Posted inଜାତୀୟ

ଆସନ ବୁଝାମଣା: ଶୀଘ୍ର ନିଷ୍ପତ୍ତି ନେବ ଇଣ୍ଡିଆ

ନୂଆଦିଲ୍ଲୀ,୧୪ା୯: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ୨୬ ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ପ୍ରଥମ ରଣନୀତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ନୂଆଦିଲ୍ଲୀ ବାସଭବନରେ ହୋଇଥିବା ଏହି ବୈଠକରେ ଜାତିଗତ ଜନଗଣନା କରାଯିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେହିପରି ଖୁବ୍‌ ଶୀଘ୍ର ଆସନ ବୁଝାମଣା ଉପରେ ନିଷ୍ପତ୍ତି ନିଆଯିବ। ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆର ପ୍ରଥମ ମିଳିତ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ବୈଠକ ଶେଷରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ସୂଚନା ଦେଇଛନ୍ତି।

ତାମିଲନାଡୁ ମନ୍ତ୍ରୀ ତଥା ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ସନାତନ ବିରୋଧୀ ମନ୍ତବ୍ୟକୁ ନେଇ ବିବାଦ ଉଠିଥିବାବେଳେ ଇଣ୍ଡିଆ ବ୍ଲକ୍‌ର ୧୪ ଜଣିଆ ସମନ୍ବୟ ସମିତି ବୈଠକରେ ୧୨ ସଦସ୍ୟ ଉପସ୍ଥିତ ଥିଲେ। ସମନ୍ବୟ ସମିତି ସଦସ୍ୟ ବେଣୁଗୋପାଳ କହିଥିଲେ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ସରକାରୀ ସ୍କୁଲଗୁଡ଼ିକରେ ନିଯୁକ୍ତିରେ ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ କରାଯାଇଥିବାରୁ ସେ ବୈଠକରେ ଯୋଗଦେଇପାରି ନାହାନ୍ତି। ଅଭିଷେକଙ୍କ କହିବା ହେଲା, ବୈଠକ ଥିବାରୁ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଉଦ୍ଦେଶ୍ୟ ରଖି ସମନ ପଠାଇବା ପାଇଁ ଉଡିକୁ ପ୍ରବର୍ତ୍ତାଇଛନ୍ତି।

ବୈଠକ ଶେଷରେ ବେଣୁଗୋପାଳ ଏକ ମିଳିତ ବିବୃତି ପଢ଼ି କହିଛନ୍ତି, ସମନ୍ବୟ ସମିତି ଆସନ ବୁଝାମଣା ଉପରେ ଆଲୋଚନା ଆରମ୍ଭ କରିବାକୁ ସ୍ଥିର କରିଛି। ଯଥାଶୀଘ୍ର ସମ୍ଭବ ଏହି ନିଷ୍ପତ୍ତି ନିଆଯିବ। ଦେଶର ବିଭିନ୍ନ ଭାଗରେ ମିଳିତ ସାଧାରଣ ସଭାଗୁଡ଼ିକର ଆୟୋଜନ କରାଯିବ। ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ପ୍ରଥମ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ଇଣ୍ଡିଆ ବ୍ଲକ୍‌ ଦରଦାମ୍‌ ବୃଦ୍ଧି, ବେରୋଜଗାରି ଏବଂ ଭାଜପା ସରକାରର ଦୁର୍ନୀତିକୁ ପ୍ରସଙ୍ଗ କରିବ। ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇବା ପାଇଁ ମଧ୍ୟ ଦଳଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ପାଇଛି। ଇଣ୍ଡିଆ ଗ୍ରୁପ୍‌ ପକ୍ଷରୁ ଏକ ସବ୍‌-କମିଟି ମଧ୍ୟ ଗଠନ କରାଯାଇଛି। କେଉଁ ଟିଭି ଚ୍ୟାନେଲ ଏବଂ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ବିତର୍କ ବେଳେ ମେଣ୍ଟର ନେତାମାନେ ଭାଗନେବେ ତାହା ଏହି ସବ୍‌-କମିଟି ଚୟନ କରିବ ବୋଲି ବେଣୁଗୋପାଳ କହିଛନ୍ତି।

ସମନ୍ବୟ ସମିତି ବୈଠକରେ ପାଓ୍ବାର ଓ ବେଣୁଗୋପାଳଙ୍କ ସମେତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ(ଜେଏମ୍‌ଏମ୍‌), ଡି. ରାଜା (ସିପିଆଇଏମ୍‌), ଜଓ୍ବାଦ୍‌ ଅଲୀ ଖାନ୍‌ (ସମାଜବାଦୀ ପାର୍ଟି), ଟି.ଆର୍‌. ବାଲୁ (ଡିଏମ୍‌କେ), ତେଜସ୍ବୀ ଯାଦବ (ଆର୍‌ଜେଡି), ରାଘବ ଚଢ଼ା (ଏଏପି), ସଞ୍ଜୟ ଝା (ଜେଡିୟୁ), ଓମାର ଅବ୍‌ଦୁଲ୍ଲା (ଏନ୍‌ସି), ମେହବୁବା ମୁଫ୍‌ତି (ପିଡିପି) ଏବଂ ସଞ୍ଜୟ ରାଉତ୍‌ (ଶିବସେନା ୟୁବିଟି) ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri