ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌ ହର୍ସ (ଅନଭିଜ୍ଞ ବା ଅଣପ୍ରଶିକ୍ଷିତ ଘୋଡ଼ା) ଭାବେ ଉଭା ହୋଇ ତାମିଲନାଡୁ ରାଜନୀତିରେ ଜିତାପଟ ନେଇଗଲେ। ବାସ୍ତବରେ ଦେଖିଲେ ତାଙ୍କ ରାଜନୈତିକ ଆକାଂକ୍ଷାର ବୀଜବପନ ହୋଇଥିଲା ୨୦୦୯ରୁ ଯେତେବେଳେ ସେ ବିଜୟ ମକ୍କଲ ୟାକମ୍‌ (ଭିଏମ୍‌ଆଇ) ନାମରେ ପ୍ରଶଂସକଙ୍କ ଏକ ସଙ୍ଗଠନ ଗଢ଼ିଥିଲେ। ଏହି କଲ୍ୟାଣମୂଳକ ସଙ୍ଗଠନ ଜରିଆରେ ୮୦,୦୦୦ରୁ ଅଧିକ ଫ୍ୟାନ୍‌ କ୍ଲବ ଗଠିତ ହୋଇଥିଲା, ଯାହା ତାମିଲନାଡୁର ସର୍ୱବୃହତ୍ତମ ରାଜନୈତିକ ଦଳଗୁଡ଼ିକର ସାଙ୍ଗଠନିକ ଶାଖାକୁ ଅତିକ୍ରମ କରିଥିଲା। ଭିଏମ୍‌ଆଇ କଲ୍ୟାଣମୂଳକ କାର୍ଯ୍ୟ ଯଥା ଛାତ୍ରଙ୍କୁ କମ୍ପ୍ୟୁଟର ବଣ୍ଟନ, ବିନାମୂଲ୍ୟରେ କ୍ୟାଣ୍ଟିନ୍‌ ସୁବିଧା, ରକ୍ତଦାନ ଶିବିର ଆଦି ଆୟୋଜନ କରି ଯୁବବର୍ଗଙ୍କୁ ଆକୃଷ୍ଟ କରିବାରେ ଲାଗିଥିଲା। ଯେଉଁ ରାଜ୍ୟରେ ଲୋକମାନେ ଫିଲ୍ମକୁ ରାଜନୀତି ଏବଂ ରାଜନୀତିକୁ ଫିଲ୍ମ ମଧ୍ୟକୁ ମିଶାଇବାରେ ଅଭ୍ୟସ୍ତ ହୋଇଯାଇଛନ୍ତି, ସେଠାରେ ଟିଭିକେର ଲୋକପ୍ରିୟତା ରାଜ୍‌ କରିବା ସ୍ୱାଭାବିକ। ମାତ୍ର ଦୁଇ ବର୍ଷିଆ ଟିଭିକେ, ଯାହା ଫେବୃଆରୀ ୨୦୨୪ରେ ଗଠିତ ହୋଇଥିଲା; ତାହା ଏକ ସିନେମାଟିକ୍‌ ରୂପାନ୍ତରଣ ଲାଭକରି ରାଜନୈତିକ ଅଭିଷେକରେ ତାମିଲନାଡୁ ବିଧାନସଭାରେ ଚମକପ୍ରଦ ସଂଖ୍ୟକ ଆସନ (୧୦୮) ଦଖଲ କରିଛି। ମୂଳତଃ ବିଜୟଙ୍କ ବିସ୍ତୃତ ଫ୍ୟାନ୍‌ ନେଟୱର୍କରୁ ଉତ୍ପନ୍ନ ହୋଇଥିବା ଟିଭିକେ ନିଜକୁ ଏକ ଧର୍ମନିରପେକ୍ଷ ସଙ୍ଗଠନ ବୋଲି ଗଢ଼ିତୋଳିବା ଯୋଗୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିବା ରାଜନୈତିକ ବିଶ୍ଳେଷକମାନେ ମତଦେଇଥାଆନ୍ତି। ବିଜୟଙ୍କ ନିର୍ୱାଚନ ପ୍ରଚାର ଶୈଳୀ ପାରମ୍ପରିକତାଠାରୁ ଭିନ୍ନ ଥିଲା। ତାଙ୍କ ପ୍ରଚାରର ଅସ୍ତ୍ର ଥିଲା ଅନ୍‌ଲାଇନ୍‌। ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ତାଙ୍କୁ ବିଜୟର ସ୍ୱାଦ ଚଖାଇଛି। କୌତୂହଳର କଥା ଯେ, ସେ ଷ୍ଟାଲିନ୍‌ଙ୍କୁ ‘ଷ୍ଟାଲିନ୍‌ ଅଙ୍କଲ୍‌’ ବୋଲି ସମ୍ୱୋଧନ କରି ତାଙ୍କ ତୁଳନାରେ ନିଜର ତରୁଣତା ଉପରେ ଜୋର୍‌ ଦେଇ ଯୁବବର୍ଗଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ। ସେ ପିଲାମାନଙ୍କୁ ଉତ୍ସାହିତ କରିବାକୁ ଯାଇ କହିଥିଲେ ଯେ, ସେମାନେ ଯେମିତି ସେମାନଙ୍କ ମାତାପିତା ଏବଂ ଜେଜେମା’ ଜେଜେଙ୍କୁ ‘ବିଜୟ ମାମା’ଙ୍କୁ ଭୋଟ ଦେବାକୁ କୁହନ୍ତୁ। ସମ୍ଭବତଃ ଜେନ୍‌ ଜି ବର୍ଗ ବିଜୟଙ୍କ ସିନେ ଅଭିନୟରେ ମୁଗ୍ଧ ହୋଇ ତାଙ୍କୁ ଭୋଟ ଦେବା ସହ ପରିବାର ସଦସ୍ୟଙ୍କ ପସନ୍ଦ ବଦଳାଇବାରେ ସକ୍ଷମ ହୋଇଛନ୍ତି। ତା’ ନ ହୋଇଥିଲେ ୨୪୩ ସଦସ୍ୟବିଶିଷ୍ଟ ବିଧାନସଭାରେ ଗୋଟିଏ ଖେପରେ ୧୦୮ ଆସନ ହାସଲ ସମ୍ଭବ ହୋଇ ନ ଥାଆନ୍ତା। ୧୦ ମେ’ରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜ ଦଳର ସଙ୍କେତ ‘ହ୍ୱିସିଲ’ ମାରି ସେ ରାଜ୍ୟରେ ଭିନ୍ନ ଏକ ଶାସନ ଭେଟି ଦେବେ ବୋଲି କହିଛନ୍ତି।
ବିଜୟ ୨୨ ଜୁନ୍‌ ୧୯୭୪ରେ ତାମିଲନାଡୁର ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ। ପିତା ଏସ୍‌. ଏ. ଚନ୍ଦ୍ରଶେଖର ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ମାତା ଶୋଭା ପ୍ରଚ୍ଛଦପଟ ଗାୟିକା। ପିତା କ୍ୟାଥ୍‌ଲିକର ହୋଇଥିବା ବେଳେ ମାତା ହିନ୍ଦୁଧର୍ମାବଲମ୍ୱୀ। ବିଜୟଙ୍କ ଜଣେ ଭଉଣୀ ଥିଲେ ବିଦ୍ୟା। କିନ୍ତୁ ସେ ଦୁଇବର୍ଷର ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରାରମ୍ଭିକ ଅବସ୍ଥାରେ ବିଜୟ କୋଡାମ୍‌ବାକ୍ଲାମ୍‌ସ୍ଥିତ ଫାତିମା ସ୍କୁଲରେ ପଢ଼ିଥିଲେ ଓ ପରେ ଭିରୁଗାମ୍ୱାକାମ୍‌ର ବାଲାଲୋକ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ। ଲୟୋଲା କଲେଜରେ ଭିଜୁଆଲ୍‌ କମ୍ୟୁନିକେଶନରେ ସ୍ନାତକ କରୁଥିବା ବେଳେ ଅଧାରୁ ପଢ଼ାଛାଡ଼ି ଦେଇ ଅଭିନୟରେ ମନୋନିବେଶ କରିଥିଲେ। ୧୯୮୪ରେ ତାମିଲ ଫିଲ୍ମ ‘ଭେଟ୍ରି’ରେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ବିଜୟ ୧୯୯୨ରେ ୧୮ବର୍ଷ ବୟସରେ ‘ନାଲୟା ଥର୍ପୁ’ରେ ଲିଡ୍‌ ରୋଲରେ ଆସିଥିଲେ। ହେଲେ ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ବିଫଳ ହେଲା ଓ ତାଙ୍କ ଚେହେରା ପାଇଁ ସେ ସମାଲୋଚନାର ଶିକାର ହୋଇଥିଲେ। ପିତା ତାଙ୍କୁ ନାମକରା ନାୟକ ବିଜୟକାନ୍ତଙ୍କ ସହ ‘ସେନ୍ଥୋରାପନ୍ଦ’ ସିନେମାରେ କାମ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ସୌଭାଗ୍ୟକୁ ସେହି ଚଳଚ୍ଚିତ୍ର ହିଟ୍‌ ହେବା ସହ ବିଜୟଙ୍କ ଲୋକପ୍ରିୟତାକୁ ବଢ଼ାଇଦେଇଥିଲା। ତା’ ପରଠାରୁ ସେ ପଛକୁ ଚାହିଁନାହାନ୍ତି। ତାମିଲ କଳାକାରଙ୍କ ମଧ୍ୟରେ ଗୀତ ଗାଇବାରେ ବିଜୟ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ଅଧିକାର କରିଛନ୍ତି। ଏପରି କି ଇଲିଆରାଜା ଓ ଏ.ଆର୍‌. ରହେମନଙ୍କ ସଙ୍ଗୀତ ସଂଯୋଜନାରେ ବହୁ ଗୀତ ଗାଇବାର ରେକର୍ଡ କରିଛନ୍ତି।
ବିଜୟ ରାଜନୈତିକ ଓ ବୈଚାରିକ ପ୍ରତିଦ୍ୱନ୍ଦ୍ୱୀ
ଘୋଷଣା କରିବାକୁ ଯାଇ ମୂଳରୁ ସ୍ପଷ୍ଟ କରିଥିଲେ ଯେ, ସେ କେବଳ ୨୦୨୬ ବିଧାନସଭା ନିର୍ୱାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ୨୦୨୪ ଲୋକ ସଭା ନିର୍ୱାଚନ ଛାଡ଼ିବେ। ତେବେ ରାଜନୈତିକ ଶକ୍ତି ପ୍ରଦର୍ଶନ ଶୋଭାଯାତ୍ରା ବେଳେ ୨୦୨୫ କରୁର୍‌ ଦଳାଚକଟା ଘଟଣା ବିଜୟଙ୍କୁ ନିନ୍ଦିତ କରାଇଥିଲା। ହେଲେ ସେ ଡିଏମ୍‌କେକୁ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଏବଂ ଭାଜପାକୁ ବୈଚାରିକ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିଥିଲେ। ଶାସନ ଭାର ଗ୍ରହଣ କରିବା କ୍ଷଣି ମହିଳାଙ୍କ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ବାହିନୀ ଗଠନ, ପ୍ରତି ଜିଲାରେ ନିଶା ବିରୋଧୀ ୟୁନିଟ୍‌ ସ୍ଥାପନ, ଘରୋଇ ଉପଭୋକ୍ତାଙ୍କ ପାଇଁ ବିନାମୂଲ୍ୟରେ ୨୦୦ ୟୁନିଟ୍‌ ଯାଏ ବିଜୁଳି ଯୋଗାଣ ଘୋଷଣା କରିଥିଲେ। ୧୨ ମେ’ରେ ସେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ବସ୍‌ଷ୍ଟାଣ୍ଡ ନିକଟବର୍ତ୍ତୀ ୭୧୭ ମଦ ଦୋକାନ ଉଚ୍ଛେଦ କରି ନିଜ ପ୍ରାରମ୍ଭିକ ପ୍ରତିଶ୍ରୁତି ପାଳନ କରିଛନ୍ତି।
ବିଜୟଙ୍କ ବ୍ୟକ୍ତିଗତ ପାରିବାରିକ ଜୀବନ ଉତ୍ଥାନ ପତନ ଦେଇ ଗତି କରିଛି। ବିଜୟ ୨୫ ଅଗଷ୍ଟ ୧୯୯୯ରେ ସଙ୍ଗୀତା ସୋର୍ଣ୍ଣଲିଙ୍ଗମ୍‌ଙ୍କୁ ବିବାହ କରିଥିଲେ। ସଙ୍ଗୀତା ଜଣେ ଶ୍ରୀଲଙ୍କା ଜନ୍ମିତ ବ୍ରିଟିଶ ତାମିଲ ଏବଂ ଏକ ସମୃଦ୍ଧ ବ୍ୟବସାୟୀ ପରିବାରର ଝିଅ। ‘କାଲାମେଲ୍ଲାମ କାଥିରୁପ୍ପେନ’ (୧୯୯୭) ଚଳଚ୍ଚିତ୍ର ସେଟ୍‌ରେ ସଙ୍ଗୀତା ଜଣେ ପ୍ରଶଂସକ ଭାବେ ବିଜୟଙ୍କୁ ଭେଟିଥିଲେ। ପରବର୍ତ୍ତୀ ସମୟରେ ଉଭୟ ପରିବାର ମଧ୍ୟରେ ପରିଚୟ ହେବା ପରେ ଏହି ବିବାହ ସ୍ଥିର ହୋଇଥିଲା। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ପୁଅ ଜେସନ ସଞ୍ଜୟ ଏବଂ ଝିଅ ଦିବ୍ୟା ଶାଶା। ଜେସନ ଜଣେ ଭାବୀ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଯିଏ ‘ସିଗ୍ମା’ ସିନେମା ମାଧ୍ୟମରେ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ପୂର୍ୱରୁ ନିଜ ପିତାଙ୍କ ସହ ‘ଭେଟ୍ଟାଇକାରନ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଦିବ୍ୟା ମଧ୍ୟ ପିତାଙ୍କ ସହ ‘ଥେରୀ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ହେଲେ ଅଭିନେତ୍ରୀ ତ୍ରିଶା କୃଷ୍ଣନ୍‌ଙ୍କ ସହ ବିଜୟ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସଙ୍ଗୀତା ବିବାହ ବିଚ୍ଛେଦ ପାଇଁ ଆବେଦନ କରିବା ଚର୍ଚ୍ଚାର ବିଷୟ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?