ଛାତ୍ରଙ୍କ ସହ ଯୌନ ସମ୍ପର୍କ: ୬ ଶିକ୍ଷୟିତ୍ରୀ ଗିରଫ

କାଲିଫର୍ନିଆ, ୧୭ା୪: ଆମେରିକାରେ ନିଜ ଛାତ୍ରମାନଙ୍କ ସହ ଯୌନ ସମ୍ବନ୍ଧ ରଖିବା ଅଭିଯୋଗରେ ଦୁଇ ଦିନ ଭିତରେ ୬ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି। ସଦ୍ୟତମ ଘଟଣା କାଲିଫର୍ନିଆର ଡେନଭିଲେରେ ଘଟିଛି। ଶିକ୍ଷୟତ୍ରୀ ଏଲେନ ସେଲ(୩୮) ଦୁଇଜଣ ନାବାଳକଙ୍କ ସହ ତିନି ଥର ଲେଖାଏ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି। ଶୁକ୍ରବାର ତାଙ୍କୁ ଗାରାଡ ଡିଷ୍ଟ୍ରିକ୍ଟ କୋର୍ଟରେ ହାଜର କରାଯାଇଥିଲା ା ସେ ଉଡଲନ ଏଲିମେଣ୍ଟାରୀ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କୁ ଛୁଟିରେ ପଠାଯାଇଛି। ପୂର୍ବରୁ ୩୨ ବର୍ଷୀୟା ଶିକ୍ଷୟିତ୍ରୀ ହିଦର ହେୟାର ଯୌନ ଶୋଷଣ ମାମଲାରେ ଗିରଫ ହୋଇଥିଲେ। ଓକଲାହୋମାର ୨୬ ବର୍ଷୀୟା ଏମଲି ହାନକକଙ୍କୁ ପୋଲିସ ସମାନ ଅଭିଯୋଗରେ ଗିରଫ କରିଥିଲାା ସେ ଓ୍ବେଲଷ୍ଟନ ପବ୍ଲିକ ସ୍କୁଲର ଏକ କୋଠରିରେ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିବାବେଳେ ଧରାପଡିଥିଲେ। ସେ ସ୍ନାପଚାଟରେ ପିଲାଙ୍କ ସହ ଯୋଗାଯୋଗ କରି ଜାଲରେ ଫଶାଉଥିବା ତଦନ୍ତରୁ ଜଣା ପଡିଥିଲା ା ଜଣେ ୧୫ ବର୍ଷୀୟ ଛାତ୍ରଙ୍କ ସହ ଅବୈଧ ସମ୍ପର୍କ ରଖିବା ଅପରାଧରେ ନିଲକଲନ କାଉଣ୍ଟିର ଶିକ୍ଷୟିତ୍ରୀ ଇମା ଡେଲାନି ହାନକକ୍‌ ଗିରଫ ହୋଇଛନ୍ତି। ସେହିପରି ଡେସମୟନ୍ସ ଲୋଓ୍ବାସ୍ଥିତ କ୍ୟାଥୋଲିକ ହାଇସ୍କୁଲର ୩୬ ବର୍ଷୀୟା ଇଂଲିଶ ଶିକ୍ଷୟିତ୍ରୀ କ୍ରିଷ୍ଟନ ଗାଣ୍ଟ ଛାତ୍ରଙ୍କ ସହ ୫ ଥର ଶାରୀରିକ ସମ୍ବନ୍ଧ ରଖିଥିବା ଅଭିଯୋଗ ହୋଇଥିଲାା ଅନ୍ୟ ଏକ ଘଟଣାରେ ଜେମ୍ସ ମାଡିସନ ସ୍କୁଲର ୩୩ ବର୍ଷୀୟ ଶିକ୍ଷୟିତ୍ରୀ ଆଲି ଖେରାଡମଣ୍ଡ ଅନେକ ମାସ ଧରି ଜଣେ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଜଣେ ୧୭ ବର୍ଷୀୟ ବାଳକ ସହ ଅବୈଧ ସମ୍ପର୍କ ରଖିବା ଅଭିଯୋଗରେ ପେନ୍‌ସିଲଭାନିଆରେ ଜାଭେଲିନ ପ୍ରଶିକ୍ଷିକାଙ୍କୁ ପୋଲିସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

ଟ୍ରମ୍ପଙ୍କୁ ନେଇ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ,୮।୧୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ହାଇଦ୍ରାବାଦର ଏକ ରାସ୍ତାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ଗୌତମ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର କଥା କହିଦେଲେ ରବି ଶାସ୍ତ୍ରୀ: ପରାଜୟ ପାଇଁ କେବଳ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଆଜିକାଲି ସମାଲୋଚନାର ଶିକାର ହେଉଛନ୍ତି। ଗତବର୍ଷ ଜୁଲାଇରେ କୋଚ ହେବା ପରେ ସେ ଦଳକୁ ଚାମ୍ପିଅନ୍ସ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri