ପାଠାଗାର ସଂସ୍କୃତି ବୁଡ଼ିବାକୁ ବସିଛି

ଯାଜପୁର ଅଫିସ,୨୯ା୫: ସଂରକ୍ଷଣ ଓ ପରିଚାଳନା ଅଭାବରୁ ସମଗ୍ର ଯାଜପୁର ଜିଲାର ପ୍ରାୟ ୨ ହଜାର ପାଠାଗାର ଲୋପ ପାଇବାକୁ ବସିଲାଣି। ପ୍ରାକ୍‌ ସ୍ବାଧୀନତା କାଳରେ ବିନୋବାଜୀଙ୍କ ଆହ୍ବାନରେ ଅଧିକାଂଶ ଗ୍ରାମରେ ପାଠାଗାର ଖୋଲାଯାଇଥିଲା। ସେତେବେଳେ ସେଗୁଡ଼ିକ ଚାଳି ଘରେ ଚାଲିଥିଲା। କ୍ରମଶଃ ସେହି ଘରଗୁଡ଼ିକ ଭାଙ୍ଗିଯିବାରୁ ବହି ଆଲମିରା ନଷ୍ଟ ହୋଇଗଲା। ୧୯୯୫ ପରେ ଗ୍ରାମାଞ୍ଚଳରେ ସରକାର ଓ ରାଜା ରାମମୋହନ ରାୟ ସଂସ୍ଥାରୁ ଅନୁଦାନ ଆସିବାରୁ ନୂତନ ଭାବେ ପ୍ରତି ପଞ୍ଚାୟତରେ ପାଠାଗାର ଖୋଲିଥିଲା। ସେତେବେଳକୁ ସୂଚନା ପ୍ରଯୁକ୍ତି ଯୁଗ ଆରମ୍ଭ ହୋଇ ସାରିଥିଲା। ସରକାରଙ୍କ ପକ୍ଷରୁ ଜିଲା ହେଡ୍‌କ୍ବାର୍ଟରରେ ଗୋଟିଏ ବଡ଼ ପାଠାଗାର, ଯାଜପୁର ରୋଡ୍‌ଠାରେ ମଧ୍ୟ ଏକ ପଠନ କେନ୍ଦ୍ର ଖୋଲାଯାଇଥିଲା। ଏହାବ୍ୟତୀତ ପ୍ରତି ହାଇସ୍କୁଲ, କଲେଜରେ ସ୍ବତନ୍ତ୍ର ଭାବେ ପାଠାଗାର ନିର୍ମାଣ କରାଗଲା। ପ୍ରତି କଲେଜରେ ଏହାର ପରିଚାଳନା ନିମନ୍ତେ ଲାଇବ୍ରେରିଆନ ନିଯୁକ୍ତି କରାଗଲା। ଏବେ ଜିଲାରେ ଶିକ୍ଷାନୁଷ୍ଠାନ ଓ ଘରୋଇ ଭାବେ ପାଖାପାଖି ୨୦୦ ପାଠାଗାର ରହିଛି। ବହୁ ଲକ୍ଷ ଟଙ୍କାର ମୂଲ୍ୟବାନ ଓ ବିରଳ ପୁସ୍ତକ ରହିଛି। କିନ୍ତୁ ପାଠାଗାରରୁ ବହି ନେଇ ପଢ଼ିବା ସଂଖ୍ୟା ଆଦୌ ନାହିଁ କହିଲେ ଚଳେ। ଅନେକ ସଂଖ୍ୟାର ପୁସ୍ତକ ଆଲମିରାରେ ଚାବି ପଡ଼ି ବନ୍ଦ ରହିଛି। ଏଥିମଧ୍ୟରୁ ୫୦ ଭାଗ ବହି ଉଇ ଖାଇଗଲେଣି। ଯେଉଁ କେତେକ ସ୍କୁଲ କଲେଜରେ ଲେଣ୍ଡିଂ ପାଠାଗାର ଥିଲା ତାହା ମଧ୍ୟ ଲୋପ ପାଇବାକୁ ବସିଲାଣି। ଯାଜପୁର ଜିଲାର ବିଞ୍ଝାରପୁର ଅଞ୍ଚଳରେ ୨ରୁ ୩ଟି ପାଠାଗାର ଦେଖା ଯାଉଥିବା ବେଳେ ବରୀରେ ୨, ଦଶରଥପୁରରେ ୪, ଧର୍ମଶାଳାରେ ୭ ଲାଇବ୍ରେରୀ ଅଛି। ଘର, ଆସବାବପତ୍ର ଅଛି କିନ୍ତୁ ଜଣେ ହେଲେ ପାଠକ ନାହାନ୍ତି।
ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧୀନରେ ଯାଜପୁର ଗୌତମବୁଦ୍ଧ ସଂସ୍କୃତି ଭବନରେ ଏକ ପାଠାଗାର ଚାଲିଆସୁଛି। ବିଭିନ୍ନ ଭାଷାଭାଷୀର ଖ୍ୟାତନାମା ଲେଖିକାଲେଖକଙ୍କ ସୃଜନାତ୍ମକ, ସମାଜ ସଂସ୍କାରଧର୍ମୀ, ସଚେତନାତ୍ମକ ଏବଂ ଆନ୍ଦୋଳନାତ୍ମକ ପୁସ୍ତକ ଉପଲବ୍ଧ ହେଉଥିଲା। ସେହି ସମୟରେ ଅନେକ ଜିଜ୍ଞାସୁ ପାଠକଙ୍କ ପୁସ୍ତକ ପ୍ରତି ଅନୁରାଗ ଥିଲା। ପୂର୍ବରୁ ପ୍ରାୟ ୪୦/୫୦ଜଣ ପାଠକ ଏହି ପାଠାଗାରକୁ ଯାଇ ପୁସ୍ତକ ଅଧ୍ୟୟନ କରୁଥିଲେ। କିନ୍ତୁ ଏବେ ପାଠକ ସଂଖ୍ୟା ଦୁଇଅଙ୍କରେ ପହଞ୍ଚି ପାରୁନାହିଁ। ସେହିପରି ବ୍ୟାସନଗରରେ ୧୯୮୬ରେ ପାଠାଗାର ପ୍ରତିଷ୍ଠା ହୋଇଥିଲା। ଏହା ଏବେ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି। ଆଜିର ବୈଷୟିକ ଜ୍ଞାନକୌଶଳ ଯୁଗରେ ଲୋକେ କ୍ରମଶଃ ପୁସ୍ତକ ଓ ପତ୍ରପତ୍ରିକାଠାରୁ ଦୂରେଇ ଯାଉଛନ୍ତି। ଟେଲିଭିଜନ, ସିନେମା, ସୋସିଆଲ ମିଡିଆ ଆଦି ପ୍ରତି ଆସକ୍ତ ହୋଇଛନ୍ତି। ଫଳରେ ପୁସ୍ତକର ଚାହିଦା କମିକମି ଯାଉଛି।
ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା କୁହନ୍ତି, ମଣିଷର ମାନବିକ ଚେତନାର ଉତ୍ତରଣ, ପ୍ରାଚୀନ ସାହିତ୍ୟରୁ ଜ୍ଞାନ ଲାଭ, ପ୍ରକୃତ ଓ ପ୍ରତ୍ୟକ୍ଷ ଜ୍ଞାନ ଆହରଣ, କବିର କବିତ୍ୱ, ଲେଖକର ଚେତନା ସୃଷ୍ଟି ଏବଂ ବରିଷ୍ଠ ନାଗରିକମାନଙ୍କ ସମୟ ଅତିବାହିତ ପାଇଁ ପାଠାଗାର ନିହାତି ଆବଶ୍ୟକ। ଏଥିପାଇଁ ଆମେ ୧୯୮୦ରୁ ଜିଲାରେ ପାଠାଗାର ଆନ୍ଦୋଳନ ସୃଷ୍ଟି କରିଥିଲୁ। ଏବେ ପୁଣି ଏହି ଆନ୍ଦୋଳନ ଆରମ୍ଭ କରିବାକୁ ଆହ୍ବାନ କରୁଛୁ। ଆମର ସ୍ଲୋଗାନ ରହିବ ପଠନ ଅଭ୍ୟାସ ସଭ୍ୟତାର ବିକାଶ ।
ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା କୁହନ୍ତି, ଆଜିର ସମାଜରେ ପାଠାଗାରର ନିହାତି ଆବଶ୍ୟକ। ଏଥିପାଇଁ ପ୍ରୋତ୍ସାହନ ଦରକାର। ଯୁବସମାଜକୁ ପଠନମୁଖୀ କରିବାକୁ ପାଠାଗାରର ଗୁରୁତ୍ୱ ନିଶ୍ଚିତ ଭାବେ ରହିଛି। ପଠନର ବିକଳ୍ପ ନାହିଁ, ତେଣୁ ପାଠାଗାର ମାଧ୍ୟମରେ ସମାଜର ପରିବର୍ତ୍ତନ ସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri