ପୋତାଯାଉଛି ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ମହାବନ୍ଧ

ନନ୍ଦାହାଣ୍ଡି,୧୯।୪,(ଡି.ଏନ୍‌.ଏ.): ୨୦୦୪ରେ ଆରମ୍ଭ ହୋଇଥିବା ନ୍ୟାସନାଲ ଫୁଡ୍‌ ଫର ୱାର୍କ ପ୍ରୋଗ୍ରାମ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କର୍ମ ନିଯୁକ୍ତି ପାଇଁ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକରେ ଅନେକ ମହାବନ୍ଧ ଖୋଳା ଯାଇଥିଲା। ସାଧାରଣ ଲୋକଙ୍କ ନିତ୍ୟ ବ୍ୟବହାର, ଅଭାବି ବର୍ଷା ସମୟରେ ଚାଷ ଉପଯୋଗୀ କରେଇବା ଏହି ମହାବନ୍ଧର ଉଦ୍ଦେଶ୍ୟ ଥିଲା। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ମହାବନ୍ଧରୁ କିଛି ଟା ଏବେ ବ୍ୟବହାର ଉପଯୋଗୀ ହୋଇ ପାରୁ ନ ଥିବା ଦେଖିବାକୁ ମିଳୁଛି। ଅଳ୍ପ କିଛି ଟଙ୍କା ବ୍ୟୟରେ ଏସବୁକୁ ପୁନଃରୁଦ୍ଧାର କରାଯାଇ ବ୍ୟବହାର ଉପଯୋଗୀ କରାଯାଇପାରେ। କିନ୍ତୁ ଏହାକୁ ପୋତିବାରେ ଟଙ୍କା ଖର୍ଚ୍ଚ କରାଯାଉଥିବା ନନ୍ଦାହାଣ୍ଡି ବ୍ଲକରେ ଦେଖିବାକୁ ମିଳିଛି।
ବ୍ଲକ ଅଫିସ ପଛପଟେ ଏକ ମହାବନ୍ଧ ଅବହେଳିତ ହୋଇ ପଡିଥିବାବେଳେ ଏହାର ପୁନଃରୁଦ୍ଧାର ପାଇଁ ପୂର୍ବରୁ ବିଭିନ୍ନ ସମୟରେ ବିଡିଓଙ୍କ ସହ ଆଲୋଚନା କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ତାହାର ପୁନଃରୁଦ୍ଧାର ପରିବର୍ତ୍ତେ ଟ୍ରାକ୍ଟରରେ ପୁରୁଣା ଘର ଭଗ୍ନାବଶେଷ ଏବଂ ମାଟି ନେଇ ତାହାକୁ ପୋତା ଯାଉଛି। ବ୍ଲକ କାର୍ଯ୍ୟାଳୟ ପରିସର ଭିତରେ ଥିବାବେଳେ ଏହା କୌଣସି ବିଭାଗୀୟ ଅଧିକାରୀ, କାର୍ଯ୍ୟରତ କର୍ମଚାରୀ କିମ୍ବା ଲୋକ ପ୍ରତିନିଧିଙ୍କ ନଜରକୁ କିଭଳି ଆସୁନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ବର୍ତମାନ ଅମୃତ ସରୋବର ଖୋଳିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଏହିଭଳି ଏକ ପୁରୁଣା ମହାବନ୍ଧର ପୁନଃରୁଦ୍ଧାର କରା ନଯିବା ପଛରେ କାରଣ କଣ ରହିଛି ଓ ଏହାକୁ ପୋତିବା ପାଇଁ କିଏ ଅନୁମତି ଦେଇଛି ତାହା ତଦନ୍ତ ସାପେ। ଏହି ଭଳି ଏକ ମହାବନ୍ଧକୁ ପୋତିବାର ଯୋଜନାକୁ ସାଧାରଣ ଲୋକେ ନାପସନ୍ଦ କରିବା ସହ ପ୍ରଶାସନର ଦୃଷ୍ଟିଗୋଚର କରି ଏହାର ପୁନଃରୁଦ୍ଧାର କରିବାକୁ ଦାବି ହୋଇଛି। ଏ ନେଇ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଏ ନେଇ ଅବଗତ ନ ଥିଲି। ମହାବନ୍ଧକୁ ନ ପୋତି ଏହାର ପୁନଃରୁଦ୍ଧାର କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଡାକକୋଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ପିଏମ୍ ଶ୍ରୀ ଉତ୍ସବ’ ପାଳିତ

ଥୁଆମୂଳ ରାମପୁର,୨୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଡାକକୋଟା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ‘ପିଏମ୍ ଶ୍ରୀ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri