ପାରାଦୀପ, କପିଳଯୋରରେ ମାଛ ମଡ଼କ

ପାରାଦୀପ,୧୨।୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାର୍ଶ୍ୱରେ ଥିବା କପିଳଯୋର, କଂସାରିପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନେଳିଆ ରଙ୍ଗ ହୋଇଯାଇଛି। ଫଳରେ ନଦୀ ସଂଲଗ୍ନ ପରିବେଶ ଦୁର୍ଗନ୍ଧମୟ ହୋଇଯାଇଛି। ଏନେଇ ପାରାଦୀପର ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ତୈଳ ବର୍ଜ୍ୟ ଯୋଗୁ ଏପରି ହୋଇଥିବା କୁହାଯାଉଛି। ଏହା ନିକଟରେ ଥିତ୍ବା ତୈଳ ବିଶୋଧନାଗାର ପ୍ରକଳ୍ପରୁ ବାହାରୁଛି ବୋଲି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ସଭାପତି ଶ୍ରୀକାନ୍ତ ପରିଡା ଅଭିଯୋଗ କରିଛନ୍ତି। ଗତ ଜୁଲାଇରୁ ତୈଳ ବିଶୋଧନାଗାର ଇଟିପି (ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ)ରେ କିଛି ବୈଷୟିକ ତ୍ରୁଟିଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେଠାକାର ବର୍ଜ୍ୟପାଣି ସିଧାସଳଖ ସମୁଦ୍ରରେ ଛଡ଼ାଯାଉଛି ବୋଲି ଶ୍ରୀକାନ୍ତ କୁହନ୍ତି। ଗତ ଶନିବାର ବିପୁଳ ପରିମାଣର ବର୍ଜ୍ୟ ନିକଟସ୍ଥ ନଦୀ ଓ ସମୁଦ୍ରରେ ମିଶିଥିଲା। ସେଦିନ ଅଭିଯୋଗ ହେବାପରେ ତୈଳ ବିଶୋଧନାଗାରର ୭ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଯାଞ୍ଚ କରିଥିଲେ। ଶନିବାର ରାତିଠାରୁ ସୋମବାର ପର୍ଯ୍ୟନ୍ତ ସେହି ସମୁଦ୍ର କୂଳରେ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରୁଛନ୍ତି। ସେହି ସମୟ ମଧ୍ୟରେ ପାଖରେ ଥିବା ନଦୀଗୁଡ଼ିିକରେ ମାଛ ମଡକ ହୋଇଛି। ଏନେଇ ପରିବେଶ ସୁରକ୍ଷା ଟ୍ରଷ୍ଟ ସମ୍ପାଦକ ଶିବ ବିଶ୍ୱାଳ କୁହନ୍ତି, ବିଶୋଧନାଗାରରୁ ପାଣି ଛାଡ଼ିବା ଯୋଗୁ ନଦୀ ଓ ସମୁଦ୍ର ପାଣି ଦୂଷିତ ହୋଇ ଅନେକ ମାଛ ଓ ଅନ୍ୟ ଜଳଜୀବ ମରିଯାଇଛନ୍ତି। ଏହାର ତୁରନ୍ତ ନିରାକରଣ ବ୍ୟବସ୍ଥା କରାଯିବା ପାଇଁ ସେ ଲିଖିତ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଜଣାଇଛନ୍ତି। ସେହିପରି ଆହ୍ବାନ କମ୍ବାଇନ୍ସ ନାମକ ସ୍ବେଚ୍ଛାସେବୀ ସଙ୍ଗଠନ ସମ୍ପାଦକ ପ୍ରଭାସ ଚନ୍ଦ୍ର ସ୍ବାଇଁ କୁହନ୍ତି, ଏପରି ପ୍ରଦୂଷଣ ଯୋଗୁ ପାରାଦୀପର ନଦୀ ଓ ସବୁଜିମା ସବୁ ଉପରେ ଗଭୀର ପ୍ରଭାବ ପକାଇଛି। ପାଣିର ନମୁନା ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଆସିଥିବା ପରିବେଶ ଯନ୍ତ୍ରୀ ଦିବ୍ୟଲୋଚନ ମହାପାତ୍ର କୁହନ୍ତି, ଆମେ ପାଣିର ନମୁନା ନେଇଛୁ। ପରୀକ୍ଷା ରିପୋର୍ଟ ଆସିଲା ପରେ କାରଣ ସ୍ପଷ୍ଟ ହେବ। ଏ ସମ୍ପର୍କରେ ତୈଳ ବିଶୋଧନାଗାର ଲୋକସମ୍ପର୍କ ଅଧିକାରୀ ସଂଗ୍ରାମ ମିଶ୍ର କୁହନ୍ତି, ଆମର କୌଣସି ବର୍ଜ୍ୟପାଣି ଛଡାଯାଇନାହିଁ। ସମୁଦ୍ର କୂଳରେ ପାଇପଲାଇନ ମରାମତି କାର୍ଯ୍ୟ ସମ୍ପର୍କରେ ପଚାରିଲେ କୁହନ୍ତି, ତାହା ଖରାପ ଥିଲା। ସେଥିପାଇଁ ମରାମତି ହେଉଛି। ରାତିରେ ମରାମତି ସମ୍ପର୍କରେ କୁହନ୍ତି,ଦିନବେଳେ ଜୁଆର ରହୁଥିବାରୁ ରାତିରେ କାମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri