ଅଯୋଗ୍ୟଙ୍କୁ ବିଦାକରିବାକୁ ନିଷ୍ପତ୍ତି

ଅନୁଗୋଳ, ୧୫।୭(ଅମିତ ସାମଲ): ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ବିଭିନ୍ନ ସରକାରୀ ଯୋଜନାରେ ସାମିଲ କର। ଗଳିପଶି ସରକାରୀ ଯୋଜନାର ଲାଭ ଉଠାଉଥିବା ଅଯୋଗ୍ୟଙ୍କୁ ତୁରନ୍ତ ବିଦା କର ବୋଲି ଶୁକ୍ରବାର ଅନୁଗୋଳ ପୌରପାଳିକା କାଉନ୍‌ସିଲ ହଲ୍‌ରେ ଅନୁଷ୍ଠିତ ଭିଜିଲାନ୍ସ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିଲାଗି ଏକ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଏହାପରେ ଖାଦ୍ୟ ସୁରକ୍ଷା ଯୋଜନାରେ ଲାଭ ଉଠାଉଥିବା ସ୍ବଚ୍ଛଳ ବର୍ଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଟ ଫିଟିଛି।
ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପାଧ୍ୟକ୍ଷା ଅନୁପମା ସାହୁ, ବିଧାୟକଙ୍କ ପ୍ରତିନିଧି ଅଜିତ୍‌ ପ୍ରସାଦ ଦ୍ୱିବେଦୀ, ଏମ୍‌ପିଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ରାଉତ, ଉପଜିଲାପାଳଙ୍କ ପ୍ରତିନିଧି ଡେପୁଟି କଲେକ୍ଟର ଅମ୍ଳାନ ଅପରାଜିତା, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଭିଜିଲାନ୍ସ ମନିଟରିଂ କମିଟି ସଦସ୍ୟ ତଥା କାଉନ୍‌ସିଲର ବଳରାମ ଜେନା, ସୂର୍ଯ୍ୟାସ୍ନାତା ସାହୁ, ସମନ୍ବିତ ଶିଶୁ ବିକାଶ ବିଭାଗର ରୀତାଞ୍ଜଳି ପ୍ରଧାନ, ଯୋଗାଣ ବିଭାଗର ଇତିଶ୍ରୀ ଜେନା, ପୌରପାଳିକାର ଏମ୍‌ଆଇ ସ୍ବର୍ଣ୍ଣମଞ୍ଜରୀ ସ୍ବାଇଁ, ଖାଉଟି ପ୍ରତିନିଧି ନାରାୟଣ ସାହୁ, ମିଶନ ଶକ୍ତିର ଜ୍ୟୋତିର୍ମୟୀ ଦଳବେହେରା, ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଗୋଳ ପୌରାଞ୍ଚଳରେ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନାରେ ୪,୯୮୫ ହିତାଧିକାରୀ ରହିଛନ୍ତି। ତନ୍ମଧ୍ୟରେ ପ୍ରାୟୋରିଟି ହାଉସ୍‌ ହୋଲ୍‌ଡର (ପିଏଚ୍‌ଏଚ)ରେ ୪,୫୮୭ ଜଣ, ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏୱାଇ)ରେ ୩୪୮, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୪୯, ଅନ୍ନପୂର୍ଣ୍ଣା ଯୋଜନାରେ ଜଣେ ଖାଉଟି ଅଛନ୍ତି। ୯ଜଣ ଡିଲରଙ୍କ ସହାୟତାରେ ଏମାନଙ୍କୁ ଯୋଗାଣ ସାମଗ୍ରୀ ବଣ୍ଟନ କରାଯାଉଛି। ଯୋଗାଣ ସାମଗ୍ରୀ ନିର୍ଦ୍ଧାରିତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ଯୋଗାଣ ବିଭାଗରେ ସ୍ବଚ୍ଛତା ରକ୍ଷା, ଓ୍ବାନ୍‌ କାର୍ଡ ଓ୍ବାନ୍‌ ନେଶନର ଠିକ୍‌ କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଏବଂ ଅଯୋଗ୍ୟଙ୍କୁ ବାଦ୍‌ ଦେବାକୁ ପରାମର୍ଶ ଦିଆଯାଇଛି। ଖାଉଟିଙ୍କୁ ହଇରାଣ କରୁଥିବା ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଏ ସଂକ୍ରାନ୍ତରେ ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ପୌରପାଳିକାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ସରକାରୀ ଟାର୍ଗେଟ୍‌ ପୂରଣ ହୋଇଛି। ତଥାପି ଏକ କମିଟି ଗଠନ କରି ଯାଞ୍ଚ କରାଯିବ। ଯେଉଁମାନେ ପ୍ରକୃତରେ ତାଲିକାରେ ରହିବାକୁ ଯୋଗ୍ୟ, ସେମାନେ ରହିବେ। ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ ବାଦ୍‌ ଦିଆଯିବ। ପ୍ରକୃତ ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

୨୦ ରୁ ୧୨୮୯ରେ ପହଞ୍ଚିଲାଣି: କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୬୩ ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ୧୯୬୩ ମସିହାରେ...

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri