Odisha Elections 2024
Posted inଫୁରସତ

ଏଗ୍ରିକଲ୍ଚର ଫିଲ୍ଡରେ ଜବ୍‌

କୃଷି ବା ଏଗ୍ରିକଲ୍ଚର ଫିଲ୍ଡରେ କ୍ୟାରିୟର ଗଢ଼ିବାକୁ ଅଧିକାଂଶ ଯୁବପିଢ଼ି ଆଗ୍ରହୀ ହେଉଥିବାର ଦେଖିବାକୁ ମିଳୁଛି। କାରଣ ଏହି କ୍ଷେତ୍ରରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦ୍ୱାରା ଭଲ ରୋଜଗାର ମଧ୍ୟ କରାଯାଇପାରୁଛି। ତେଣୁ ଏ ଦିଗରେ ଆଗ୍ରହୀ ଯୁବପିଢ଼ିଙ୍କ ପାଇଁ କ’ଣ ରହିଛି ଅପ୍ସନ ଜାଣିରଖନ୍ତୁ ସେ ସମ୍ପର୍କରେ…

କୋର୍ସ: କେତେକ ସ୍ଥାନରେ ସ୍କୁଲ୍‌ ସମୟରୁ ହିଁ ଏଗ୍ରିକଲ୍ଚରରେ ପାଠପଢ଼ା ଆରମ୍ଭ ହୋଇଯାଇଥାଏ। ଏଥିପାଇଁ ବାୟୋଲୋଜି, କେମେଷ୍ଟ୍ରି ଏବଂ ଏଗ୍ରିକଲ୍ଚର ସବ୍‌ଜେକ୍ଟ ରଖିବାକୁ ହୋଇଥାଏ। ଯୁକ୍ତ ଦୁଇ ପଢ଼ିବା ପରେ ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ହୋଇଥାଏ। ପରେ ଏଥିପାଇଁ ଡିପ୍ଲୋମା, ଡିଗ୍ରୀ, ପିଜି, ପିଏଚ୍‌ଡି ଭଳି କୋର୍ସ କରିବାର ସୁବିଧା ରହିଛି।

କ୍ୟାରିୟର ଅପ୍ସନ୍‌: ଏହି ଫିଲ୍ଡରେ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ବିଭିନ୍ନ ଚାକିରି ମିଳିବାର ସୁଯୋଗ ରହିଛି।

ସରକାରୀ ସ୍ତରରେ ଚାକିରୀ:
କୃଷି ପର୍ଯ୍ୟବେକ୍ଷକ: ଏଥିପାଇଁ ଅନ୍ତତଃ ଯୁକ୍ତ ଦୁଇରେ ଏଗ୍ରିକଲ୍ଚର ସବ୍‌ଜେକ୍ଟ ରଖି ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ। ପ୍ରତି ଦୁଇ-ତିନି ଗ୍ରାମପଞ୍ଚାୟତ ପାଇଁ ଗୋଟିଏ ଲେଖାଏ ଏହି ପୋଷ୍ଟ ରହିଥାଏ। ଏଥିପାଇଁ ମଝିରେ ମଝିରେ ସରକାରୀସ୍ତରରୁ ଚୟନ ପରୀକ୍ଷା କରାଯାଇ ନିଯୁକ୍ତି ଦିଆଯାଇଥାଏ।

ପ୍ରାଣୀଧନ ସହାୟକ ଅଧିକାରୀ: ଯୁକ୍ତ ଦୁଇ ପଢ଼ିବା ପରେ ପ୍ରାଣୀଧନ ସହାୟକ ବା ଲାଇଭ୍‌ଷ୍ଟକ୍‌ ଆସିଷ୍ଟାଣ୍ଟ ଡିପ୍ଲୋମା କରିପାରିବେ। ଏହାପରେ ବିଭିନ୍ନ ପଞ୍ଚାୟତରେ ପ୍ରାଣୀଧନ ସହାୟକ ଅଧିକାରୀ ଭାବେ ସରକାରୀ ଚାକିରି କରିପାରିବେ।

ହର୍ଟିକଲ୍ଚର ସୁପରଭାଇଜର- ଏଗ୍ରିକଲ୍ଚର ଶିକ୍ଷା ଗ୍ରହଣ କରିଥିଲେ ଏ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ନେଇପାରିବେ। ଆପଣ ଚାହିଁଲେ ନିଜର ନର୍ସରୀ ମଧ୍ୟ ଖୋଲିପାରିବେ। ଯଦି ଏଗ୍ରିକଲ୍ଚରରେ ଡିଗ୍ରୀ କରିଛନ୍ତି, ତେବେ କୃଷିଋଣ ସୁବିଧା ସହ ଅନ୍ୟ କେତେକ ସରକାରୀ ସୁବିଧା ରହିଛି। ଏହା ବ୍ୟତୀତ ଏଗ୍ରିକଲ୍ଚର ଅଫିସର, ଏଗ୍ରିକଲ୍ଚର ଇଞ୍ଜିନିୟର, ଫୁଡ୍‌ ମାଇକ୍ରୋବାୟୋଲୋଜିଷ୍ଟ, ସାଇଣ୍ଟିଷ୍ଟ, ଏଗ୍ରିକଲ୍ଚର କଲେଜ କିମ୍ବା ୟୁନିଭର୍ସିଟିରେ ଅଧ୍ୟାପନା କ୍ଷେତ୍ରରେ ବି ଜବ୍‌ କରିପାରିବେ। ଏଗ୍ରିକଲ୍ଚରରେ ରିସର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆପଣ ଅନେକ ପ୍ରକାରର ଜବ୍‌ କରିପାରିବେ।

ବେସରକାରୀ ସ୍ତରରେ ଚାକିରୀ: ଏଗ୍ରିକଲ୍ଚର ଡିଗ୍ରୀ ଥିଲେ ପ୍ରାଇଭେଟ୍‌ ସେକ୍ଟରରେ ମାର୍କେଟିଂ ଅଫିସର, ସେଲ୍ସ ଡେଭେଲପମେଣ୍ଟ ଅଫିସର, ବ୍ୟାଙ୍କ୍‌ରେ ଏଗ୍ରିକଲ୍ଚର ଡେଭେଲପ୍‌ମେଣ୍ଟ ଅଫିସର ଭାବେ କାର୍ଯ୍ୟ କରିପାରିବେ। ଏହାବ୍ୟତୀତ ଫାର୍ମ ମ୍ୟାନେଜର, ଟେକ୍ନିକାଲ୍‌ ଏଗ୍ରିକଲ୍ଚର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ ବି କରିପାରିବେ। ଏହି ପାଠ ପଢ଼ିଥିଲେ ବିଦେଶୀ କମ୍ପାନୀଗୁଡିକରେ ମଧ୍ୟ ଅନେକ ଜବ୍‌ ସୁବିଧା ରହିଛି। ଆପଣ ଚାହିଁଲେ ନିଜର ଷ୍ଟାର୍ଟଅପ୍‌ ଆରମ୍ଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri