ଏନ୍‌ଜିଟି ନିୟମ ମାନୁନାହାନ୍ତି ଇଟା ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୭ା୫: ମେ’ମାସରେ ତାତି ବଢ଼ିଛି। ଗତ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ଟପି ସାରିଛି। ଏହା ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ନାଲି ଇଟା ଭାଟିରୁ ନିଆଁ ଲିଭୁନି। ସେହିପରି ବାଲି ଚୋରାଚାଲାଣ ଜିଲାର ନଦୀଶଯ୍ୟାକୁ ବେହାଲ କରୁଛି। ଏନ୍‌ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ ଲଘୁ ଖଣିଜ ସମ୍ପଦ ଚାଲାଣ ପାଇଁ ରାଜକୋଷକୁ ରାଜସ୍ବ ମିଳୁ ନ ଥିବା ବେଳେ ଏନ୍‌ଓସି ବିନା ଶତାଧିକ ଇଟା ଭାଟି ଚାଲିଛି। ଶିଶୁ ଶ୍ରମିକ ନିୟୋଜନ, ବାୟୁ ପ୍ରଦୂଷଣ ପ୍ରତି କାହାରି ଧ୍ୟାନ ନାହିଁ। ଏପରି କି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ନିର୍ଦ୍ଦେଶ ସତ୍ତ୍ୱେ ବେଆଇନ ଇଟା ବ୍ୟବସାୟ ଚାଲିଛି। ଖରା ସହିତ ଇଟାଭାଟି ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ଦର୍ଶାଇ ଗତ ୨ରେ ହେନ୍ତାଳ ବନ ସୁରକ୍ଷା ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି। ଏହା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସଙ୍ଗଠନ ସଭାପତି ସତ୍ୟପ୍ରକାଶ ମହାନ୍ତି କହିଛନ୍ତି, ଜିଲାର ନଦୀ ଶଯ୍ୟା ଏପରି କେତେଜଣ ବ୍ୟବସାୟୀଙ୍କ କବ୍‌ଜାରେ ଅଛି। ମାଟି, ବାଲି ପରି ଲଘୁ ଖଣିଜ ସମ୍ପଦ ପ୍ରତ୍ୟେହ ଚୋରି ହେଉଛି। ଜଙ୍ଗଲ ଓ ପରିବେଶ ସୁରକ୍ଷା ଆଇନ ୧୯୮୬, ଅଗ୍ନିଶମ, ଶ୍ରମ, ରାଜସ୍ବ ବିଭାଗ ଆଦି ଏହି ବେଆଇନ ଇଟାଭାଟି ଉପରେ ରୋକ୍‌ ଲଗାଇ ପାରୁନାହାନ୍ତି। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ବିନା ଅନୁମତିରେ ମାଟି ଇଟା ପ୍ରସ୍ତୁତ କରିବା ଓ ପୋଡ଼ିବା ବେଆଇନ। ଏହା ସତ୍ତ୍ୱେ ଶତାଧିକ ଇଟାଭାଟି ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହେଉଛି। ପରିବେଶବିତ୍‌ ଅଶୋକ କୁମାର ସ୍ବାଇଁ କହିଛନ୍ତି, ଖରା ସହିତ ଇଟାଭାଟି ତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଇଟାଭାଟିର ଧୂଆଁ ଓ ତାତି ମିଶି ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷିତ ପରିବେଶ ସୃଷ୍ଟି କରୁଛି। ଡେରାବିଶ ବ୍ଲକ ବନ୍ଧପଡା ଗ୍ରାମର ଅକ୍ଷୟ ବେହେରା କହିଛନ୍ତି, କିଛିଦିନ ପୂର୍ବେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏସମ୍ପର୍କରେ ଏକ ଅଭିଯୋଗ ପତ୍ର ଦିଆଯାଇଥିଲା। ଅଭିଯୋଗ ମୁତାବକ ତରଜଙ୍ଗା (ବାଲିଦିଆପାଟଣା)ର ଗୋଚର ଜମିରୁ କେତେଜଣ ଖଳ ପ୍ରକୃତିର ବ୍ୟକ୍ତି ମାଟି ଉଠାଇ ଇଟା ପ୍ରସ୍ତୁତ କରିଛନ୍ତି। ଫଳରେ ଏହି ସ୍ଥାନରେ ପ୍ରାୟ ୩ରୁ ୪ ଫୁଟ ଗର୍ତ୍ତ ହୋଇଥିବାରୁ ଗୋଚାରଣରେ ସମସ୍ୟା ହେଉଛି। କେନ୍ଦ୍ରାପଡ଼ାର ଶୁଭେନ୍ଦୁ କୁମାର ଦାସ କୁହନ୍ତି, ଗୋଚର, ଅନାବାଦୀ, ବଗଚର, ନୟନଯୋରି, ନଦୀ ପଠା ଆଦିରୁ ଇଟା ଭାଟି ମାଲିକମାନେ ମାଟି ଉଠାଉଛନ୍ତି। ତହସିଲଦାରଙ୍କ ନଜରକୁ ଏସବୁ ଆସୁ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ବାଲି ମାଟି ବାବଦ ରାଜସ୍ବ ରାଜକୋଷକୁ ମିଳୁନାହିଁ। ଇନ୍ଦୁପୁରର ଦେବାଶିଷ ଜେନା କୁହନ୍ତି, ଜିଲା ମଧ୍ୟ ଦେଇ ଯାଇଥିବା ନଦୀର ପଠା ଏବେ ଏପରି ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିଛି। ପଠା ଆଖପାଖ ବାଲିଆ ଦୋରସା ମାଟି ମିଳୁଥିବାରୁ ନଦୀ ଶଯ୍ୟା ଦୁର୍ବଳ ହେବାରେ ଲାଗିଛି। ଇଟାଭାଟି ମାଲିକମାନେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କଲିକତାର ମେଦିନାପୁର, ବିହାର ବସିହାର ଛାପ୍ରା ଅଞ୍ଚଳର ଲୋକଙ୍କୁ ଏହି କାମରେ ଲଗାଉଛନ୍ତି। ଏଥିରେ ଶିଶୁ ଶ୍ରମିକଙ୍କୁ ଦେଖିବାକୁ ମିଳୁଛି। ଜଣେ ଇଟାଭାଟି ମାଲିକ କହିଛନ୍ତି, ଘର ନିର୍ମାଣ ପାଇଁ ଫ୍ଲାଇଆସ୍‌ ଇଟା ଫ୍ୟାକ୍ଟ୍ରି କମ୍‌ ଥିବାରୁ ମାଟି ନିର୍ମିତ ଇଟାକୁ ସମସ୍ତେ ଆଦର କରୁଛନ୍ତି। ଏହାକୁ କୁଟୀର ଶିଳ୍ପର ମାନ୍ୟତା ମିଳିଲେ ଯୁବ ଶିଳ୍ପୋଦ୍ୟୋଗୀ ବାହାରିବା ସହିତ ଶ୍ରମିକଙ୍କ କର୍ମ ନିଯୁକ୍ତି ସମସ୍ୟାର ଆଶୁ ସମାଧାନ ହୋଇପାରିବ। ଆଇନଜୀବୀ ବିଧୂଭୂଷଣ ମହାପାତ୍ର କହିଛନ୍ତି, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଏନ୍‌ଜିଟିର ବାରଣ ସତ୍ତ୍ୱେ ବେଆଇନ ଇଟାଭାଟି ନିର୍ମାଣ ଚାଲିଛି। ପ୍ରଦୂଷଣ ବୋର୍ଡର ୧୯୮୬ ଆଇନ, ୨୦୦୫ରେ ନଦୀ ଶର୍ଯ୍ୟାର ୫୦୦ ମିଟର ମଧ୍ୟରେ ବାଲି ଉଠାକୁ ବନ୍ଦ କରାଯାଇଛି। ଏନେଇ ଏକ ଜନସ୍ବାର୍ଥ ମାମଲା କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ବେଆଇନ ଇଟାଭାଟି ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri