ଡିଆଁପଡ଼ା ଅପହରଣ ଘଟଣାର ନୂଆ ମୋଡ଼

ନୟାଗଡ଼,୨୩।୬(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ଡିଆଁପଡ଼ା ଗାଁର ଚାଷୀ ଶ୍ୟାମ ସୁନ୍ଦର ବେହେରା(୫୯) ଅପହରଣ ଘଟଣାର ନୂଆମୋଡ଼। ଅପହରଣ ଘଟଣାରେ ବାରମ୍ବାର କଥା ବଦଳାଇ ଫସିଲେ ଚାଷୀ ଓ ଉଦ୍ଧାର କରିଥିବା ବ୍ୟକ୍ତି। ଫିଟିଲା ଅପହରଣ ଘଟଣାର ଗୁମର। ଡିଆଁପଡ଼ା ଓ ପଣ୍ଡୁସର ଗାଁଲୋକ ଏକାଠି ହୋଇ ନ୍ୟାୟ କରି ଉଭୟଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରି ଭବିଷ୍ୟତରେ ମିଥ୍ୟା ନାଟକ କଲେ ପରିସ୍ଥିତି ଭଲ ହେବ ନାହିଁ ଦର୍ଶାଇ ଚେତାବନୀ ଦେଇ ଛାଡିଛନ୍ତି। ସେପଟେ ପୋଲିସ ମାମଲାକୁ ଆଗକୁ ନ ନେଇ ପୂର୍ଣ୍ଣାଛଦ ପକାଇଛି।
ପ୍ରକାଶ ଯେ, ଗତ ୧୯ ତାରିଖ ସୋମବାର ରାତି ୮ଟାରେ ଡିଆଁପଡ଼ା ଗାଁରେ ଗ୍ରାମସଭା ଥିଲା । ଚାଷୀ ଶ୍ୟାମ ସୁନ୍ଦର ବେହେରା ଜଣେ ସଭ୍ୟ ଥିଲେ। ଗାଁ ସଭା ଆରମ୍ଭ ହେବା ପୂର୍ବରୁ ପନିପରିବା କ୍ଷେତକୁ ବୁଲିବାକୁ ଯାଇ ଆଉ ଫେରି ନ ଥିଲେ। ଶ୍ୟାମ ସଭାକୁ ନ ଆସିବାରୁ ପରିବାର ଲୋକଙ୍କୁ ପଚରାଯାଇଥିଲା। ହେଲେ ବିଲରୁ ଫେରି ନ ଥିବା ଜଣା ପଡିବା ପରେ କିଛି ଲୋକ ଡାକିବାକୁ ଯାଇଥିଲେ। ତେବେ ବିଲରେ ଶ୍ୟାମଙ୍କ ଗାମୁଛା ଓ ବ୍ୟବହାର କରୁଥିବା ଭଙ୍ଗା ଟର୍ଚ୍ଚ ଜବତ କରି ଅପହରଣ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ସୁରାକ ମିିଳି ନ ଥିଲା। ବୁଧବାର ରାତିରେ ବାରପଲା ପଣ୍ଡୁସର ଗାଁର କବି ମହାନ୍ତି ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଏକ ପ୍ରଜାପତି ତାଙ୍କ ଦେହରେ ବାରମ୍ବାର ବସି ଉଡୁଥିଲା। ପୁଣି ବସୁଥିଲା। ପ୍ରଜାପତିକୁ ଠାବ କିଛି ବାଟ ଯିବା ପରେ ଶୁଳିଆମୁଣ୍ଡିଆର ମୂଳିଝରଠାରେ ପ୍ରଜାପତି ଯାଇ ଅଚେତ ଲୋକର ଶରୀରରେ ବସିଥିଲା। ଘଟଣା ସମ୍ପର୍କରେ କବି ଗାଁରେ ଜଣାଇବା ପରେ ସ୍ଥାନୀୟ ଲୋକ ଶ୍ୟାମଙ୍କୁ ଅଚେତ ଅବସ୍ଥାରେ ଡିଆଁପଡ଼ାରେ ଛାଡିଥିଲେ। ପରେ ଗାଁ ପକ୍ଷରୁ ଶ୍ୟାମଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଶ୍ୟାମ ସୁସ୍ଥ ଅଛି ବୋଲି ଡାକ୍ତର କହି ରାତିରେ ଡିସ୍‌ଚାଜ୍‌ କରିଥିଲେ। ଏଭଳିସ୍ଥଳେ ଚାଷୀ ଗଣମାଧ୍ୟମକୁ ଓ ଗାଁଲୋକଙ୍କୁ ଭିନ୍ନ ଭିନ୍ନ କଥା କହି ଫସି ଯାଇଥିଲେ। ବିଲ ନିକଟରେ ଖଣ୍ଡିଆ ଭୂତ ରହିଛି। ତା’ର ପ୍ରଭାବରେ କ’ଣ ହେଲା ଜାଣି ପାରିଲେନି। ମଙ୍ଗଳବାର ଜାଣିବାକୁ ପାଇଲେ ସେ ମୁଣ୍ଡିଆରେ ଅଛନ୍ତି। ହେଲେ ଅଖିଆ ଅପିଆ ଯୋଗୁ ଘରକୁ ଆସି ପାରିଲେନି। ପରେ କହିଲେ ପନିପରିବା କ୍ଷେତ ନିକଟରେ ମୋ ଗାଁର ଜଣେ ବୋହୁଙ୍କୁ ଦେଖି ରାତିରେ କ’ଣ ବୁଲୁଛ ପଚାରିଥିଲି। ପରେ ସ୍ବାମୀଙ୍କୁ ଦେଖି ତୁମେ ଦୁହେଁ କ’ଣ ବୁଲୁଛ ପଚାରିବାରୁ ମୋତେ ମାରପିଟ୍‌ କରିବାକୁ ଉଦ୍ୟମ କରଉଥିବାବେଳେ ମୁଁ ଖସି ମୁଣ୍ଡିଆକୁ ଚାଲି ଯାଇଥିଲି। ହେଲେ ମୁଁ କିଛି ଜାଣି ପାରିଲିନି। ପୁଣି କହିଥିଲେ ଗାମୁଛା ମୋର। ଉଦ୍ଧାର ଟର୍ଚ୍ଚ ମୋର ନୂହେଁ। ମୋ ଟର୍ଚ୍ଚ ମୋ ପାଖରେ ରହିଛି। ଅନ୍ୟପକ୍ଷେ ଗାଁ ଲୋକଙ୍କୁ ମଧ୍ୟ ଭିନ୍ନ ଭିନ୍ନ କଥା କହିଥିଲେ। ସେହିପରି ଉଦ୍ଧାରକାରୀ ବ୍ୟକ୍ତି ମଧ୍ୟ ପ୍ରଜାପତି ଗପ କହି ମିଛ କହୁଥିବା ଜଣାପଡିଥିଲା। ଏଭଳିସ୍ଥଳେ ଉଦ୍ଧାରକାରୀ ବ୍ୟକ୍ତି ଓ ଚାଷୀଙ୍କୁ ଗାଁଲୋକ ସତ କଣ ଜାଣିବାକୁ ପଚରାଉଚୁରା କରିଥିଲା। ଏନେଇ ଡିଆଁପଡ଼ା ଓ ପଣ୍ଡୁସର ଗାଁର କିଛି ଲୋକଙ୍କ ସୂଚନା ଅନୁସାରେ ଚାଷୀ ଅପହରଣ ନେଇ ଚିନ୍ତା ବଢ଼ିଥିଲା। କେବଳ ଡିଆଁପଡ଼ା ନୁହେଁ ଆଖପାଖ ୫ରୁ ୭ଟି ଗାଁ ଖୋଜାଖୋଜିରେ ୩ ଦିନ ପର୍ଯ୍ୟନ୍ତ ସାମିଲ ଥିଲେ। ଗାଁ ଲୋକଙ୍କୁ ମିଥ୍ୟା କହି ଅପହରଣ ନାଟକ ରଚା ଯାଇଥିବା ଜଣାପଡିଥିଲା। ଚାଷୀ ଓ ଉଦ୍ଧାରକାରୀ ବ୍ୟକ୍ତିଙ୍କୁ ବାରମ୍ବାର ପଚରାଉଚୁରା କରାଯାଇଥିଲା। କାହା ସହ କାହାର କଥା ମେଳ ଖାଉ ନ ଥିଲା। ଏଣୁ ଉଭୟଙ୍କୁ ଅର୍ଥ ଦଣ୍ଡରେ ଗାଁ ଲୋକେ ଦଣ୍ଡିତ କରିଛନ୍ତି। ଚାଷୀ ଜଣେ ବ୍ୟକ୍ତିଙ୍କ ଘରେ ରହି ସମସ୍ତଙ୍କୁ ହଇରାଣ କରିଛନ୍ତି। ଏହି ଘଟଣା ପଛରେ ପ୍ରେମ ସମ୍ପର୍କ ରହିଥିବା ଜଣାପଡୁଛି। ପୋଲିସ ମଧ୍ୟ ମିଥ୍ୟା କଥା ଅନୁଭବ କରି ଅଧା ବାଟରେ ତଦନ୍ତକୁ ଶେଷ କରି ଦେଇଛି। ଏନେଇ ନୟାଗଡ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା କୁହନ୍ତି, ଚାଷୀ କିପରି ଜୀବନ୍ତ ଅବସ୍ଥାରେ ଉଦ୍ଧାର ହେଉ ପୋଲିସ ଚାହୁଁଥିଲା। ଅପହରଣ ଘଟଣାରେ ଚାଷୀ ମିଛ କହୁଥିବାର ଜଣାପଡିଛି। ନିଜେ ଜାଣିଶୁଣି କୁଆଡେ ଚାଲି ଯାଇ ଅପହରଣ ନାଟକ ରୂପ ଦେଇଛି ବୋଲିି ଜଣାପଡିବାରୁ ତଦନ୍ତକୁ ଶେଷ କରି ଦିଆଯାଇଛିି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri