Posted inଜାତୀୟ

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି। ଆସନ୍ତା ଜୁଲାଇ ୧ରୁ ୨୦୨୬-୨୭ ଶିକ୍ଷାବର୍ଷର ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ୩ଟି ଭାଷା ପଢ଼ିବା ବାଧ୍ୟତାମୂଳକ କରାଯାଇଛି, ଯେଉଁଥିରେ ଦୁଇଟି ଭାରତୀୟ ଭାଷା ରହିବା ଅନିବାର୍ଯ୍ୟ। ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଥିବାବେଳେ ବୋର୍ଡ ହଠାତ୍‌ ଏଭଳି ନିଷ୍ପତ୍ତି ନେବା ନେଇ ଶିକ୍ଷାବିତ୍‌ ଏବଂ ବିରୋଧୀ ଦଳଗୁଡ଼ିକ ପୁଣିଥରେ ସରକାରଙ୍କୁ ଘେରିଛନ୍ତି। ପୂର୍ୱରୁ ୩ ଭାଷା ଯୋଗୁ ଅଣହିନ୍ଦୀ ଭାଷୀ ରାଜ୍ୟ, ବିଶେଷକରି ଦକ୍ଷିଣ ଭାରତରେ ଏହାକୁ ନେଇ ପ୍ରବଳ ବିରୋଧ କରାଯାଇଥିଲା। ବିରୋଧୀ ଦଳଗୁଡ଼ିକ ଏହାକୁ କେନ୍ଦ୍ର ସରକାରଙ୍କ ‘ହିନ୍ଦୀ ଏବଂ ସଂସ୍କୃତ ଲଦିଦେବାର ଛଦ୍ମ ପ୍ରୟାସ’ ବୋଲି ଅଭିହିତ କରି ସମାଲୋଚନା କରିଆସୁଛନ୍ତି। ଆଞ୍ଚଳିକ ଭାଷା ଓ ଶିକ୍ଷାଗତ ସ୍ୱାଧୀନତା ଉପରେ କେନ୍ଦ୍ର ନିଜର ନିଷ୍ପତ୍ତି ଜବରଦସ୍ତି ଥୋପି ଦେଉଛି, ଯାହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ବିରୋଧୀ ଦଳଗୁଡ଼ିକ କହୁଛନ୍ତି। ଅପରପକ୍ଷରେ ବିଦ୍ୟାଳୟଗୁଡ଼ିକରେ ଭାରତୀୟ ଭାଷା ଶିକ୍ଷକଙ୍କ ଘୋର ଅଭାବ ଥିବା ସତ୍ତ୍ୱେ କୌଣସି ଆଗୁଆ ପ୍ରସ୍ତୁତି ନ କରି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନୀତି ହଠାତ୍‌ ଲାଗୁ କରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସିବିଏସ୍‌ଇ: ନବମ…
ତେବେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଆକ୍ରୋଶରୁ ବର୍ତ୍ତିବା ଲାଗି ସିବିଏସ୍‌ଇ ତୃତୀୟ ଭାଷା ପାଇଁ ଦଶମ ଶ୍ରେଣୀରେ କୌଣସି ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ଏବଂ ମୂଲ୍ୟାୟନ ସମ୍ପୂର୍ଣ୍ଣ ସ୍କୁଲ ସ୍ତରରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ନୂଆ ବହି ନ ଆସିବା ପର୍ଯ୍ୟନ୍ତ ନବମ ଶ୍ରେଣୀ ପିଲାଙ୍କୁ ଷଷ୍ଠ ଶ୍ରେଣୀ ବହିରୁ ପଢ଼ାଇବା ପାଇଁ ବୋର୍ଡ
ଯେଉଁ ନିଷ୍ପତ୍ତି ନେଇଛି, ତାହା ସରକାରଙ୍କ ଅଧାପନ୍ତରିଆ ପ୍ରସ୍ତୁତିକୁ ପଦାରେ ପକାଇଛି ବୋଲି ସମାଲୋଚକମାନେ କହୁଛନ୍ତି। ପୂର୍ୱରୁ ସିବିଏସ୍‌ଇ ପାଠ୍ୟକ୍ରମ ସମ୍ପର୍କିତ ରିପୋର୍ଟରେ କୁହାଯାଇଥିଲା ଷଷ୍ଠ ଶ୍ରେଣୀରୁ ତ୍ରିଭାଷୀ ସୂତ୍ର ଲାଗୁହେବ ଏବଂ ୨୦୩୦-୩୧ ସୁଦ୍ଧା ଏହା ଦଶମ ଶ୍ରେଣୀରେ ପହଞ୍ଚତ୍ୱ। କିନ୍ତୁ ମେ’ ୧୫ରେ ସିବିଏସ୍‌ଇ ଦ୍ୱାରା ପ୍ରକାଶିତ ନୂଆ ସର୍କୁଲାରରେ ଉକ୍ତ ମୌଳିକ ଢାଞ୍ଚାରେ ପରିବର୍ତ୍ତନ ହୋଇ ନ ଥିବାବେଳେ ନବମ ଓ ଦଶମ ଶ୍ରେଣୀ ପାଇଁ ସମୟସୀମା ଓ ନିୟମାବଳୀ ସ୍ଥିର କରାଯାଇଛି। ଏନ୍‌ଇପି ୨୦୨୦ ଏବଂ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଯୋଜନା-୨୦୨୩ ସହ ସାମଞ୍ଜସ୍ୟ ରଖି ଏହି ନୂଆ ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ନୂତନ ବ୍ୟବସ୍ଥା ଅନୁସାରେ, ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ୩ଟି ଭାଷା ପଢ଼ିବା ବାଧ୍ୟତାମୂଳକ। ଛାତ୍ରୀଛାତ୍ରମାନେ ତିନୋଟି ଭାଷା (ଆର୍‌୧, ଆର୍‌୨, ଆର୍‌୩) ପଢ଼ିବେ। ଏଥିମଧ୍ୟରୁ ଅତିକମ୍‌ରେ ଦୁଇଟି ଭାରତୀୟ ଭାଷା ହେବା ବାଧ୍ୟତାମୂଳକ। ଯଦି କୌଣସି ବିଦ୍ୟାର୍ଥୀ ୨ଟି ଭାରତୀୟ ଭାଷାକୁ ଚୟନ କରିଥିବେ, ତେବେ ସେ ତୃତୀୟ ବିକଳ୍ପ ଭାବେ ବିଦେଶୀ ଭାଷା ବାଛିପାରିବେ। ବିଦେଶୀ ଭାଷାକୁ ଏକ ଅତିରିକ୍ତ ଚତୁର୍ଥ ବିଷୟ ଭାବେ ନିଆଯାଇପାରିବ।
ଛାତ୍ରୀଛାତ୍ରଙ୍କ ଉପରୁ ମାନସିକ ଚାପ କମାଇବା ପାଇଁ ସିବିଏସ୍‌ଇ ଗୁରୁତ୍ୱପୂର୍ଣ୍ଣ ଆଶ୍ୱାସନା ଦେଇଛି। ତଦନୁଯାୟୀ ଦଶମ ଶ୍ରେଣୀରେ ତୃତୀୟ ଭାଷା ପାଇଁ ବୋର୍ଡ ପରୀକ୍ଷା ହେବ ନାହିଁ। ଏଥିପାଇଁ ସ୍କୁଲ ସ୍ତରରେ ଆଭ୍ୟନ୍ତରୀଣ ଭାବେ ପରୀକ୍ଷା କରାଯିବ। ଏହି ମାର୍କ ସିବିଏସ୍‌ଇ ପ୍ରମାଣପତ୍ରରେ ଦର୍ଶାଯିବ। ତୃତୀୟ ଭାଷା ପାଇଁ କୌଣସି ପିଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାରୁ ବଞ୍ଚତ୍ତ ହେବେ ନାହିଁ।
ନୂତନ ପାଠ୍ୟପୁସ୍ତକ ପ୍ରକାଶ ପାଇବା ପର୍ଯ୍ୟନ୍ତ ନବମ ଶ୍ରେଣୀର ଛାତ୍ରୀଛାତ୍ରମାନେ ତୃତୀୟ ଭାଷା (ଆର୍‌୩) ପାଇଁ ଷଷ୍ଠ ଶ୍ରେଣୀ ସ୍ତରର ପାଠ୍ୟପୁସ୍ତକ ବ୍ୟବହାର କରିବେ। ପାଠ୍ୟକ୍ରମର ଏହି ବ୍ୟବଧାନକୁ ଦୂର କରିବା ପାଇଁ ବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ବା ଆଞ୍ଚଳିକ ସାହିତ୍ୟ ଯେପରିକି କବିତା, କ୍ଷୁଦ୍ରଗଳ୍ପ ଏବଂ ପ୍ରବନ୍ଧ ଆଦିକୁ ପାଠ୍ୟକ୍ରମରେ ସାମିଲ କରିବେ। ଏ ସମ୍ପର୍କରେ ସିବିଏସ୍‌ଇ ଆସନ୍ତା ଜୁନ ୧୫ ସୁଦ୍ଧା ବିସ୍ତୃତ ଶିକ୍ଷାଦାନ ଗାଇଡ୍‌ଲାଇନ ଜାରି କରିବ ବୋଲି ଜଣାପଡ଼ିଛି। ସିବିଏସ୍‌ଇ ଏକ ତୁଳନାତ୍ମକ ସମୀକ୍ଷା କରି ଜଣାଇଛି ଯେ, ମଧ୍ୟମ ସ୍ତର (ମିଡିଲ୍‌ ଷ୍ଟେଜ୍‌) ଏବଂ ମାଧ୍ୟମିକ ସ୍ତର (ସେକେଣ୍ଡାରି ଷ୍ଟେଜ୍‌)ର ତୃତୀୟ ଭାଷା (ପଠନ ବୋଧଜ୍ଞାନ, ଲିଖନ ଶୈଳୀ ଏବଂ ବ୍ୟାକରଣଗତ ଜ୍ଞାନ) ମଧ୍ୟରେ ପ୍ରାୟ ୭୫ରୁ ୮୦ ପ୍ରତିଶତ ସାମଞ୍ଜସ୍ୟ ରହିଛି। ସେଥିପାଇଁ ନବମ ଶ୍ରେଣୀ ନିମନ୍ତେ ସ୍ୱତନ୍ତ୍ର ପାଠ୍ୟପୁସ୍ତକ ଉପଲବ୍ଧ ହେବା ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଚୟନ କରିଥିବା ଭାଷାର ଷଷ୍ଠ ଶ୍ରେଣୀ ବହି (୨୦୨୬-୨୭ ସଂସ୍କରଣ) ବ୍ୟବହାର କରିବେ। ବୋର୍ଡ ପକ୍ଷରୁ ଆହୁରି କୁହାଯାଇଛି ଯେ, ୧୯ଟି ସୂଚୀଭୁକ୍ତ ଭାଷାର ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଜୁଲାଇ ୧ ପୂର୍ୱରୁ ବିଦ୍ୟାଳୟଗୁଡ଼ିକୁ ଯୋଗାଇ ଦିଆଯିବ। ବାକି ରହିଯାଇଥିବା ସ୍ୱଦେଶୀ ଭାରତୀୟ ଭାଷାଗୁଡ଼ିକ ପାଇଁ ପୂର୍ୱରୁ ଉପଲବ୍ଧ ଏସ୍‌ସିିଇଆର୍‌ଟି ଏବଂ ରାଜ୍ୟ ସ୍ତରୀୟ ପାଠ୍ୟପୁସ୍ତକ ସମ୍ପଦର ବ୍ୟବହାର କରାଯାଇପାରିବ।
୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସିବିଏସ୍‌ଇ ଏକ ସମନ୍ୱୟ ରକ୍ଷାକାରୀ ଆଭିମୁଖ୍ୟ ଗ୍ରହଣ କରିଛି। ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଥିବାରୁ ଏହି ନୂତନ ବ୍ୟବସ୍ଥା ସହ ଧୀରେ ଧୀରେ ଖାପଖୁଆଇବା ପାଇଁ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କ ସୁବିଧା ଅନୁଯାୟୀ ସୁଯୋଗ ଦିଆଯାଇଛି। ଏହି ପରିବର୍ତ୍ତନ ପ୍ରକ୍ରିୟାରେ କୌଣସି ବିଦ୍ୟାର୍ଥୀ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ବୋର୍ଡ ବିଶେଷ ଗୁରୁତ୍ୱ ଦେଇଛି। କଠୋର ନିୟମ ଲାଗୁ କରିବା ଅପେକ୍ଷା ପିଲାଙ୍କ ଶିକ୍ଷଣ ପ୍ରକ୍ରିୟାକୁ ସହଜ କରିବା ଏହି ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ କରାଯାଇଛି।
ଅନ୍ୟପକ୍ଷରେ ଏହି ନୂତନ ନିୟମ ଲାଗୁ ହେବା ଦ୍ୱାରା ଶିକ୍ଷାଦାନ ଭିତ୍ତିଭୂମି ଓ ଭାଷା ଶିକ୍ଷକଙ୍କ ଅଭାବକୁ ନେଇ କେତେକ ସମସ୍ୟା ଦେଖାଦେଇପାରେ। ତେଣୁ ଶିକ୍ଷକ ଅଭାବର ସମ୍ମୁଖୀନ ହେଉଥିବା ସ୍କୁଲଗୁଡ଼ିକ ପାଇଁ ସିବିଏସ୍‌ଇ କେତେକ ବିକଳ୍ପ ଦେଇଛି। ତଦନୁଯାୟୀ, ବିଦ୍ୟାଳୟଗୁଡ଼ିକ ହାଇବ୍ରିଡ୍‌ ଶିକ୍ଷାଦାନ (ଅନ୍‌ଲାଇନ ଓ ଅଫ୍‌ଲାଇନ), ‘ସହୋଦୟ ସ୍କୁଲ କ୍ଲଷ୍ଟର’ ମାଧ୍ୟମରେ ପରସ୍ପର ମଧ୍ୟରେ ଟିଚିଂ ରିର୍ସୋସ୍‌ର ଆଦାନପ୍ରଦାନ, ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି କିମ୍ୱା ସମ୍ପୃକ୍ତ ଭାଷାରେ ଦକ୍ଷତା ଥିବା ଅନ୍ୟ ବିଷୟର ଶିକ୍ଷକମାନଙ୍କୁ ମଧ୍ୟ ଏହି ଦାୟିତ୍ୱ ଦେଇପାରିବେ। ସିବିଏସ୍‌ଇ ବିଜ୍ଞପ୍ତିରେ କୁହାଯାଇଛି ଯେ, ‘ଯେଉଁ ବିଦ୍ୟାଳୟଗୁଡ଼ିକରେ ଯୋଗ୍ୟ ସ୍ୱଦେଶୀ ଭାରତୀୟ ଭାଷା ଶିକ୍ଷକଙ୍କ ଅଭାବ ରହିଛି, ସେମାନେ ମଧ୍ୟବର୍ତ୍ତିକାଳୀନ ବ୍ୟବସ୍ଥା ସ୍ୱରୂପ ତୃତୀୟ ଭାଷା (ଆର୍‌୩) ପାଇଁ ନିଜ ସ୍କୁଲର ଅନ୍ୟ ବିଷୟର ଶିକ୍ଷକ, ଯାହାଙ୍କର ସେହି ଭାଷାରେ ଦକ୍ଷତା ଅଛି, ସେମାନଙ୍କୁ ନିୟୋଜିତ କରିପାରିବେ।’
ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ପାଇଁ ‘ଆର୍‌ପିଡବ୍ଳ୍ୟୁଡି ଆକ୍ଟ ୨୦୧୬’ ଅନୁଯାୟୀ ଦ୍ୱିତୀୟ କିମ୍ୱା ତୃତୀୟ ଭାଷାରୁ ରିହାତି ମିଳିବ। ସେହିପରି ବିଦେଶରୁ ଫେରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ମଧ୍ୟ ସ୍ଥିତି ଦେଖି ନିୟମ କୋହଳ କରାଯିବ। ଏହି ପଦକ୍ଷେପ ଭାରତୀୟ ଭାଷାଭିତ୍ତିକ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସିବିଏସ୍‌ଇ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?