Posted inଜାତୀୟ

ଭାରତର ବିଭାଜନ ଚାହୁଁଥିଲେ ଖଲିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ଙ୍କର ପଞ୍ଜାବର ଅମୃତସର ଏବଂ ଚଣ୍ଡିଗଡ଼ରେ ଥିବା ସମ୍ପତ୍ତି ଜବତ ହୋଇଥିବାବେଳେ ସେ ଭାରତକୁ ଅନେକ ଦେଶରେ ବିଭାଜନ କରିବାକୁ ଚାହୁଁଥିଲେ ।
ବେଆଇନ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ର ମୁଖ୍ୟ ପନ୍ନୁନ୍‌ଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସଂଗ୍ରହ କରିଥିବା ତଥ୍ୟ ପ୍ରମାଣରୁ ଏହା ଜଣାପଡ଼ିଛି। ଏକ ଅଡିଓ ବାର୍ତ୍ତାରେ ପନ୍ନୁନ ଭାରତର ଏକତା ଓ ସଂହତିକୁ ଚ୍ୟାଲେଞ୍ଜ କରିବା ସହ କଶ୍ମୀର ଜନସାଧାରଣଙ୍କ ପାଇଁ ଏକ ସ୍ବତନ୍ତ୍ର ଦେଶ ଏବଂ ଏକ ମୁସଲମାନ ରାଷ୍ଟ୍ର ଗଠନ ଚାହୁଁଥିଲେ। ପଞ୍ଜାବ ସମେତ ସାରା ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରିବାରେ ପନ୍ନୁନ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କୁ ଧରିବା ପାଇଁ ଏନ୍‌ଆଇଏ ୨୦୧୯ରୁ ଉଦ୍ୟମ ଚଳାଇଥିଲା। ନିରୀହ ଯୁବକମାନଙ୍କୁ କଟ୍ଟରପନ୍ଥୀ କରାଇବାରେ ପନ୍ନୁନ୍‌ ସାଇବରସ୍ପେସ୍‌ର ଅପବ୍ୟବହାର କରୁଥିଲେ। ଖଲିସ୍ତାନ ସ୍ବାଧୀନ ରାଷ୍ଟ୍ର ଗଠନ ଲାଗି ଆତଙ୍କବାଦୀ କାର୍ଯ୍ୟରେ ସମ୍ପୃକ୍ତ ହେବା ଲାଗି ସେ ସେମାନଙ୍କୁ ଉସୁକାଉଥିଲେ। ୨୦୨୨ ଜୁଲାଇରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପନ୍ନୁନ୍‌ଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲେ ମଧ୍ୟ ପର୍ଯ୍ୟାପ୍ତ ତଥ୍ୟ ନ ଥିବା ଦର୍ଶାଇ ତାଙ୍କ ବିରୋଧରେ ରେଡ୍‌ କର୍ନର ନୋଟିସ୍‌ ଜାରି ଲାଗି ଭାରତର ଅନୁରୋଧକୁ ଇଣ୍ଟରପୋଲ୍‌ ୨ ଥର ପ୍ରତ୍ୟାଖ୍ୟାନ କରିଦେଇଥିଲା।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ତୀବ୍ର ହୋଇଛି। ଇତିମଧ୍ୟରେ କାନାଡାରେ ଥିବା ବରିଷ୍ଠ ଭାରତୀୟ କୂଟନୀତିଜ୍ଞ ଏବଂ ସରକାରୀ ଅଧିକାରୀମାନଙ୍କୁ ପନ୍ନୁନ୍‌ ଧମକ ଦେଇଥିଲେ। ପନ୍ନୁନ୍‌ଙ୍କ ନାଁରେ ପଞ୍ଜାବ, ଦିଲ୍ଲୀ, ହିମାଚଳପ୍ରଦେଶ, ହରିୟାଣା ଏବଂ ଉତ୍ତରାଖଣ୍ଡରେ ୧୬ଟି ମାମଲା ରହିଛି। ସେଥିରୁ ୯ଟି ମାମଲା ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନ (ୟୁଏପିଏ)ରେ ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri