କଲଭର୍ଟରେ ଆଶ୍ରିତ ବୃଦ୍ଧ ଦମ୍ପତି ଗଲେ ବୃଦ୍ଧାଶ୍ରମ

ଲୋଇସିଂହା,୧୩।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତର ଏକ ବୃଦ୍ଧ ଦମ୍ପତି ଗତ ଦୁଇସପ୍ତାହ ହେଲା ପିଡବ୍ଲ୍ୟୁଡି ରାସ୍ତାର କଲଭର୍ଟରେ ଆଶ୍ରୟ ନେଇଥିଲେ। ସେମାନେ ହେଲେ ବିରକେଲ ଗ୍ରାମର ହଜାରୁ କାଲସାଏ(୭୦) ଓ ତାଙ୍କ ସ୍ତ୍ରୀ ଝିରିଲି ସାହୁ(୬୫)। ମଙ୍ଗଳବାର ପ୍ରଶାସନିକ ଅବହେଳାକୁ ଦାୟୀ କରି ସାମାଜିକ ଗଣମାଧ୍ୟମରେ ଏହିଦୃଶ୍ୟ ଭାଇରାଲ ହୋଇଥିଲା। ଏହାକୁ ଗଁାର ଜଣେ ବ୍ୟକ୍ତି ଏହିି ଫଟୋଚିତ୍ରକୁ ଜିଲା ପ୍ରଶାସନକୁ ଟ୍ୟାଗ୍‌ କରି ଟୁଇଟ କରିଥିଲେ। ଏହାପରେ ଉପଜିଲାପାଳ କୁମାରନାଗ ଭୂଷଣଙ୍କ ନିର୍ଦ୍ଦେଶରେ ବୁଧବାର ଲୋଇସିଂହା ଅତିରିକ୍ତ ତହସିଲଦାର ସମ୍ପୂର୍ଣ୍ଣାନନ୍ଦ ବେଜ ବିରକେଲକୁ ଯାଇ ସମ୍ପୃକ୍ତ ବୃଦ୍ଧା ଦମ୍ପତିଙ୍କୁ ଭେଟିଥିଲେ। ସେମାନଙ୍କ ସହ ଆଲୋଚନା ପରେ ଥଇଥାନ ପାଇଁ ଦେଓଗାଁ ବ୍ଲକ ସାଲେପାଲିସ୍ଥିତ ବୃଦ୍ଧାଶ୍ରମ ନିଆଯାଇଛି ା
ବିରକେଲ ଗ୍ରାମର ବୃଦ୍ଧ କାଲସାଏ ଦମ୍ପତି ା ତାଙ୍କର ଦୁଇ ଝିଅ ବାହା ହୋଇ ସାରିଛନ୍ତି। ଭୂମିହୀନ ଏହି ଦମ୍ପତି ମୂଲଲାଗି ପରିବାର ପରିପୋଷଣ କରନ୍ତି। ପୁଅ ନଥିବାରୁ ଜଣେ ଝିଅଜ୍ୱାଇଁଙ୍କୁ ପାଖରେ ରଖିଛନ୍ତି। ଅଭାବୀ ପରିବାର ହୋଇଥିବାରୁ ପରିଣତ ବୟସରେ ମଧ୍ୟ ଏହି ବୃଦ୍ଧ ଦମ୍ପତିଙ୍କୁ ମୂଲ ଲାଗିବାକୁ ପଡୁଛି ା ହେଲେ ମାସକ ତଳେ କୌଣସି କାରଣକୁ ନେଇ ପରିବାରରେ ବିବାଦ ସୃଷ୍ଟି ହୋଇଥିଲା। ଅତିଷ୍ଠ ହୋଇ ବୃଦ୍ଧ ଦମ୍ପତି ଘର ଛାଡି ଗାଁଠାରୁ ୧ କିମି ଦୂରରେ ଏକ ଝୁମ୍ପୁଡି ଘରେ ଆଶ୍ରୟ ନେଇଥିଲେ। ଦୁଇ ସପ୍ତାହତଳେ ଝଡବର୍ଷାରେ ସେହି ଝୁମ୍ପୁଡିଘର ଭାଙ୍ଗି ଯାଇଥିଲା। ଅନ୍ୟନୋପାୟ ହୋଇ ଏହି ବୃଦ୍ଧ ଦମ୍ପତି ତଲିଉଡାର-ସରଗାଡ ପିଡବ୍ଲ୍ୟୁଡି ରାସ୍ତାର ବିରକେଲ ଗାଁ ନିଟସ୍ଥ ତିହାଡି ଘର କ୍ଷେତସୀମାରେ ଥଇବା କଲଭର୍ଟରେ ଆଶ୍ରୟ ନେଇଥିଲେ। ସେଠାରେ ରନ୍ଧାବଢା କରି ରହିଆସୁଥିଲେ। କଲଭର୍ଟର ଉଭୟପଟରେ ବାଉଁଶ ଚାଞ୍ଚିରି ଦେଇଥିଲେ। ମଙ୍ଗଳବାର ଗ୍ରାମର ସାମଜିକ କର୍ମୀ ସାଇଦେବ ପଟେଲଙ୍କ ନଜରକୁ ଆସିବା ପରେ ସେ ସାମଜିକ ଗଣମାଧ୍ୟମରେ ଏଇ ଦୟନୀୟ ସ୍ଥିତିର ସେୟାର କରିଥିଲେ। ଏହି ପୋଷ୍ଟକୁ ନେଇ ଅମରଜିଦ ପଟେଲ ନାମକ ଜଣେ ଯୁବକ ରାଜ୍ୟ ସରକାରଙ୍କ ୫ଟି ସଚିବ, ଜିଲାପାଳ, ସ୍ଥାନୀୟ ବିଧାୟକଙ୍କୁ ବୁଧବାର ଟୁଇଟ କରିଥିଲେ ା ଉକ୍ତ ପୋଷ୍ଟ ଜିଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିଲା। ଏ ସମ୍ପର୍କରେ ବିଡିଓ ଆକାଶ ରଞ୍ଜନ ସାହୁ କହିଛନ୍ତି, ବୃଦ୍ଧ ଦମ୍ପତି, ବାର୍ଦ୍ଧକ୍ୟ ଭତ୍ତା,ଖାଦ୍ୟ ସୁରକ୍ଷା ଯୋଜାନରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ହଜାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିଛି। ପାରିବାରିକ କଳହରୁ ସେମାନେ କଲଭର୍ଟରେ ଆଶ୍ରୟ ନେଇଥିଲେ ବୋଲି ସେ କହିଛନ୍ତି। ଅତିରିକ୍ତ ତହସିଲଦାର ବେଜଙ୍କୁ ପଚାରିବାରୁ ବୃଦ୍ଧ ଦମ୍ପତି ଏବଂ ଝିଅଜ୍ୱାଇଁ ପୃଥକ ଘର ପାଇଛନ୍ତି। ତଦନ୍ତ ବେଳେ ଝିଅଜ୍ୱାଇଁ ନିଜ ଘରେ ରହୁଥିବାବେଳେ ବୃଦ୍ଧ ଦମ୍ପତିଙ୍କ ଘରେ ତାଲା ପଡିଥିଲା ା ହେଲେ ବୃଦ୍ଧ ଦମ୍ପତି ଘର ଚାବି ରଖି ନ ଥିବା କହିଥିବା ତଦନ୍ତ ଅଧିକାରୀଙ୍କୁ କହିଥିଲେ। କେଉଁ ପରିସ୍ଥିତିରେ ବୃଦ୍ଧ ଦମ୍ପତିଙ୍କ ଘରୁ ଚାଲିଗଲେ ଏବଂ ଘରେ ତାଲା ପଡିବାର କାରଣ କ’ଣ ତାହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri