ମଙ୍ଗଳରେ ଅମ୍ଳଜାନ ପ୍ରସ୍ତୁତି ମିଶନ ସଫଳ

ଓ୍ବାଶିଂଟନ,୧୧।୯: ମଙ୍ଗଳ ଗ୍ରହ ବିଷୟରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ବୈଜ୍ଞାନିକମାନଙ୍କ ଚେଷ୍ଟା ଜାରି ରହିଛି। ସୌରମଣ୍ଡଳରେ ଏହା ପୃଥିବୀର ନିକଟତମ ଗ୍ରହ ବୋଲି କୁହାଯାଉଛି। କିଛି ନିୟୁତ ବର୍ଷ ପୂର୍ବେ ଏଠାରେ ଜୀବଜଗତ ରହିଥିବା କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହା ଗୋଟିଏ ଅନୁର୍ବର ଭୂମି ହୋଇ ରହିଛି। ଯଦିଓ ମଙ୍ଗଳରେ ଅମ୍ଳଜାନ ଅଛି ହେଲେ, ମନୁଷ୍ୟ ବଞ୍ଚି ରହିବା ଲାଗି ତାହା ପର୍ଯ୍ୟାପ୍ତ ନୁହେଁ। ଅପରପକ୍ଷେ ପୃଥିବୀ ପୃଷ୍ଠରୁ ଅମ୍ଳଜାନ ସେଠାକୁ ନେବା ଅଧିକ ଖର୍ଚ୍ଚାନ୍ତ। ତେଣୁ ବିକଳ୍ପ ଉପାୟରେ ସେଠାରେ କିପରି ଅମ୍ଳଜାନ ପ୍ରସ୍ତୁତ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।

ଏହି କ୍ରମରେ ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ(ନାସା)ର ପେରସଭେରନ୍ସ ରୋଭର ୨୦୨୧ରୁ ମଙ୍ଗଳ ପୃଷ୍ଠରେ ଘୂରି ବୁଲୁଛି। ବର୍ତ୍ତମାନ ଏହା ଅମ୍ଳଜାନ ପ୍ରସ୍ତୁତ କରୁଥିବା ମୋକ୍ସି ମିଶନକୁ ସଫଳତାର ସହ ସମାପ୍ତ କରିଛି। ଏହା ଏକ ଯନ୍ତ୍ର, ଯାହାକୁ ପେରସଭେରନ୍ସ ସହ ସଂଲଗ୍ନ କରାଯାଇଛି। ମାରସ୍‌ ଅକ୍ସିଜେନ୍‌ ଇନ୍‌-ସିଟୁ ରିସୋର୍ସ ୟୁଟିଲାଇଜେସନ ଏକ୍ସପେରିମେଣ୍ଟ(ମୋକ୍ସି)ବର୍ତ୍ତମାନ ଅମ୍ଳଜାନ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଏହି ଯନ୍ତ୍ରକୁ ମାସାଚୁସେଟ୍‌ସ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି) ବିକଶିତ କରିଛି। ମୋକ୍ସିର ସଫଳ ପ୍ରଦର୍ଶନ ଏକଥା ଦର୍ଶାଉଛି, ଏହା ମଙ୍ଗଳର ବାୟୁମଣ୍ଡଳରୁ ଅମ୍ଳଜାନ ପ୍ରସ୍ତୁତ କରିପାରିବ। ଫଳରେ ଏହା ଭବିଷ୍ୟତରେ ମହାକାଶଚାରୀଙ୍କ ଶ୍ୱାସକ୍ରିୟା ଲାଗି ଉପାଦେୟ ହେବ ବୋଲି ନାସାର ପ୍ରଶାସକ ପାମ୍‌ ମେଲ୍‌ରୋୟ କହିଛନ୍ତି।

ସେହିପରି ଉନ୍ନତ କାରିଗରୀ କୌଶଳ ବ୍ୟବହାର କରି ଚନ୍ଦ୍ର ଓ ମଙ୍ଗଳରେ ଦୀର୍ଘ ସମୟ ଲାଗି ଶକ୍ତି ଉତ୍ପନ୍ନ କରିବା ଉପରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି। ୨୦୨୧ରେ ମୋକ୍ସି ଯେତେବେଳେ ମଙ୍ଗଳରେ ଅବତରଣ କରିଥିଲା, ସେତେବେଳେ ମାତ୍ର ୧୨୨ ଗ୍ରାମ୍‌ର ଅମ୍ଳଜାନ ପ୍ରସ୍ତୁତ କରିପାରିଥିଲା।

ଏତିକି ପରିମାଣର ଅମ୍ଳଜାନରେ ଏକ କୁକୁର ଛୁଆ ୧୦ ଘଣ୍ଟା ବଞ୍ଚିପାରିବ। ତେଣୁ ମୋକ୍ସି ସହାୟତାରେ ସେଠାରେ ଯେପରି ଅଧିକ ପରିମାଣର ଅମ୍ଳଜାନ ଉତ୍ପନ୍ନ କରାଯାଇପାରିବ ତାହା ନାସାର ମୂଳ ଲକ୍ଷ୍ୟ ଥିଲା। ତେବେ ବର୍ତ୍ତମାନ ଯେଉଁ ଅମ୍ଳଜାନ ଉତ୍ପନ୍ନ ହୋଇଛି ତାହା ୯୦% ଶୁଦ୍ଧ। ଅଗଷ୍ଟ ୭ରେ ମୋକ୍ସି ପୂର୍ବ ଅପେକ୍ଷା ଅଧିକ ପରିମାଣର ଅମ୍ଳଜାନ ପ୍ରସ୍ତୁତ କରିଥିଲା। ମୋକ୍ସି ସହାୟତାରେ ଆମେ ଅଧିକ ପରିମାଣର ଅମ୍ଳଜାନ ପ୍ରସ୍ତୁତ କରିପାରିଥିବାରୁ ଗର୍ବିତ। ଏହା ଭବିଷ୍ୟତର ମିଶନ ଲାଗି ଅଧିକ ସହାୟକ ହେବ ବୋଲି ସ୍ପେଶ୍‌ ଟେକ୍ନୋଲୋଜି ମିଶନ ଡାଇରେକ୍ଟୋରେଟ(ଏସ୍‌ଟିଏମ୍‌ଡିି)ର ନିର୍ଦ୍ଦେଶକ ତ୍ରୁଡି କୋରଟେସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri