସେ ପୁନର୍ବାର ପରୀକ୍ଷା ଦେଇ ପାସ କରିଥିବା ଅମିତାଭ କହିଛନ୍ତି। କେବିସିରେ ୨୦୧୫ରେ ଗିନିଜ ବୁକ୍‌ ଅଫ୍‌ ଓ୍ବାର୍ଲଡ୍‌ ରେକର୍ଡରେ ନାମ କମାଇଥିବା ଡା. ଆଶିଷ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ତାଙ୍କ ସମ୍ମୁଖରେ ଅମିତାଭ ପୁରୁଣା ଦିନକୁ ମନେ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରିନାଙ୍କୁ ନୋଟିସ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିନା କପୁର ଖାଁଙ୍କ ସମସ୍ୟା ବଢିଛି। ତାଙ୍କ ପୁସ୍ତକର ଟାଇଟଲକୁ ନେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ। ବଲିଉଡ ବେବୋ ତାଙ୍କର ପ୍ରେଗ୍ନେସି...

ଅବଦୁ ରୋଜିକଙ୍କର ହେଲା ଏନଗେଜମେଣ୍ଟ, ପ୍ରଶଂସକଙ୍କୁ ଦେଖାଇଲେ ଭାବି ସ୍ତ୍ରୀଙ୍କ ଫଟୋ

ଦଶାନବେ: ବିଗ ବସ ୧୬ର ଷ୍ଟାର ଅବଦୁ ରୋଜିକ ଏହି ଶୋ’କୁ ଆସିବା ପରେ ତାଙ୍କର ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି। ସେ ଏହି ଶୋ’କୁ...

ପୱନଙ୍କୁ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନ

ଅମରାବତୀ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବେ ନିଜ ଫିଲ୍ମ ‘ପୁଷ୍ପା ଦି ରୁଲ୍‌’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ସେ ଏହି ହାଇ ବଜେଟ ଫିଲ୍ମକୁ ନେଇ...

ସଲମାନଙ୍କ ନାୟିକା ସାଜିବେ ରଶ୍ମିକା

ମୁମ୍ବାଇ: ନିକଟରେ ‘ଆନିମଲ’ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା ‘ସିକନ୍ଦର’ ଫିଲ୍ମରେ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ବିପକ୍ଷରେ ନଜର...

ଜ୍ୟାକଲିନଙ୍କ ଗୀତ ଦେଖ, ଆଇଫୋନ ନିଅ, ଅଭିନେତ୍ରୀଙ୍କ ଜନ୍ମଦିନରେ ସୁକେଶଙ୍କ ବିଶେଷ ଉପହାର ଘୋଷଣା

ମୁମ୍ବାଇ,୯।୫: ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ...

କାହିଁକି ଅଧାରୁ ରାଜନୀତି ଛାଡିଥିଲେ ଅମିତାଭ ବଚ୍ଚନ

ଗଣତନ୍ତ୍ରର ମହାନ ପର୍ବ ଅର୍ଥାତ୍‌ ନିର୍ବାଚନ ଚାଲିଛି। ନିର୍ବାଚନବେଳେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଘଟଣା ମନେ ପଡିଯାଏ। ବିଗ ବି ରାଜନୀତି ପ୍ରବେଶ କରିଥିଲେ।...

ଅଲଗା ହେବେ ଦୀପଭିର! ଇନଷ୍ଟାରୁ ଡିଲିଟ କଲେ ବିବାହ ଫଟୋ

ମୁମ୍ବାଇ: ବଲିଉଡର ଲଭ ବାର୍ଡ ଦୀପିକା ପାଦୁକାନ ଓ ରଣଭିର ସିଂଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ। କାରଣ ଉଭୟ ଦୀପଭିର ନିଜ ସୋସିଆଲ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri