ପାକିସ୍ତାନର ୪୦ ପ୍ରତିଶତ ଜନସଂଖ୍ୟା ଦାରିଦ୍ର ସୀମାରେଖା ତଳେ, ଉନ୍ନତି ପାଇଁ ନୀତି ପରିବର୍ତ୍ତନ ପାଇଁ ପରାମର୍ଶ…

ଇସଲାମାଦାବ,୨୫।୯ : ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। ପାକିସ୍ତାନର ଅର୍ଥନୈତିକ ବ୍ୟବସ୍ଥା ଉପରେ ବିଶ୍ୱ ବ୍ୟାଙ୍କ ମନ୍ତବ୍ୟ ଦେଇଛି। ବିଶ୍ୱ ବ୍ୟାଙ୍କ ରିପୋର୍ଟ କରିଛି ପାକିସ୍ତାନର ୪୦ ପ୍ରତିଶତ ଜନସଂଖ୍ୟା ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଦେଶର ସାମରିକ, ରାଜନୈତିକ ଏବଂ ବ୍ୟବସାୟିକ ନେତାମାନେ ବର୍ତ୍ତମାନ ନୀତିଗତ ନିଷ୍ପତ୍ତି ଉପରେ ଦୃଷ୍ଟି ଦେବା ଆବଶ୍ୟକ।

ଗତ ବର୍ଷ ତୁଳନାରେ ପାକିସ୍ତାନରେ ଦାରିଦ୍ର୍ୟ ୩୯.୪ ପ୍ରତିଶତ ବୃଦ୍ଧି ପାଇଛି ବୋଲି ବିଶ୍ୱ ବ୍ୟାଙ୍କ ପ୍ରକାଶ କରିଛି। ଖରାପ ଅର୍ଥନୈତିକ ଅବସ୍ଥା ଯୋଗୁ ୧୨.୫ ନିୟୁତରୁ ଅଧିକ ଲୋକ ଦାରିଦ୍ରରେ ଫସି ରହିଛନ୍ତି। ଯେଉଁଠାରେ ୯୫ ନିୟୁତ ପାକିସ୍ତାନୀ ବର୍ତ୍ତମାନ ଦାରିଦ୍ରରେ ଜୀବନ ବିତାଉଛନ୍ତି। ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ କିଛି ପରାମର୍ଶ ଦେଇଛି। ଏଥିରେ କୁହାଯାଇଛି ଟିକସରୁ ଜିଡିପି ଅନୁପାତ ତୁରନ୍ତ ପାଞ୍ଚ ପ୍ରତିଶତ ବୃଦ୍ଧି ଏବଂ ଜିଡିପିର ୨.୭ ପ୍ରତିଶତ ଖର୍ଚ୍ଚ ହ୍ରାସ ହେବା ଉଚିତ।

ପାକିସ୍ତାନୀ ଅର୍ଥନୀତିଜ୍ଞ ଟୋବିୟାସ ହକ କହିଛନ୍ତି ଦେଶର ଆଜିର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ପାକିସ୍ତାନ ଏକ ଗୁରୁତର ଅର୍ଥନୈତିକ ଏବଂ ମାନବ ବିକାଶ ସଙ୍କଟ ଦେଇ ଗତି କରୁଛି। ଦେଶର ଅନେକ ଦିଗରେ ନୀତି ପରିବର୍ତ୍ତନ ଆବଶ୍ୟକ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସରକାରୀ ରାଜସ୍ବକୁ ମଜବୁତ କରିବା ସହ ରିଅଲ ଇଷ୍ଟେଟ ଏବଂ କୃଷି କ୍ଷେତ୍ର ଉପରେ ଟିକସ ଭାର ବଢ଼ାଇ ରାଜସ୍ବ-ଜିଡିପି ଅନୁପାତରେ ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ ଅନେକ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡରୁ ତୁମୁଳକାଣ୍ଡ..କମ୍ପାନୀ କ୍ୟାମ୍ପସରେ ହତ୍ୟା, ପାଣିଟାଙ୍କିରେ ଫିଙ୍ଗିଦେଲେ ମୃତଦେହ

ନୂଆଦିଲ୍ଲୀ,୨୩।୧୨: ମହାରାଷ୍ଟ୍ରର ପାଲଘର ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ପରେ ଜଣେ ଯୁବକ ତାଙ୍କ ଅଫିସ ସହକର୍ମୀଙ୍କୁ ହତ୍ୟା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ବନ୍ଧାହେଲେ ଜୁନିୟର ଆକାଉଣ୍ଟାଣ୍ଟ, ୪ ଦାମୀ ପ୍ଲଟ୍‌ ସହ ରହିଛି…

ସୁନ୍ଦରଗଡ଼,୨୩ା୧୨: ସୁନ୍ଦରଗଡ଼ OSCSC ଲିମିଟେଡ୍‌ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri