Odisha Elections 2024

ଫାଙ୍କା ଗୁଳିଚାଳନା କରି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍‌

କଟକ/କଟକ ସଦର, ୭ା୯(କାର୍ତ୍ତିକ ସାହୁ/ସୁଶାନ୍ତ କୁମାର ଜେନା)ସ୍ପଷ୍ଟ ଦିବାଲୋକରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ କରିଛନ୍ତି ୪ ଦୁର୍ବୃତ୍ତ। ଫାଙ୍କା ଗୁଳିଚାଳନା କରି ସେମାନେ ବ୍ୟବସାୟୀଙ୍କୁ ଭୟଭୀତ ମଧ୍ୟ କରିଛନ୍ତି। ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର। ଏଭଳି ଏକ ଘଟଣା ଘଟିଛି କଟକ ଜିଲା କନ୍ଦରପୁର ଥାନା ଅନ୍ତର୍ଗତ ମତ୍ତଗଜପୁର ରେଲୱେ ଷ୍ଟେଶନ ନିକଟ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ କନ୍ଦରପୁର ଥାନା ଅନ୍ତର୍ଗତ ହାଟସାହିର ଅଲେଖ ପାତ୍ରଙ୍କ ପୁଅ ବିକି ଓରଫ ବିକାଶ ପାତ୍ର (୨୫)। ବିକାଶଙ୍କ ଅଭିଯୋଗ କ୍ରମେ ଏନେଇ କନ୍ଦରପୁର ଥାନାରେ ଏକ ମାମଲା (ନଂ. ୧୭୧/୨୦୨୩) ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିବା ଆଇଆଇସି ବିପିନ୍‌ ବିହାରୀ ହୋତା ସୂଚନା ଦେଇଛନ୍ତି। ଆଗକୁ ପାର୍ବଣ ଆସୁଥିବାବେଳେ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ସଦୃଶ ହୋଇଥିବା ଚର୍ଚ୍ଚା ହେଉଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିକାଶ ପାତ୍ର ଗାଁ ଗହଳିରେ ସୁନା, ରୁପା ଗହଣା ବେପାର କରି ଗୁଜୁରାଣ ମେଣ୍ଟାନ୍ତି। ସବୁଦିନ ଭଳି ସେ ନିଜ ସ୍କୁଟିରେ ଅଳଙ୍କାର ବ୍ୟାଗ୍‌ ବାନ୍ଧି ବ୍ୟବସାୟ କରିବାକୁ କଟକ ଅଭିମୁଖେ ଯାଉଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ୨ଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ମତ୍ତଗଜପୁର ରେଳ ଷ୍ଟେଶନ ନିକଟରେ ଦୁର୍ବୃତ୍ତମାନେ ତାଙ୍କ ସ୍କୁଟିକୁ ଗୋଇଠା ମାରିବାରୁ ବିକାଶ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗନେଇ ଦୁର୍ବୃତ୍ତମାନେ ତାଙ୍କ ଠାରୁ ୩ଟି ସୁନା ଚେନ(୩୦ଗ୍ରାମ), ରୁପା ପାଉଁଜି ସହ ଚାନ୍ଦି ଅଳଙ୍କାର ଓ ୨୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ବିକାଶ ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କରିବାରୁ ସେମାନେ ୪ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଭୟଭୀତ କରିଥିଲେ। ଏହାପରେ ସେମାନେ କଟକ ଆଡ଼କୁ ଦ୍ରୁତ ଗତିରେ ପଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା କରିଛି। ଘଟଣାସ୍ଥଳରୁ ୩ ରାଉଣ୍ଡ ଗୁଳି ଓ ଗୋଟିଏ ଖୋକା ଜବତ ହୋଇଥିବା ଜଣାପଡ଼ିଛି। ଡିସିପି ପିନାକ ମିଶ୍ର କହିଛନ୍ତି, ମତ୍ତଗଜପୁରଠାରେ ଲୁଟ୍‌ ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ମାମଲା ଅନୁଧ୍ୟାନ କରିଛନ୍ତି। ସ୍ପେଶାଲ ସ୍କ୍ବାଡ୍‌ ମଧ୍ୟ ଏଥିପାଇଁ ଗଠନ ହୋଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହେବୁ ବୋଲି ଡିସିପି କହିଛନ୍ତି।
ଅପରାଧୀମାନେ ବିଭିନ୍ନ ଭାବରେ ନିଜର କାର୍ଯ୍ୟ ହାସଲ ପାଇଁ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଆସିଥିବାବେଳେ ଏହାର ପୁନରାବୃତ୍ତି ଘଟିଛି। କିଛି ବର୍ଷ ପୂର୍ବେ ମତ୍ତଗଜପୁର ରେଲୱେ ଷ୍ଟେଶନ ନିକଟ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ ବହୁ ଭାବରେ ରାହାଜାନି ହେଉଥିଲା। ହେଲେ ପୋଲିସର ଘନଘନ ପାଟ୍ରୋଲିଂ ଓ ତୀକ୍ଷ୍ଣ ନଜର ଯୋଗୁଁ ତାହା ବନ୍ଦ ରହିଥିଲା। ହେଲେ ପୁଣି ଏଭଳି ଘଟଣା ଘଟିବା ପୋଲିସ କାର୍ଯ୍ୟଧାରାକୁ ଅଧିକ ଶାଣିତ କରିବାକୁ ଆହ୍ବାନ ବୋଲି ଚର୍ଚ୍ଚା ହେଉଛି। ପାର୍ବଣ ଋତୁ ପୂର୍ବରୁ ଅପରାଧୀମାନଙ୍କୁ କରାୟତ୍ତ ନ କଲେ କମିଶନରେଟ ପୋଲିସ ପାଇଁ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri