ବିଡିଓଙ୍କୁ ନିଲମ୍ବନ ସହ ଗିରଫ ଦାବି

ଜଗତ୍‌ସିଂହପୁର ଅଫିସ, ୧୮ା୪: ଜଗତ୍‌ସିଂହପୁର ବିଡିଓ ସାଗର ନନ୍ଦଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ସଭାମୂଳ ଟିଟିଗଁାର ଦେବେନ୍ଦ୍ର ଦାସ (୪୨) ନାମକ ବ୍ୟକ୍ତିଙ୍କ ଜାତିକୁ ନେଇ ବିଡିଓ ନନ୍ଦ ଆକ୍ଷେପ କରିବା ସହ ତାଙ୍କ ଓକିଲ ଶକ୍ତିଧର ମିଶ୍ରଙ୍କୁ ଦୁର୍ବ୍ୟବହାର କରିଥିବା ସମ୍ପର୍କିତ ଅଭିଯୋଗ ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୋଗକାରୀ ଦାସ ଓ ତାଙ୍କ ଓକିଲ ମିଶ୍ର ମଙ୍ଗଳବାର ଖବରଦାତା ସମ୍ମିଳନୀରେ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। ଏସ୍‌ପି, ଜିଲାପାଳ ଓ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇ ନ୍ୟାୟ ଭିକ୍ଷା କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ଓ ପ୍ରଶାସନିକସ୍ତରରେ ସେମାନଙ୍କୁ ନ୍ୟାୟ ଦିଆଯାଇପାରିନାହିଁ। ବିଡିଓ ନନ୍ଦ ଉତ୍‌କ୍ଷିପ୍ତ ହୋଇ ସର୍ବସାଧାରଣଙ୍କ ସମ୍ମୁଖରେ ଓକିଲ ମିଶ୍ରଙ୍କୁ ଥାନାରେ ଚଡ଼ି ଖୋଲି ବାଡ଼େଇବା ଭଳି ଭାଷା ପ୍ରୟୋଗ କରିବା ସତ୍ତ୍ବେ ତାଙ୍କ ବିରୋଧରେ ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଯନ୍ତ୍ରଣାଦାୟକ ବୋଲି ଖବରଦାତା ସମ୍ମିଳନୀରେ କୁହାଯାଇଛି। ଆଉ ୩ ରୁ୪ ଦିନ ଭିତରେ ବିଡିଓ ନନ୍ଦଙ୍କୁ ଗିରଫ ସହ କାର୍ଯ୍ୟରୁ ନିଲମ୍ବନ କରା ନ ଗଲେ ବାଧ୍ୟ ହୋଇ ସେମାନେ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଓକିଲ ମିଶ୍ର ଓ ଆବେଦନକାରୀ ଦାସ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।
ଖବରଦାତା ସମ୍ମିଳନୀରେ ଅଭିଯୋଗକାରୀ ଦାସ କହିଛନ୍ତି, ୯ା୧ା୨୩ରେ ସୂଚନା ଅଧିକାର ଆଇନ ବଳରେ ଜଗତ୍‌ସିଂହପୁର ବ୍ଲକ ଜନ ସୂଚନା ଅଧିକାରୀଙ୍କ ନିକଟରେ ତାଙ୍କ ପଞ୍ଚାୟତରେ କରାଯାଇଥିବା ଅମୃତ ସରୋବର ଉପରେ କେତେକ ସୂଚନା ଦେବାକୁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ସୂଚନା ଦିଆଯାଇ ନ ଥିଲା। ଏହାସତ୍ତ୍ବେ ସୂଚନା ପାଇବା ପାଇଁ ସେ ବାରମ୍ବାର ଜନସୂଚନା ଅଧିକାରୀଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ। ପୂର୍ଣ୍ଣ ସୂଚନା ମିଳିବାରେ ବିଳମ୍ବ ହେବାରୁ ବାଧ୍ୟହୋଇ ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷ ତଥା ଜଗତ୍‌ସିଂହପୁର ବିଡିଓଙ୍କ ନିକଟରେ ଅପିଲ କରିଥିଲେ। ପ୍ରଥମ ଅପିଲେଟ୍‌ କର୍ତ୍ତୃପକ୍ଷ ତାଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୮୩୬/୨୮ା୩ା୨୩ରେ ୧୩ା୪ା୨୩ ସକାଳ ୧୧ଟାରେ ଶୁଣାଣି ପାଇଁ ନୋଟିସ କରିଥିଲେ। ଏହିଦିନ ସେ ଓ ତାଙ୍କ ଓକିଲ ମିଶ୍ର ବିଡିଓଙ୍କ କାର୍ଯ୍ୟାଳୟରେ ଧାର୍ଯ୍ୟ ସମୟ ପୂର୍ବରୁ ପହଞ୍ଚତ୍ ଥିଲେ। କିନ୍ତୁ ବିଡିଓ ତାଙ୍କ ପକ୍ଷ ଶୁଣିବାକୁ ସୁଯୋଗ ଦେଇ ନ ଥିଲେ। ପ୍ରଥମେ ୧୩ରେ ଅପିଲ ତାରିଖ ଅଛି ବୋଲି ଜାଣି ନ ଥିବା କହି ଫାଇଲ ଖୋଜିଥିଲେ। ଫାଇଲ ନ ପାଇବାରୁ କ’ଣ ଚିଠି କରାଯାଇଛି ବୋଲି ମାଗି ଏହାର ଏକ ନକଲ ରଖିଥିଲେ। ତା’ ପରେ ବିଡିଓ ୨୦ ମିନିଟ୍‌ ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରିବାକୁ କହିଥିଲେ। ଏହାକୁ ସମ୍ମାନ ଜଣାଇ ସେ ଓ ତାଙ୍କ ଓକିଲ ମିଶ୍ର ବିଡିଓଙ୍କ ଚାମ୍ବର ବାହାରେ ପାଖାପାଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଡକରା ନ ଆସିବାରୁ ବିଡିଓଙ୍କ ପିଅନ ଜରିଆରେ ଆଉ କେତେ ସମୟ ଅପେକ୍ଷା କରିବାକୁ ପଡିବ ବୋଲି ପଚାରିଥିଲେ। ବିଡିଓ କିଛି ସମୟ ପରେ ଡାକିବାରୁ ଉଭୟ ଭିତରକୁ ଯାଇଥିଲେ। ପାଖାପାଖି ୨୦ ମିନିଟ୍‌ ପର୍ଯ୍ୟନ୍ତ ବିଡିଓ ଅନ୍ୟମାନଙ୍କ ସହ କଥା ହୋଇ ସେମାନଙ୍କୁ ନିରାଶ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ କେତେକ ପଞ୍ଚାୟତର ସରପଞ୍ଚ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ସମୟରେ ଓକିଲ ମିଶ୍ର ଆଉ କେତେ ସମୟ ଅପେକ୍ଷା କରିବାକୁ ପଡିବ ବୋଲି ପଚାରିଥିଲେ। କିନ୍ତୁ ବିଡିଓ ନନ୍ଦ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ସେ ଜଣେ ଦଳିତ ହୋଇଥିବାରୁ ତାଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ। ଓକିଲ ମିଶ୍ରଙ୍କ ଭଳି ଥାର୍ଡ ଗ୍ରେଡ୍‌ ଲୋକଙ୍କ ସହ ମୁଁ କଥା ହେବାକୁ ଚାହେଁ ନାହିଁ କହି ଥାନାରେ ଚଡି ଖୋଲି ବାଡେଇବେ ବୋଲି ଚେତାବନୀ ଦେଇଥିଲେ। ଏତିକିରେ ବିଡିଓଙ୍କ କ୍ରୋଧ ସମ୍ବରଣ ହୋଇ ନ ଥିଲା। ଓକିଲ ମିଶ୍ରଙ୍କ ମୁହଁକୁ ଓକିଲାତିନାମା ଫୋପାଡିଥିଲେ। ବିଡିଓଙ୍କ ଏତାଦୃଶ ଆଚରଣ ସେମାନଙ୍କୁ ଗଭୀର ଆଘାତ ଦେଇଥିବା ଉଭୟ ଦାସ ଓ ଓକିଲ ମିଶ୍ର କହିଛନ୍ତି। ଜଣେ ବିଡିଓ ଏଭଳି ବ୍ୟବହାର କରିବେ ବୋଲି ସେମାନେ ଭାବି ନ ଥିଲେ। ତେଣୁ ଆରମ୍ଭରୁ ରେକର୍ଡିଂ କରିପାରି ନ ଥିଲେ। ତଥାପି କିଛି ଅଡିଓ ରେକର୍ଡିଂ ସମ୍ଭବ ହୋଇପାରିଥିଲା। ବିଡିଓଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଗଲେ ସ୍ପଷ୍ଟ ଚିତ୍ର ଜଣାପଡିଯିବ। ଏବେ ବିଡିଓ ଏହି ସିସିଟିଭି ଫୁଟେଜ୍‌କୁ ନଷ୍ଟ କରିବାକୁ ଚେଷ୍ଟା କରିବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ତୁରନ୍ତ ତାହା ଜବତ କରାଯାଉ ବୋଲି ଦାସ ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ଏହା ଉପରେ ବିଡିଓ ନନ୍ଦଙ୍କୁ ପଚାରିବାରୁ ସିସିଟିଭି କାମ କରୁନି। ଓକିଲଙ୍କ ବ୍ୟବହାରକୁ ନେଇ ସେ ଅସନ୍ତୋଷବ୍ୟକ୍ତ କରିଥିଲେ। ବାରମ୍ବାର ଚାମ୍ବରରୁ ବାହାରି ଯିବାକୁ କହିଥିଲେ। ଯଦି କେହି ଥାନାରେ ଅଭଦ୍ରୋଚିତ ବ୍ୟବହାର କରେ ତେବେ ସେଠାରେ ମଧ୍ୟ ଚଡି ଖୋଲି ବାଡ଼ାଯାଇପାରିବ ବୋଲି କହିଥିଲେ। ତେଣୁ ତାଙ୍କ ନଁାରେ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri