Posted inଖେଳ

ପଦକ ନିଶ୍ଚିତ କଲେ ନାଓରେମ୍‌ ରୋଶିବିନା ଦେବୀ

ହାଙ୍ଗଝୋ,୨୬ା୯: ଏସିଆନ୍‌ ଗେମ୍ସ ୨୦୨୩ର ଦ୍ୱିତୀୟ ଦିନରେ ଭାରତୀୟ ଖେଳାଳିଙ୍କ ମିଶ୍ର ପ୍ରଦର୍ଶନ ଜାରି ରହିଛି। ଉଷୁରେ ଭାରତର ନାଓରେମ୍‌ ରୋଶିବିନା ଦେବୀ ଏକ ପଦକ ପକ୍କା କରିଛନ୍ତି। ସେ ୬୦ କିଗ୍ରା ଓଜନ ବର୍ଗର ସାଣ୍ଡାରେ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଅନୂ୍ୟନ ଏକ ବ୍ରୋଞ୍ଜ ପଦକ ହାସଲ କରିବା ସ୍ପଷ୍ଟ ହୋଇଛି । ସେ ପୂର୍ବରୁ ୨୦୧୮ ସଂସ୍କରଣରେ ମଧ୍ୟ ଏକ ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ। ସୋମବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସେ କାଜାଖସ୍ତାନର ଆଇମାନ କାର୍ଶିଗାଙ୍କୁ ପରାସ୍ତ କରିଥିଲେ।
ଚେସ୍‌: ଚେସ୍‌ରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଭିଦିତ ସନ୍ତୋଷ ଗୁଜରାଠୀ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହ ଦୁଇଟି ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଦିନରେ ସଫଳ ରହିଥିବା ଉଭୟ ମହିଳା ଖେଳାଳି ଗୋଟିଏ ଲେଖାଏ ଡ୍ର ଓ ପରାଜୟ ହାସଲ କରିଛନ୍ତି। ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ୨୮ ବର୍ଷୀୟ ଗୁଜରାଠୀ ତୃତୀୟ ରାଉଣ୍ଡରେ ଥାଇଲାଣ୍ଡର ପ୍ରିନ୍‌ ଲାଓହାଓ୍ବିରାପାପଙ୍କୁ ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ଭିଏତନାମର ଲେ ଟୁଆନ୍‌ ମିନଙ୍କୁ ହରାଇଥିଲେ। ଅନ୍ୟତମ ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ୍‌ ଏରିଗାସୀ ଭିଏତ୍‌ନାମର ଏନ୍‌ଗୁଏନ୍‌ ଏନଗକ୍‌ ଟ୍ରୁଓଙ୍ଗଙ୍କୁ ହରାଇଥିବା ବେଳେ ଇରାନର ଗ୍ରାଣ୍ଡ ମାଷ୍ଟର ଟାବାଟବେଆଇ ସୟଦ ମହମ୍ମଦାମିଙ୍କ ସହିତ ମ୍ୟାଚ୍‌ ଡ୍ର ରଖିଥିଲେ। ଉଭୟ ଭିଦିତ ଓ ଅର୍ଜୁନ୍‌ ୩ ପଏଣ୍ଟ ସହିତ ଯୁଗ୍ମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଉଜ୍‌ବେକିସ୍ତାନର ନୋଡିର୍ବେକ୍‌ ଅବଦୁସାଟୋରୋଭ ଓ ଚାଇନାର ଓ୍ବେଇ ଇ ୩.୫ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି।
ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ଡି. ହାରିକା ଓ କୋନେରୁ ହମ୍ପି ଗୋଟିଏ ଲେଖାଏ ମ୍ୟାଚ୍‌ ଡ୍ର ରଖିଥିବା ବେଳେ ଗୋଟିଏ ଲେଖାଏ ପରାଜୟ ବରଣ କରିଛନ୍ତି। ଉଭୟ ପ୍ରଥମ ଦିନରେ ୨ ପଏଣ୍ଟ ଲେଖାଏ ଅର୍ଜନ କରିଥିଲେ। ଚାଇନାର ଟପ୍‌ ସିଡ୍‌ ଖେଳାଳି ହୋଉ ୟିଫାନ୍‌ ଉଭୟ ଭାରତୀୟ ଖେଳାଳିଙ୍କୁ ପରାସ୍ତ କରିଥିଲେ। ଚାଇନାର ଝୁ ଜିନରଙ୍କ ସହିତ ହମ୍ପି ମ୍ୟାଚ୍‌ ଡ୍ର ରଖିଥିବା ବେଳେ ଉଜ୍‌ବେକିସ୍ତାନର ନିଲୁଫର ୟାକୁବ ବାୟେଭାଙ୍କ ସହିତ ଡ୍ର ରଖିଥିଲେ ଡି ହାରିକା।
ଟେନିସ୍‌: ଟେନିସ୍‌ରେ ଭାରତ ସୋମବାର ଏକ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟପ୍‌ ସିଡେଡ୍‌ ତଥା ସ୍ବର୍ଣ୍ଣ ପଦକ ଫେଭରିଟ୍‌ ରୋହନ ବୋପାନ୍ନା-ୟୁକି ଭାମ୍ବ୍ରିଙ୍କ ଯୋଡି ବିଦାୟ ନେଇଛନ୍ତି। ଉଜବେକିସ୍ତାନର ସେର୍ଗେଇ ଫୋମିନ୍‌-ଖୁମୋୟୁନ୍‌ ସୁଲତାନୋଭଙ୍କଠାରୁ ୨-୬, ୬-୩ ଓ ୧୦-୬ରେ ପରାସ୍ତ ହୋଇଛନ୍ତି। ୨୦୧୮ରେ ଦ୍ୱିଜ ଶରଣଙ୍କ ସହିତ ବୋପାନ୍ନା ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ।
ରଗ୍‌ବୀ: ସେଭେନ୍‌ ଏ ସାଇଡ୍‌ ରଗ୍‌ବୀରେ ଭାରତୀୟ ମହିଳା ଦଳ କ୍ରମାଗତ ୪ ମ୍ୟାଚରେ ପରାଜୟ ବରଣ କରିଛି। ପ୍ରଥମ ଦିନରେ ଦୁଇଟି ପରାଜୟ ସହ ଦଳ ବିଦାୟ ନେଇଥିଲା। ରବିବାର ହଂକଂ ଓ ଜାପାନଠାରୁ ହାରିଥିବା ବେଳେ ସୋମବାର ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ସିଙ୍ଗାପୁର ଠାରୁ ୧୫-୦ରେ ପରାଜିତ ହୋଇଥିଲା। ସପ୍ତମ-ଅଷ୍ଟମ ସ୍ଥାନ ପାଇଁ ଖେଳା ଯାଇଥିବା ମ୍ୟାଚରେ କାଜାଖସ୍ତାନ ନିକଟରୁ ୨୪-୭ରେ ପରାଜିତ ହୋଇ ଅଭିଯାନ ଶେଷ କରିଛି ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri