Odisha Elections 2024

ଡ୍ରେନେଜ୍‌ ସମସ୍ୟା ଦୂର କରିବ ଅଳକା ଖନନ

ଜଗତ୍‌ସିଂହପୁର ଅଫିସ,୮ା୫: ଦିନ ଥିଲା ଅଳକା ସୁଗଭୀର ଥିଲା। ଏଥିରେ ଜାହାଜ ଯାତାୟାତ କରିପାରୁଥିଲା। ତେଣୁ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍‌ସିଂହପୁରରେ ଇଂରେଜମାନେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍‌ ବାଣିଜ୍ୟ କୋଠି କରିବାକୁ ସକ୍ଷମ ହୋଇଥିଲେ। ସମୟ ଚକ୍ରରେ ଅଳକା ସ୍ଥିତି ହଜାଇବାକୁ ବସିଛି। ମୃତପ୍ରାୟ ଏହି ନଦୀ ଖନନ ପାଇଁ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବୋରିକିନା ନିକଟ ଅଶିଲୋଠାରୁ ବୀରବରପାଟଣା ପର୍ଯ୍ୟନ୍ତ ୫୨.୩୯ କିଲୋମିଟର ଦୌର୍ଘ୍ୟବିଶିଷ୍ଟ ଏହି ମୃତନଦୀକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏଥିମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ ପାଇଁ ଟିଏସି (ଟେକ୍ନିକାଲ ଆଡଭାଇଜରି କମିଟି) ଓ ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର କାମ ସରିଛି। ଏଥିମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ଭାଗ କାମ ଚାଲିଥିବାବେଳେ ନୂଆକରି ତୃତୀୟ ଭାଗ କାମ ମଧ୍ୟ ଆରମ୍ଭ ହୋଇଛି। ଅଳକା ଖନନ ସଫଳ ହେଲେ ଜିଲାରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ଜଳ ନିଷ୍କାସନ ସମସ୍ୟା ଦୂର ହୋଇପାରିବ। ଅନ୍ୟପଟେ ଅଳକା ପୁନରୁଦ୍ଧାର ପରେ ସେଥିରେ ମତ୍ସ୍ୟ ଚାଷ କରାଯିବ ବୋଲି ପୂର୍ବରୁ ରାଜ୍ୟ ସରକାର ଯୋଜନା କରିଥିଲେ ସୁଦ୍ଧା ଏହା କେବେ ବାସ୍ତର ରୂପ ନେଉଛି ତାହା ସମୟ କହିବ। ଅଳକା ଉପରେ ଜମି ମାଫିଆଙ୍କ ଲୋଲୁପଦୃଷ୍ଟି କାରଣରୁ ଆଜି ତା’ର ସ୍ବରୂପ ବଦଳିଯାଇଛି। ଅନେକ ଏହି ଜମିକୁ ଅସାଧୁ ରାଜସ୍ବ କର୍ମଚାରୀଙ୍କ ସହଯୋଗରେ ନିଜ ନାଁରେ କରିସାରିଛନ୍ତି। ଏହାର ଓସାର ସବୁସ୍ଥାନରେ ସମାନ ନାହିଁ। କିଛି ସ୍ଥାନରେ ନଦୀ ଶଯ୍ୟା ପୋତିହୋଇ ଯାଇଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଏହାଦ୍ୱାରା ବର୍ଷାଦିନେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଚାଷ ବିଶେଷ ଭାବରେ ପ୍ରଭାବିତ ହେଉଛି । ଏହାର ସମାଧାନ ପାଇଁ ରାଜ୍ୟ ସରକାର ୨୦୧୬ ମସିହାରେ ଚିନ୍ତା କରିଥିଲେ । ଜଳ ନିଷ୍କାସନ ସହ ବିଶେଷକରି ମୃତ ନଦୀ ଗର୍ଭରେ ମତ୍ସ୍ୟ ଚାଷ ପାଇଁ ଏହି ବର୍ଷ ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ଡିପିଆର୍‌ (ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରାଯାଇଥିଲା । ୨୦୧୮ ଫେବୃୟାରୀରେ କେନ୍ଦ୍ରୀୟ ଆନ୍ତଃସ୍ଥଳୀୟ ମତ୍ସ୍ୟ ଗବେଷଣା ସଂସ୍ଥା (ସିଆଇଏଫ୍‌ଆର୍‌ଆଇ) ପକ୍ଷରୁ ଏକ ଟିମ୍‌ ୪ ଦିନିଆ ଜଗତ୍‌ସିଂହପୁର ଗସ୍ତ କରି ଅନୁଧ୍ୟାନ କରିବା ସହ ଅନୁକୂଳ ମତ ଦେଇଥିଲେ। ସେତେବେଳେ ମୃତ ଅଳକାର ବିରିଡ଼ି, ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା । ଯୋଜନା କାର୍ଯ୍ୟକାରୀ ହେଲେ ଜିଲାର ପାଖାପାଖି ୧୫୦ ହେକ୍ଟର ନଦୀ ଶଯ୍ୟାରେ ମାଛ ଚାଷ ସମ୍ଭବ। ଏହାଦ୍ୱାରା ବାର୍ଷିକ ପାଖାପାଖି ୭ କୋଟିରୁ ଅଧିକ ଟଙ୍କାର ଅର୍ଥାତ୍‌ ୬୦୦ ଟନ୍‌ ମତ୍ସ୍ୟ ଉତ୍ପାଦନ ହୋଇପାରିବ। ଶତାଧିକ ବେକାର ଯୁବକ ଆତ୍ମ ନିର୍ଭରଶୀଳ ହୋଇପାରିବେ। ସ୍ବୟଂ ସହାୟକ ଗୋଷ୍ଠୀ, ପିଏସ୍‌ସିଏସ୍‌ ଓ ଉଦ୍ୟୋଗୀମାନେ ଉପକୃତ ହୋଇପାରିବେ । ଜିଲା ପାଇଁ ଆବଶ୍ୟକ ମାଛ ପରିମାଣ କମିଯିବ। ଆଗକୁ ସରକାର ଅଧିକ ପରିମାଣ ଜମି ହାତକୁ ନେଇ ଜିଲା ବିକାଶରେ ସହାୟକ ହେବେ ବୋଲି କୁହାଯାଇଥିଲା। କିନ୍ତୁ ଯୋଜନା ଅଧାରେ ଅଟକିଛି। ତେବେ ଅଳକା ଖନନ ନେଇ ଜିଲା ପ୍ରାଶାସନ ଓ ଜଗତ୍‌ସିଂହପୁର ଡ୍ରେନେଜ୍‌ ଡିଭିଜନ୍‌ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଅଳକା ବାଲିକୁଦା ବ୍ଲକ ଅଞ୍ଚଳର ଅଶିଲୋ ଗ୍ରାମ ନିକଟରେ ସମୁଦ୍ରରେ ମିଶିଛି। ଏହି ସ୍ଥାନରୁ ୧୫ କିଲୋମିଟର ଉପର ମୁଣ୍ଡ ପର୍ଯ୍ୟନ୍ତ ଖନନ ନେଇ ପାଖାପାଖି ୪ କୋଟି, ୧୫ରୁ ୩୨ କିଲୋମିଟର ଅର୍ଥାତ୍‌ ପାଖାପାଖି ଓଡ଼ିଶୋ ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଓ ୩୨ରୁ ୫୨.୩୯ କିଲୋମିଟର ଅର୍ଥାତ୍‌ ବୀରବରପାଟଣା ପର୍ଯ୍ୟନ୍ତ ତୃତୀୟ ଭାଗ କାମ ପାଇଁ ୨.୮୫ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରାଯାଇଛି। କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । କିନ୍ତୁ ଅନେକ ସ୍ଥାନରେ ଜବରଦଖଲ ସମସ୍ୟା ସୃଷ୍ଟି କରୁଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଡ୍ରେନେଜ୍‌ ଅଧିକ୍ଷଣ ଯନ୍ତ୍ରୀ ହରେକୃଷ୍ଣ ବେହେରା କହିଛନ୍ତି ଏଥିମଧ୍ୟରେ ତଳ ମୁଣ୍ଡରୁ ଅନେକ କାମ ସରିଥିବାବେଳେ ବର୍ଷାଦିନ ପୂର୍ବରୁ ଅବଶିଷ୍ଟ ସାରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତା’ ଭିତରେ ନ ସରିଲେ ବର୍ଷାଦିନ ପରେ ଅର୍ଥାତ୍‌ ମାର୍ଚ୍ଚ/ଏପ୍ରିଲରୁ ଖନନ କାମ ଆରମ୍ଭ ହୋଇ ଯଥାଶୀଘ୍ର ସରିବ। ଯେଉଁସବୁ ସ୍ଥାନରେ ଜବରଦଖଲ ଅଛି ସେଗୁଡିକୁ ମୁକ୍ତ କରିବା ପାଇଁ ତହସିଲଦାରମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ବେହେରା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri