Odisha Elections 2024
Posted inଜାତୀୟ

କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ସେଙ୍ଗୋଲକୁ ‘ନେହେରୁଙ୍କ ବାଡି’ ଭାବରେ ରଖିଥିଲେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ଆସନ୍ତାକାଲି ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ବିରୋଧୀ ଉଦଘାଟନୀ ସମାରୋହକୁ ବର୍ଜନ କରିଛନ୍ତି। ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇରାନୀ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ସେଙ୍ଗୋଲକୁ ‘ନେହେରୁଜୀଙ୍କ ବାଡି’ ଭାବେ ମ୍ୟୁଜିୟମ୍‌ର ଅନ୍ଧାର କୋଣରେ ରଖିଥିଲେ।

ସେ ଆହୁରି କହିଛନ୍ତି, ସେଙ୍ଗୋଲ ଆମର ସ୍ବାଧୀନତାର ପ୍ରତୀକ, ଗାନ୍ଧୀ ପରିବାର ସେଙ୍ଗୋଲକୁ ନେହେରୁଜୀଙ୍କ ବାଡି ଭାବେ ମ୍ୟୁଜିୟମ୍‌ର ଅନ୍ଧାର କୋଣରେ ରଖିଥିଲେ। ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ପଚାରିବାକୁ ଚାହେଁ ଯେ, ସେଙ୍ଗୋଲଙ୍କୁ ଏହିପରି ରଖିବା ଏବଂ ଏହାକୁ ବାଡି ଭାବରେ ବର୍ଣ୍ଣନା କରିବା ଦର୍ଶାଉଛି କି, ଦେଶର ଇତିହାସ ଏବଂ ଗଣତନ୍ତ୍ରକୁ ନେଇ ଗାନ୍ଧୀ ପରିବାରର କେଉଁ ଭଳି ଭାବେ ବିଚାରାଧାରା ରଖିଛି ତାହା ପ୍ରତିଫଳିତ ହୋଇଛି। ଏଥିପାଇଁ ଗାନ୍ଧୀ ପରିବାର ସମାନ ବିଚାରାଧାର ଲୋକଙ୍କୁ ନୂଆ ସଂସଦ ଭବନର ଉଦ୍‌ଘାଟନୀ ଉତ୍ସବରେ ସାମିଲ୍‌ ନ ହେବାକୁ ଉତ୍ସକାଉଛି। ତେବେ ଏହା ଆମକୁ ଆଶ୍ଚର୍ଯ୍ୟ ଲାଗୁନାହିଁ।

ଖବର ସରବରାହ ସଂସ୍ଥା ଏଏନଆଇକୁ ଟାଇମ ମାଗାଜିନର ଏକ ପୁରୁଣା ଆର୍ଟିକିଲ ଦେଖାଇ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଏହା ଆର୍ଟିକିଲଟି ଅଗଷ୍ଟ ୨୫ ୧୯୪୭ରେ ଟାଇମ ମାଗାଜିନର ଏକ ସଂଖ୍ୟାରେ ପ୍ରକାଶ ପାଇଥିଲା। ମୋର ସମସ୍ତ ବନ୍ଧୁ ଯେଉଁମାନେ ନୂଆ ସଂସଦ ଭବନକୁ ବିରୋଧ କରୁଛନ୍ତ ମୁଁ ଚାହୁଁଛି ସେମାନେ ଏହି ଆର୍ଟିକିଲଟି ପଢନ୍ତୁ। ଯାହାଦ୍ୱାରା ସେମାନେ ସେଙ୍ଗୋଲ ବିଷୟରେ କିଛି ତଥ୍ୟ ପାଇପାରିବେ। ୧୯୪୭ରେ ସେଙ୍ଗୋଲକୁ ନେଇ କ’ଣ ଘଟିଛି ଦେଖନ୍ତୁ। ଏଭଳି ଡ୍ରାମା କରି ସେମାନେ ନିଜ ନେତା ଜବାହରଲାଲ ନେହେରୁଙ୍କୁ ମଧ୍ୟ ବିରୋଧ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

ବଡ଼ କଥା କହିଦେଲେ କେଜ୍‌ରିଓ୍ବାଲ, ଜୁନ୍‌ ୪ରେ ଇଣ୍ଡିଆ ମେଣ୍ଟ…

ନୂଆଦିଲ୍ଲୀ,୨୧।୫: ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଜୁନ୍‌ ୪ ତାରିଖରେ ଯାଉଛନ୍ତି।...

ସ୍ବାତି ମାଲିଓ୍ବାଲ ମାମଲାର ଯାଞ୍ଚ କରିବ ଏସଆଇଟି, ଏହି ମହିଳା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୨୧।୫: ସ୍ବାତି ମାଲିୱାଲ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ଏମପିଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ ଅପଡେଟ ଆସିଛି। ଏହି ଆକ୍ରମଣ ଘଟଣାର...

ଯେ କୌଣସି ସ୍ତରକୁ ଯାଇପାରେ ‘ଇଣ୍ଡିଆ’ ମେଣ୍ଟ: ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ମୋଦି କହିଲେ ଏମିତି

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ...

ମତଦାନ କେନ୍ଦ୍ର ଶୌଚାଳୟରେ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ଶିବସେନା (ୟୁବିଟି)ର ପୋଲିଂ ବୁଥ ଏଜେଣ୍ଟ ମନୋହର ନାଲେଜ(୬୨)ଙ୍କ ମୃତଦେହ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri