ଆନନ୍ଦ ବଜାରରୁ ହଟିବେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀ

ପୁରୀ ଅଫିସ,୨୨ା୫: ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଏବେ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଆନନ୍ଦ ବଜାରରେ ବ୍ୟବସାୟ କରୁଥିବା ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ଉଠିଯିବାକୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆନନ୍ଦବଜାରର ଏକାଧିକ ସ୍ଥାନରେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ମନଇଚ୍ଛା ଯେଉଁଠି ସେଇଠି ବସି ବ୍ୟବସାୟ କରୁଛନ୍ତି। ଫଳରେ ଶ୍ରଦ୍ଧାଳୁମାନେ ଠକାମିର ଶିକାର ହେଉଥିବାବେଳେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରଭାବିତ ହେଉଛି। ତେଣୁ ୨୨ତାରିଖ ଅର୍ଥାତ ସୋମବାର ସୁଦ୍ଧା ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ସେମାନଙ୍କ ସ୍ଥାନ ଖାଲି କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ନୋଟିସ ଜାରି କରିଛନ୍ତି। ଏପରିକି ତନଖି ପାଇଁ ଶ୍ରୀମନ୍ଦିର ସୁପରଭାଇଜରଙ୍କ ଅଧୀନରେ ୩ଜଣ ଜେଟିପିକୁ ନେଇ ଏକ କମିଟି ଗଠନ ହୋଇଥିବା ବେଳେ ଆଇନ ଶୃଙ୍ଖଳା ସ୍ଥିତି ରକ୍ଷା ପାଇଁ ସିଂହଦ୍ୱାର ଥାନା ପୋଲିସକୁ ମୁତୟନ କରିବା ସକାଶେ ପୁରୀ ଏସ୍‌ପିଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ଜଣାପଡ଼ିଛି।
ଗତ ଶୁକ୍ରବାର ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଥିଲା। ତେବେ ଉତ୍ତରଦ୍ୱାରରେ ଦଲାଲ ଓ ଆନନ୍ଦବଜାରରେ ଅଣଲାଇସେନ୍ସପ୍ରାପ୍ତ ଦୋକାନୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ସୁଆର ମହାସୁଆର ନିଯୋଗ ଅବଢ଼ା ବିକ୍ରି କରି ନ ପାରି ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲା। ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ କିଣିବା ପାଇଁ ଭକ୍ତଙ୍କୁ ଅନୁମତି ନ ମିଳିବା ଯୋଗୁ ଏଭଳି ସ୍ଥିତି ଉପଜିଥିବା ନିଯୋଗ ଅଭିଯୋଗ କରିଛି। ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉନଥିବାରୁ ସେମାନେ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି। ଭକ୍ତଙ୍କୁ ଅବଢ଼ାର ଦୁଇଗୁଣ ମୂଲ୍ୟ ଦେବାକୁ ପଡ଼ୁଛି। ଫଳରେ ସାବିତ୍ରୀ ଦିନ ସୁଆର ମହାସୁଆର ନିଯୋଗର ୭ଲକ୍ଷ ୬୦ ହଜାର ଟଙ୍କାର ମହାପ୍ରସାଦ କ୍ଷତି ହୋଇଥିବା ଶନିବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅଭିଯୋଗ ଅଣାଯାଇ ଏହାର ଭରଣା କରିବା ପାଇଁ ଦାବି କରାଯାଇଥିଲା। ମୁଖ୍ୟତଃ ଉତ୍ତରଦ୍ୱାର ପଟେ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ କିଣିଥାନ୍ତି। ମାତ୍ର ପ୍ରଶାସନ ଭକ୍ତଙ୍କ ଉତ୍ତରଦ୍ୱାର ଦେଇ ପ୍ରବେଶ ଉପରେ ରୋକ ଲଗାଇଛି। ଫଳରେ କିଛି ଦଲାଲ ଉତ୍ତର ଦ୍ୱାର ନିକଟରେ ରହି ଭକ୍ତଙ୍କୁ ଶୋଷଣ କରୁଛନ୍ତି। ଅପରପକ୍ଷରେ ଉତ୍ତର ଦ୍ୱାରରେ ଭକ୍ତଙ୍କ ପ୍ରବେଶ ପାଇଁ ବାରମ୍ବାର ଦାବି କରାଯାଉଥିଲେ ହେଁ ପ୍ରଶାସନ ଶୁଣୁନାହିଁ। ଏବେ ଅଣଲାଇସେନ୍ସପ୍ରାପ୍ତ ଦୋକାନୀଙ୍କୁ ହଟାଯିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଶ୍ରୀମନ୍ଦିରରେ ସବୁଦିନ କିଭଳି ଏହି ନିୟମ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଅଧିକ ଯନତ୍ବାନ ହେବାକୁ ନିଯୋଗ ଦାବି କରିଛି। ନଚେତ୍‌ ଆଗାମୀ ଦିନରେ ଙ୍କ ଆଇନଶୃଙ୍ଖଳା ସ୍ଥିତି ଉପୁଜିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri