Odisha Elections 2024

୨୦ବର୍ଷ ତଳେ ନିଜସ୍ବ ଅର୍ଥରେ ଗଢ଼ିଥିଲେ ମନ୍ଦିର

ଖୁଣ୍ଟୁଣୀ,୧୭।୫( ଡି.ଏନ୍‌.ଏ.): ନିଜ ଜନ୍ମ ଭୂମିରେ ଏକ ମନ୍ଦିର କରିବା ପାଇଁ ସ୍ବପ୍ନ ଦେଖି ତାହାକୁ ସତରେ ପରିଣତ କରିବା ବହୁତ କମ୍‌ ଲୋକ ଥାଆନ୍ତି। ଏଭଳି କାଠିକର ସ୍ବପ୍ନକୁ ପୂରଣ କରି ଦେଖାଇଛନ୍ତି ଜଣେ ତ୍ୟାଗୀ, ଦରଦୀ ମଣିଷ। ଯିଏ ସାରା ଜୀବନ ଅବିବାହିତ ରହି ନିଜ ଚାକିରି କାଳରେ ଯାହା ଆୟ କମାଇଥିଲେ ସେ ସମସ୍ତ ଟଙ୍କାକୁ ଏକ ହନୁମାନ ମନ୍ଦିର ନିର୍ମାଣରେ ଲଗାଇ ଅଞ୍ଚଳକୁ ଭାବମୟ ପରିବେଶ ସୃଷ୍ଟି କରିଛନ୍ତି। ସେ ହେଲେ କଟକ ଜିଲା ଉପକଣ୍ଠ ଖୁଣ୍ଟୁଣୀ ଥାନା ଅଧୀନ ଧୁରୁଷିଆ ଲଣ୍ଡା ପାହାଡ଼ ଉପରେ ଥିବା ଏହି ହନୁମାନ ମନ୍ଦିରର ପ୍ରତିଷ୍ଠାତା ବ୍ରଜବନ୍ଧୁ ଲେଙ୍କା। ଏପରିକି ଏହି ହନୁମାନ ମନ୍ଦିର ପ୍ରାୟ ୨୦ବର୍ଷ ତଳେ ସେ ନିର୍ମାଣ କରିଥିଲେ। କିନ୍ତୁ ଏହା ନିଜସ୍ବ ଉଦ୍ୟମରେ ହୋଇଛି ବୋଲି କାହାକୁ ନ କହିବା ପାଇଁ ସେତେବେଳେ ସହଯୋଗ କରିଥିବା ବନ୍ଧୁମାନଙ୍କୁ କହିଥିଲେ। ହେଲେ ନିକଟରେ ଏକ ଯଜ୍ଞ ସମୟରେ ବ୍ରଜବନ୍ଧୁଙ୍କ ଏହି କଥା ଜାଣି ଗ୍ରାମବାସୀ ଚକିତ ହୋଇଯାଇଥିଲେ।  ବ୍ରଜବନ୍ଧୁଙ୍କ ଚେଷ୍ଟା, ଉଦ୍ୟମ, ଆତ୍ମୀୟତା, ସଚ୍ଚୋଟତାକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।  ବ୍ରଜବନ୍ଧୁଙ୍କୁ ଏବେ ୮୬ବର୍ଷ ହୋଇଥିବା ବେଳେ ମନ୍ଦିର ପରିସର ଅଞ୍ଚଳକୁ ଆହୁରି ସବୁଜମୟ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।
୧୯୩୭ରେ ମାତା ମୂଷା ଦେବୀ ଓ ପିତା ପଦ୍ମନାଭ ଲେଙ୍କାଙ୍କ କୋଳ ମଣ୍ଡନ କରିଥିଲେ ବ୍ରଜବନ୍ଧୁ। ଯୁବକଅବସ୍ଥାରେ ଭୁବନେଶ୍ୱରସ୍ଥିତ ସରକାରୀ ଟେଷ୍ଟିଂ ଲାବୋରେଟୋରିରେ ଚାକିରି କରୁଥିବା ସମୟରେ ଅଞ୍ଚଳରେ ଏକ ହନୁମାନ ମନ୍ଦିର ନିର୍ମାଣ କରିବାକୁ୍‌ ସ୍ବପ୍ନ ଦେଖିଥିଲେ। ଏଥିପାଇଁ ତାଙ୍କ ମାଆବାପାଙ୍କୁ ଜଣାଇବା ସହ ସାରା ଜୀବନ ଅବିବାହିତ ରହିବା ପାଇଁ କହିଥିଲେ। ବ୍ରଜଙ୍କ କଥାକୁ ପରିବାର ଲୋକ ମାନିଥିଲେ। ଚାକିରି ଜୀବନରୁ ଅବସର ପରେ ୧୯୯୯ରେ ଭୁବନେଶ୍ୱରରେ କିଣିଥିବା ଘର ଓ ଆଇଗିଣିଆରେ କିଣିଥିବା ଜମିକୁ ବିକ୍ରି କରି ଗ୍ରାମର କିଛି ଆଗ୍ରହୀ ଯୁବକ ନିରାକାର ଲେଙ୍କା, ସଞ୍ଜୟ ରାଉତ, ଅନ୍ତର୍ଯାମୀ ବେହେରା, ପ୍ରଶାନ୍ତ ବେହେରା, ଶଙ୍କର୍ଷଣ ରାଉତ, ଅରକ୍ଷିତ ବେହେରା, ଅକୂ୍ରର ରାଉତଙ୍କୁ ନେଇ ମନ୍ଦିର ଶିଳାନ୍ୟାସ କରି ୨୦୦୧ ମଧ୍ୟରେ ମନ୍ଦିର ନିର୍ମାଣ କରିଥିଲେ। ହେଲେ ଏହି ମନ୍ଦିର ନିର୍ମାଣ ନିଜସ୍ବ ଅର୍ଥରେ କରିବା କଥା ବ୍ରଜ ଗ୍ରାମରେ କାହାକୁ ଜଣାଇ ନ ଥିଲେ। ପ୍ରାୟ ୨୨ବର୍ଷ ପରେ ନିକଟରେ ମନ୍ଦିରରେ ଏକ ଯଜ୍ଞ ହେଉଥିବାବେଳେ ସେତେବେଳେ ନିର୍ମାଣ ସମୟରେ ଯୁବାବସ୍ଥାରେ ଥିବା ନିରାକାର, ସଞ୍ଜୟଙ୍କଠାରୁ ଏହି କଥା ଗ୍ରାମବାସୀ ଜାଣିଥିଲେ। ଗ୍ରାମବାସୀ ଏହା ଜାଣି ଆଶ୍ଚର୍ଯ୍ୟ ହେବା ସହ ବ୍ରଜବନ୍ଧୁଙ୍କୁ ସାଧୁବାଦ ଜଣାଇଥିଲେ। ବର୍ତ୍ତମାନ ଏହି ମନ୍ଦିର ସମଗ୍ର ଆଠଗଡ଼ ବ୍ଲକରେ ଏକ ଭକ୍ତି ଓ ସାଧନାର ପୀଠ ଭାବେ ପରିଚିତ। ତାଙ୍କର ଉଦ୍ୟମ, ଚେଷ୍ଟା ଓ ଆଧ୍ୟାତ୍ମିକ ଦିଗ୍‌ଦର୍ଶନରେ ଅନେକ ଯୁବକ ସାଥୀ ପ୍ରଭାବିତ ହୋଇ ଶ୍ରୀସଙ୍କଟମୋଚନ ହନୁମାନ ଜୀ କୃପା ପରିଷଦରେ ନିଜକୁ ସାମିଲ କରିବା ସହ ଅନୁଷ୍ଠାନର ପ୍ରଚାର ପ୍ରସାର କରିବାରେ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ବ୍ରଜବନ୍ଧୁ ବର୍ତ୍ତମାନ ବୟସ୍କ ହୋଇଯାଇଥିଲେ ମଧ୍ୟ ପ୍ରତିଦିନ ସକାଳେ ୩ଘଣ୍ଟା ଓ ଖରାବେଳେ ୨ ଘଣ୍ଟା ଶାବଳରେ ମାଟି ତାଡି ଉଚ୍ଚା ଜାଗାରୁ ମାଟି ପଥର ବୋହି ଖାଲ ସ୍ଥାନକୁ ସମତଳ କରୁଛନ୍ତି। ତାଙ୍କ ଉଦ୍ୟମ ଯୋଗୁ ଏହି ଲଣ୍ଡା ପାହାଡ଼ ଉପରେ ପ୍ରାୟ ୪ ଶହ ପ୍ରକାରର ଫଳ ଫୁଲ ଗଛ ସହ ବିଭିନ୍ନ ଔଷଧୀୟ ବୃକ୍ଷରେ ସବୁଜ ବନାନୀ ପାଲଟିଛି। ୧୯୮୮ରେ ସେ ଧୁରୁଷିଆର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ  ନିର୍ମାଣ ନିମନ୍ତେ ସର୍ବୋଚ୍ଚ ଅର୍ଥ ଦାନ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri