ପ୍ରଭାତ, ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଚାର୍ଜଫ୍ରେମ୍‌

ଭୁବନେଶ୍ୱର,୨୪।୯(ସୂର୍ଯ୍ୟକାନ୍ତ ବେହେରା): ବହୁଚର୍ଚ୍ଚିତ ସିଶୋର ଚିଟ୍‌ଫଣ୍ଡ ଠକେଇ ମାମଲାର ୯ବର୍ଷ ପରେ ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ଚାର୍ଜଫ୍ରେମ ହୋଇଛି। କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ଚାର୍ଜଫ୍ରେମ ହୋଇଛି। ଉଭୟଙ୍କ ନାଁରେ ଆଇପିସି ଦଫା ୪୨୦, ୧୨୦ (ବି), ୪୦୯, ୪୬୭, ୪୬୮ ଏବଂ ୪୭୧ରେ ମାମଲା ଶୁଣାଣି ହେବ। ସିଶୋର ଚିଟଫଣ୍ଡ ଗ୍ରୁପ୍‌ ସହ ଏକ ଜମି କିଣାବିକାକୁ ନେଇ ପୂର୍ବତନ ବିଧାୟକ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଟଙ୍କା କାରବାର କରିଥିବା ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣି ଆରମ୍ଭ ଆସନ୍ତା ନଭେମ୍ବରରେ ହେବ ବୋଲି ଜଣାପଡ଼ିଛି। ଶନିବାର ସିବିଆଇ କୋର୍ଟରେ ଉଭୟ ପ୍ରଭାତ ବିଶ୍ୱାଳ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ କୋର୍ଟରେ ଉପସ୍ଥିତ ଥିଲେ। ଉଭୟଙ୍କ ଉପସ୍ଥିତିରେ କୋର୍ଟ ଚାର୍ଜ ଫ୍ରେମ୍‌ କରିଥିଲେ। ପରେ କୋର୍ଟ ଉଭୟଙ୍କୁ ସେମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସ୍ବୀକାର କରିବେ କି ଶୁଣାଣିର ସମ୍ମୁଖୀନ ହେବେ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଶ୍ୱାଳ ମାମଲା ଲଢ଼ିବାକୁ କହିବା ସହ ବିନା ବିଳମ୍ବରେ ଶୁଣାଣି କରିବାକୁ କହିଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ସିଶୋର ଚିଟ୍‌ଫଣ୍ଡ କମ୍ପାନୀ ବିଭିନ୍ନ ସ୍କିମ୍‌ ମାଧ୍ୟମରେ ଅଧିକ ଲାଭ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠୁ ପ୍ରାୟ ୫୦୦କୋଟି ଟଙ୍କା ସଂଗ୍ରହ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଜମାକାରୀମାନେ ଠକେଇର ଶିକାର ହୋଇଥିବା ଜଣାପଡ଼ିଥିଲା। ଅଭିଯୋଗ ପରେ ସିଶୋର ଚିଟ୍‌ଫଣ୍ଡ ସ୍କାମ୍‌ର ତଦନ୍ତ ପ୍ରଥମେ ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଆପରାଧିକ ଶାଖା କରୁଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହି ମାମଲା ହସ୍ତାନ୍ତର ହୋଇଥିଲା। ୨୦୧୪ ଡିସେମ୍ବରରେ ଆଇପିଏସ୍‌ ଅଫିସର ରାଜେଶ କୁମାର, କେନ୍ଦ୍ରାପଡାର ତତ୍କାଳୀନ ଏସ୍‌ପି ସତିଶ ଗଜଭିୟେ ଓ ଆର.ପି. କୋଚେଙ୍କୁ ସିବିଆଇ ଜେରା କରିଥିଲା। ମଧ୍ୟସ୍ଥ କୁହାଯାଉଥିବା ଶୁଭଙ୍କର ନାୟକଙ୍କ ଡାଏରିରେ ଏମାନଙ୍କ ନାଁ ଥିବାରୁ ଏମାନଙ୍କୁ ଜେରା କରାଯାଇଥିଲା । ହେଲେ ସେମାନଙ୍କର ଏଥିରେ ସଂପୃକ୍ତ ଅଛି କି ନାହିଁ ତାହା ଏଯାବତ ମଧ୍ୟ କୌଣସି ଖୁଲାସ କରାଯାଇ ନାହିଁ । ପରବର୍ତ୍ତୀ ସମୟରେ ପ୍ରଭାତ ବିଶ୍ୱାଳଙ୍କୁ ୨୦୧୭ ସେପ୍ଟେମ୍ବର ୧୯ତାରିଖରେ ସିବିଆଇ ଗିରଫ କରିଥିଲା। ତାଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟରେ ମାମଲା ରୁଜୁ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୨୨ ଜୁଲାଇରେ ତାଙ୍କର ପ୍ରାୟ ୩କୋଟି ୯୨ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଥିଲେ। ଏଥିରେ କଟକସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଥିବା ୨୫ଲକ୍ଷ ଟଙ୍କା ସାମିଲ ଅଛି। ବିଶ୍ୱାଳ ଏବେ ଜାମିନରେ ଅଛନ୍ତି। ଚିଟ୍‌ଫଣ୍ଡ ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ତାଙ୍କ ନାଁ ଚାର୍ଜଶିଟରୁ ବାଦ୍‌ ଦେବା ଓ ଏଫ୍‌ଆଇଆର ଖାରଜ କରିବା ପାଇଁ ବିଧାୟକ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଗତ ଏପ୍ରିଲରେ ସିବିଆଇ କୋର୍ଟକୁ ୨ମାସ ମଧ୍ୟରେ ବିଶ୍ୱାଳଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବା ସହ ବର୍ଷକ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏହି ମାମଲାରେ ଏକାଧିକ ରାଜନେତା ଏବଂ ବଡବଡ଼ିଆ ବ୍ୟକ୍ତିଙ୍କ ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା। ଇତିମଧ୍ୟରେ ଏହି ମାମଲାରେ ସିଶୋର ଚିଟଫ୍‌ଣ୍ଡର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସମେତ ଏକାଧିକ ବ୍ୟକ୍ତି ଗିରଫ ହୋଇଛନ୍ତି। ସାଧାରଣ ନିର୍ବାଚନକୁ କିଛି ମାସ ଥିବାବେଳେ ବିଶ୍ୱାଳଙ୍କ ବିରୋଧରେ ସିବିଆଇ କୋର୍ଟ ଚାର୍ଜଫ୍ରେମ କରିଛି। ପ୍ରିଭେନ୍‌ସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ,୨୦୦୨ ଅଧୀନରେ ୨୦୧୪ ଡିସେମ୍ବର ୩ରେ ସିଶୋର ଚିଟ୍‌ ଫଣ୍ଡ କମ୍ପାନୀର ୧୫୭ କୋଟି ଓ ୨୦୧୫ ରେ ୮୪ କୋଟି ଟଙ୍କାର ସମ୍ପତ୍ତି ଆଟାଚମେଣ୍ଟ ହୋଇଥିଲା।
ପୂର୍ବତନ ବିଧାୟକ ବିଶ୍ୱାଳ ୫୦୦କୋଟି ଟଙ୍କା ଚିଟ୍‌ ଫଣ୍ଡ ସ୍କାମ୍‌ରେ ଅଭିଯୁକ୍ତଙ୍କ ସହ ସନ୍ଦେହଜନକ ଜମି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ଏବଂ ମୁଖ୍ୟ ଅଭିଯୁକ୍ତ ସିଶୋର ଗ୍ରୁପ ମୁଖ୍ୟ ପ୍ରଶାନ୍ତ ଦାସଙ୍କ ମଧ୍ୟରେ ଯାଜପୁର ଜିଲାରେ ୨୫ଲକ୍ଷ ଟଙ୍କାରେ ଏକ ଜମି କାରବାର ଚୁକ୍ତି ହୋଇଥିବାରୁ ସେ ସିବିଆଇ ସ୍କାନରରେ ରହିଥିଲେ। ୨୦୧୪ ନଭେମ୍ବର ୨୧ରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ବିଶ୍ୱାଳ ଏବଂ ତାଙ୍କ ସ୍ତ୍ରୀଙ୍କୁ ସିବିଆଇ ପଚରାଉଚରା କରିଥିଲା। ଏହାପୂର୍ବରୁ ଜାନୁୟାରୀ ମାସରେ ଭୁବନେଶ୍ୱର ଏବଂ କଟକସ୍ଥିତ ବିଶ୍ୱାଳଙ୍କ ବାସଭବନରେ ସିବିଆଇ ଏକକାଳୀନ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri