୫୩ ଦେଶରେ ୧୦୨ ଚାଇନା ପୋଲିସ ଷ୍ଟେଶନ: କରାଯାଉଛି ଗୁପ୍ତଚରୀ…

ବେଜିଂ,୨୧।୩ : ବିଶ୍ୱବ୍ୟାପୀ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚାଇନା ଏକ ନୂତନ ରଣନୀତି ଆପଣେଇଛି। ସେପ୍ଟେମ୍ବର ୨୦୨୨ ରେ, ସ୍ପେନର ନାଗରିକ ଅଧିକାର ଗୋଷ୍ଠୀର ଏକ ରିପୋର୍ଟରୁ ଜଣାପଡିଛି ଯେ ଚାଇନ ବିଭିନ୍ନ ଦେଶରେ ଚାଇନିଜ ଓଭରସିଜ ପୋଲିସ ଷ୍ଟେଶନ (ସିଓପିଏସ) ପ୍ରତିଷ୍ଠା କରିଛି। ଏକ ଗୁପ୍ତ ରିପୋର୍ଟରୁ ଜଣାପଡିଛି ଯେ ଏପର୍ଯ୍ୟନ୍ତ ଚାଇନା ୫୩ ଟି ଦେଶରେ ୧୦୨ଟି ପୋଲିସ ଷ୍ଟେଶନ ଖୋଲିଛି।

ଏକ ରିପୋର୍ଟ ଅନୁଯାୟୀ, ୨୦୧୬ ରେ ଚାଇନ ଭିତ୍ତିକ ଜନ ସୁରକ୍ଷା ବ୍ୟୁରୋ (ପିଏସବି) ଦ୍ୱାରା ସିଓପିଏସର ନେଟୱାର୍କ ପ୍ରତିଷ୍ଠା କରାଯାଇଛି। ବିଭିନ୍ନ ଦେଶରେ ଅବସ୍ଥିତ ଏହି ପୋଲିସ ଷ୍ଟେସନର କାର୍ଯ୍ୟ ହେଉଛି ଚାଇନା ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଲୋକଙ୍କ ଉପରେ ନଜର ରଖିବା। ଏହା ବ୍ୟତୀତ ଚାଇନାରୁ ଅନ୍ୟ ଦେଶକୁ ପଳାୟନ କରିଥିବା ନାଗରିକମାନଙ୍କୁ ଦେଶକୁ ପଠାଇବା ଲାଗି ଚାପ ପ୍ରୟୋଗ ଏସବୁ ଷ୍ଟେଶନ ଦ୍ୱାରା କରାଯାଇଥାଏ। ରାଜନୈତିକ ବିରୋଧୀଙ୍କୁ ଦୁର୍ବଳ କରିବା ଏବଂ ତିବ୍ବତୀୟ, ଉଇଗୁରୁ ସମସ୍ୟା ତଥା ଚାଇନା ବିରୋଧୀ ସ୍ବର ଭଳି କାର୍ଯ୍ୟ ଉପରେ ଏହା ମାଧ୍ୟମରେ ନଜର ରଖା ଯାଇଥାଏ। ରିପୋର୍ଟ ଅନୁଯାୟୀ, ସିଓପିଏସ ଚାଇନାର ପୂର୍ବତନ ପୋଲିସ ଅଧିକାରୀ ଏବଂ ପୁରୁଣା ଦୂତାବାସର ଅଧିକାରୀଙ୍କୁ ନେଇ ଗଠିତ। ସେମାନେ ଚାଇନାର ଦୂତାବାସଠାରୁ ଅଲଗା କାମ କରନ୍ତି। ସେମାନଙ୍କର କୌଣସି କାର୍ଯ୍ୟାଳୟ ନାହିଁ। ରିପୋର୍ଟ ଅନୁଯାୟୀ, ସେମାନେ ସ୍ଥାନୀୟ ଦୋକାନ, ରେଷ୍ଟୁରାଣ୍ଟ, ମଲ କିମ୍ବା ଆପାର୍ଟମେଣ୍ଟ ସହିତ ଅନୌପଚାରିକ ସ୍ଥାନ ମାଧ୍ୟମରେ କାର୍ଯ୍ୟ କରନ୍ତି। ଚାଇନା ଏହାକୁ ସେବା ଷ୍ଟେଶନ ଏବଂ ସମ୍ପର୍କ ପୋଷ୍ଟ ନାମରେ ନାମିତ କରିଛି। ଏସବୁ ବିଦେଶରେ ଚାଇନାର ସମ୍ପ୍ରଦାୟର ଜଣେ ନେତାଙ୍କ ଦ୍ୱାରା ପରିଚାଳିତ, ଯେଉଁମାନେ ଚାଇନା କମ୍ୟୁନିଷ୍ଟ ପାର୍ଟି ପ୍ରତି ବିଶ୍ୱସ୍ତ ଅଟନ୍ତି।

ଖବର ଅନୁଯାୟୀ, ଦକ୍ଷିଣ ଆମେରିକା, ମ୍ୟାନମାର, କାମ୍ବୋଡିଆ, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ, ମୋଜାମ୍ବିକ, ଜାମ୍ବିଆ, ସର୍ବିଆ, କ୍ରୋଏସିଆ, ରୋମାନିଆ ଏବଂ ଇଟାଲୀ ଭଳି ଅନେକ ଦେଶରେ ଚାଇନ ନିଜର ପୋଲିସ ଷ୍ଟେଶନ ପ୍ରତିଷ୍ଠା କରିଛି। ଆମେରିକା କଂଗ୍ରେସ କାର୍ଯ୍ୟନିର୍ବାହୀ ଆୟୋଗ ଅଭିଯୋଗ କରିଛନ୍ତି ଯେ ଏସବୁ ମାଧ୍ୟମରେ ବିଭିନ୍ନ ଦେଶରେ ଚାଇନା ଗୁପ୍ତଚର କାର୍ଯ୍ୟ କରୁଛି। ଏହି ସବୁ ଦେଶର ସୁରକ୍ଷା ପାଇଁ ବିପଜ୍ଜନକ ଅଟେ।

କୁହାଯାଉଛି ଯେ ଆମେରିକା, କାନାଡା, ୟୁରୋପ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶରେ ଚାଇନା ମଧ୍ୟ ଏଭଳି ଷ୍ଟେଶନ ସ୍ଥାପନ କରିଥିଲା ପରେ, ଯେତେବେଳେ ସରକାର ଏହାକୁ ବିରୋଧ କରିଥିଲେ, ଚାଇନାକୁ ଏସବୁକୁ ବନ୍ଦ କରିବାକୁ ପଡିଥିଲା। ତେବେ ବ୍ରାଜିଲ, ଆର୍ଜେଣ୍ଟିନା, ଇକ୍ୟୁଏଡର୍‌, ହଙ୍ଗେରୀ ଏବଂ ନାଇଜେରିଆ ଭଳି କେତେକ ବିକାଶଶୀଳ ଦେଶ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନୀରବ ରହିବାକୁ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri