ଜିଲାରେ ହେବ ପଛୁଆବର୍ଗଙ୍କ ସାମାଜିକ, ଶିକ୍ଷାଗତ ସର୍ଭେ

ମାଲକାନଗିରି,୫ା୪(ଡି.ଏନ୍‌.ଏ.): ପଛୁଆ ବର୍ଗ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ନିମନ୍ତେ ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନୁମେରେଟର ଏବଂ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲାପାଳ ବିଶାଲ ସିଂଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ମହେଶ୍ୱର ଚନ୍ଦ୍ର ନାୟକ ଓ ଅତିରିକ୍ତ ଜିଲାପାଳ (ସାଧାରଣ) ତ୍ରିନାଥ ମାଝି ଉପସ୍ଥିତ ଥିଲେ। ଶିବିରରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଦଳମଣି ପଟେଲ ଯୋଗ ଦେଇଥିଲେ। ଜିଲାରେ ୫୮୦ଟି ସର୍ଭେ କେନ୍ଦ୍ର କରାଯାଇଛି। ଏଥିଲାଗି ୫୮୦ ଏନୁମେରେଟର ନିଯୁକ୍ତି ପାଇଛନ୍ତି। ସେହିପରି ତଦାରଖ କରିବା ପାଇଁ ୫୯ଜଣ ସୁପରଭାଇଜର ନିଯୁକ୍ତି ହୋଇଛନ୍ତି। ପ୍ରଶିକ୍ଷଣ ପରେ ଜିଲାରେ ମେ ୧ ତାରିଖଠାରୁ ୨୭ ତାରିଖ ପର୍ଯ୍ୟନ୍ତ ସାମାଜିକ ପଛୁଆ ବର୍ଗ ଲୋକଙ୍କ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ସେହିପରି ବ୍ଲକସ୍ତରରେ ଅର୍ଥାତ୍‌ ଜିଲାର ୭ ବ୍ଲକରେ ଏପ୍ରିଲ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଅନୁଷ୍ଠିତ ହେବା। ଚିତ୍ରକୋଣ୍ଡାରେ ୮୮ ଜଣ ଏନୁମେରେଟର ଓ ୭ ଜଣ ସୁପରଭାଇଜର, ଖଇରପୁଟରେ ୫୫ ଏନୁମେରେଟର ଓ ୬ଜଣ ସୁପରଭାଇଜର, କୋରୁକୋଣ୍ଡାରେ ୬୦ ଏନୁମେରେଟର ଓ ୬ ସୁପରଭାଇଜର, ମାଲକାନଗିରିରେ ୯୫ ଏନୁମେରେଟର ଓ ୧୧ ସୁପରଭାଇଜର, ମାଥିଲିରେ ୧୦୦ ଜଣ ଏନୁମେରେଟର, ୧୦ ସୁପରଭାଇଜର, ପଡିଆରେ ୪୦ ଜଣ ଏନୁମେରେଟର ଓ ୪ ସୁପରଭାଇଜର, କାଲିମେଳାରେ ୧୧୫ ଏନୁମେରେଟର ୧୧ ଜଣ ସୁପରଭାଇଜର, ବାଲିମେଳା ଏନ୍‌ଏସିରେ ୧୦ ଜଣ ଏନୁମେରେଟର ଓ ୭ ସୁପରଭାଇଜର, ମାଲକାନଗିରି ପୌରାଞ୍ଚଳରେ ୧୭ ଜଣ ଏନୁମେରେଟର ଓ ୨ ଜଣ ସୁପରଭାଇଜର ନିଯୁକ୍ତି ପାଇଛନ୍ତି। ପଛୁଆ ବର୍ଗର ସମସ୍ତ ଜନସାଧାରଣ ସ୍ବେଚ୍ଛାକୃତ ଭାବେ ଯାଇ ସର୍ଭେ କେନ୍ଦ୍ରରେ ନିଜର ତଥ୍ୟ ପ୍ରଦାନ କରି ପଞ୍ଜୀକରଣ କରିପାରିବେ। ସଚେତନତା ସୃଷ୍ଟି ନିମନ୍ତେ ଜିଲାରେ ପ୍ରଚାର ପ୍ରସାର କରାଯିବ। ସର୍ଭେ ପରେ ଜୁନ୍‌ ୨୭ରେ ଡ୍ରାଫ୍ଟ ପ୍ରକାଶ କରାଯିବ। ଜୁନ୍‌ ୨୮ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ଅଭିଯୋଗ ଦାଖଲ କରିପାରିବେ। ସମ୍ପୂର୍ଣ ପ୍ରସ୍ତୁତ ଡ୍ରାଫ୍ଟକୁ ଜୁଲାଇ ୧୨ ତାରିଖରେ ପ୍ରକାଶ କରାଯିବ। ଏହି ପ୍ରଶିକ୍ଷଣ ନିମନ୍ତେ ଜିଲାରୁ ଅତିରିକ୍ତ ଜିଲାପାଳ ସାଧାରଣ, ଡେପୁଟି କଲେକ୍ଟର ପ୍ରମୋଦ କୁମାର ବେହେରା, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ଏପିଡି ହିମାଂଶୁ ମହାରଣା ଜିଲାସ୍ତରୀୟ ମା୍‌ଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ନେଇଛନ୍ତି। ଏହି ସ୍ବତନ୍ତ୍ର ସର୍ଭେ ନିମନ୍ତେ ଜିଲାପାଳ ଅଧ୍ୟକ୍ଷ, ଅତିରିକ୍ତ ଜିଲାପାଳ ଜିଲା ନୋଡାଲ ଅଧିକାରୀ, ଡେପୁଟି କଲେକ୍ଟର ଡେପୁଟି ଜିଲା ନୋଡାଲ ଅଧିକାରୀ, ସମସ୍ତ ବିଡିଓ ବ୍ଲକ ନୋଡାଲ ଅଧିକାରୀ, ନିର୍ବାହୀ ଅଧିକାରୀ ପୌରାଞ୍ଚଳ ନୋଡାଲ ଅଧିକାରୀ ଅଛନ୍ତି। ଶିବିରରେ ସମସ୍ତ ସିଡିପିଓ, ବିଡିଓ, ତହସିଲଦାର, ବିଇଓ ଓ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲୋ


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri