Posted inଫୁରସତ

ମନୋରମ ପର୍ଯ୍ୟଟନସ୍ଥଳୀ ସୋଲନ୍‌

ହୀମାଚଳ ପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର ହେଉଛି ସୋଲନ୍‌। ପର୍ଯ୍ୟଟନ ଦୃଷ୍ଟି କୋଣରୁ ବି ଏହା ବେଶ୍‌ ସମୃଦ୍ଧ। କାରଣ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଆଧ୍ୟାତ୍ମିକ ପୀଠ ସମେତ ବହୁ ମନୋରମ
ଦର୍ଶନୀୟ ସ୍ଥାନ…

ସୋଲନ୍‌ ହେଉଛି ହୀମାଚଳ ପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। ଏଠାରେ ରହିଛି ଏକାଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ସବୁଜ ବନାନୀ ଘେରା ଉଚ୍ଚଉଚ୍ଚ ପାହାଡର ଅପୂର୍ବ ପ୍ରାକୃତିକ ଦୃଶ୍ୟ ତଥା ଆଧ୍ୟାତ୍ମିକ ପୀଠର ସୌନ୍ଦର୍ଯ୍ୟ ବେଶ୍‌ ମନଛୁଆଁ ହୋଇଥାଏ। କେବଳ ପର୍ଯ୍ୟଟନ ଦୃଷ୍ଟି କୋଣରୁ ନୁହେଁ ଏଠାକାର ସଂସ୍କୃତି ଓ କଳା ମଧ୍ୟ ବେଶ୍‌ ସମୃଦ୍ଧ ଆଉ ହୃଦୟସ୍ପର୍ଶୀ। ସେଥିପାଇଁ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଗହଳି ପରିଲକ୍ଷିତ ହୋଇଥାଏ।
କ’ଣ ଦେଖିବେ
ଏଠାରେ ପର୍ଯ୍ୟଟକ ମା’ ଶୋଲିନି ଦେବୀଙ୍କ ମନ୍ଦିର, ଜାଟୋଲି ମନ୍ଦିର, ବଡ଼ି କି ଧାର୍‌, ଚେଲ୍‌, କସୌଲି, ମୋହନ୍‌ ପାର୍କ, ସୋଲନ ବାଇପାସ୍‌, ସିଲି ଅଭୟାରଣ୍ୟ, ଅମରାବତୀ ହିଲ୍‌, ହିଷ୍ଟୋରିକାଲ୍‌ ଥୋଡ଼ୋ ଗ୍ରାଉଣ୍ଡ, କୁନିହାର୍‌ ଭାଲେ, ନଉନି ଦୁର୍ଗ ଇତ୍ୟାଦି ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇବେ। କେବଳ ସେତିକି ନୁହେଁ, ସୋଲନ୍‌ରେ ହେଉଥିବା ଶୋଲିନି ମହୋତ୍ସବ ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସୋଲନ୍‌ର ଏହିସବୁ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଯେତିକି ମନୋରମ ହୋଇଥାଏ ସେତିକି ଆଶ୍ଚର୍ଯ୍ୟକର ବି ଲାଗିଥାଏ।
ଅନ୍ୟାନ୍ୟ ଆକର୍ଷଣ
ପର୍ଯ୍ୟଟକ ଏଠାରେ କେବଳ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ ତାହା ନୁହେଁ, ଏଠାରେ ଟ୍ରେକିଂ, ମାଉଣ୍ଟେନିଂର ଭରପୂର ମଜା ମଧ୍ୟ ନେଇପାରିବେ।
ଅର୍ଥନୀତି
ଏହି ସହରର ଅର୍ଥନୀତି ମୁଖ୍ୟତଃ ଟମାଟୋ, ପ୍ଲମ୍‌, ଆପ୍ରିକଟ୍‌, କିଓ୍ବି ଏବଂ ସେଓ ଉତ୍ପାଦନ ଉପରେ ନିର୍ଭର କରିଥାଏ। ତା’ଛଡ଼ା ଏଠାରେ ଛତୁ ଚାଷ ବହୁତ ଭଲ ହୋଇଥାଏ ବୋଲି ବି ସୂଚନା ରହିଛି। ଚାଷବାସ ବ୍ୟତିତ ପର୍ଯ୍ୟଟନରୁ ବି ଏଠାକାର ବାସିନ୍ଦା ବେଶ୍‌ ଦୁଇ ପଇସା ଲାଭ କରିଥାନ୍ତି।
କଳା ଓ ସଂସ୍କୃତିରେ ସର୍ବୋତ୍ତମ
ଏଠାକାର କଳା ଓ ସଂସ୍କୃତି ବେଶ୍‌ ସମୃଦ୍ଧ। ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ନୃତ୍ୟ ଓ ଗୀତ ବେଶ୍‌ ମନଛୁଆଁ ହୋଇଥାଏ। ଅତିଥି ଚର୍ଚ୍ଚାରେ ବି ବେଶ୍‌ ମାହିର ଏଠାକାର ବାସିନ୍ଦା।

ଇକୋ-ଟୁରିଜିମ୍‌ରେ ବି ନାଁ ରହିଛି
ଇକୋ-ଟୁରିଜିମ୍‌ କ୍ଷେତ୍ରରେ ବି ସୋଲନ୍‌ର ରହିଛି ବେଶ୍‌ ନାଁ ଆଉ ଖ୍ୟାତି। ପାହାଡ, ପର୍ବତ ଘେରା ଏହି ଅଞ୍ଚଳର ଲୋକମାନେ ପରିଷ୍କାର, ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି ବୋଲି ବି ସୂଚନା ରହିଛି।
କେବେ ଓ କେମିତି ଯିବେ
ସୋଲନ୍‌ର ପାଣିପାଗ ବର୍ଷସାରା ବେଶ୍‌ ଅନୁକୂଳ ରହିଥାଏ। ଏଠାରେ ନା ବେଶୀ ଗରମ ହୁଏ ନା ବେଶୀ ଶୀତ। ସେଥିପାଇଁ ଏଠାକୁ ବର୍ଷସାରା ପର୍ଯ୍ୟଟକ ବୁଲି ଆସିଥାନ୍ତି। ହେଲେ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଖରାଦିନେ ଏଠାକୁ ବୁଲିଯିବା ସର୍ବୋତ୍ତମ ହୋଇଥାଏ। ସେହିପରି ଏଠାକୁ ଯିବା ସକାଶେ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ବସ୍‌, ଟ୍ରେନ୍‌ ହେଉ ଅବା ବିମାନ ଯୋଗେ ବି ଏଠାକୁ ଯାଇହେବ। ପର୍ଯ୍ୟଟକ ଚାହିଁଲେ ନିଜସ୍ବ ଗାଡିରେ ମଧ୍ୟ ଆରାମରେ ଯାଇ ଏଠାରେ ପହଁଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri