ଯାଜପୁରରେ ଗାଡ଼ି, ଗଜପତିରୁ ଆସିଲା ଚାଲାଣ

ବ୍ରହ୍ମବରଦା,୧୫୪(ଡି.ଏନ.ଏ.):  ରାଜ୍ୟରେ ଦିନକୁଦିନ ବଢ଼ିଚାଲିଛି ଚୋରି ଓ ରାହାଜାନି। ଦୁଇଚକିଆ ଯାନର ଅହେତୁକ ବୃଦ୍ଧି ଯୋଗୁ କିଛିଲୋକ ନିଶା କାରବାର ଓ ଅସାମାଜିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଅନ୍ୟ ଗାଡ଼ିର ନମ୍ବର ପ୍ଲେଟ୍‌ ଏବଂ ଚୋରାଗାଡ଼ି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ସଦର ଥାନା ଅର୍ନ୍ତଗତ କବିରପୁରଠାରେ। କବିବରପୁରର ଜଣେ ଗାଡ଼ି ମାଲିକ ଜୟୀରମ ପାତ୍ର ଏକ ବର୍ଷ ହେବ ବାହାର ରାଜ୍ୟରେ ରହି କାମ କରୁଛନ୍ତି। ତାଙ୍କ ବାଇକ୍‌ ନଂ.(ଓଡି-୦୫-ଏ-୯୧୩୭) ଘରେ ଥୁଆ ହୋଇଛି। ଗାଡ଼ିର ଇନ୍‌ସ୍ୟୁରାନ୍ସ ମଧ୍ୟ ରହିଛି। ହେଲେ ତାଙ୍କ ବାଇକ୍‌ ନମ୍ବରରେ ଚାଲାଣ କଟିଛି। ଗଜପତି ଜିଲା ଆର୍‌ଟିଓ ସାନ୍ତନୁ କୁମାର ପରିଡ଼ାଙ୍କ ଦ୍ୱାରା ୦୧ା୦୪ା୨୦୨୩ (ଶନିବାର)ରେ ୮୦୦୦ ଟଙ୍କାର ଚାଲାଣ କଟାଯାଇଛି। ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଉଥିବା ହେତୁ ୫୦୦୦ ଟଙ୍କା, ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିବାରୁ ୨୦୦୦ ଟଙ୍କା ଏବଂ ବିନା ହେଲ୍‌ମେଟ୍‌ରେ ଗାଡ଼ିଚାଳନା ହେତୁ ୧୦୦୦ଟଙ୍କା ଚାଲାଣ କଟିଛି। ହେଲେ ଏହା କିପରି ଘଟିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାଜ୍ୟରେ ଗୋଟିଏ ନମ୍ବରରେ ଏକାଧିକ ଗାଡ଼ି ଚଳାଚଳ କରୁଛି। ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଜୟୀରାମଙ୍କ ଭଳି ବ୍ୟକ୍ତି ଅଯଥାରେ ଦଣ୍ଡ ଭୋଗୁଛନ୍ତି। ସରକାରଙ୍କ ତରଫରୁ ଏହାର ତଦନ୍ତ କରିବାକୁ ଜୟୀରାମ ଦାବି କରିଛନ୍ତି। ଏ ସମ୍ପର୍କରେ ଗଜପତି ଆର୍‌ଟିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri